କନକ ବ୍ୟୁରୋ:  ଥାଇଲ୍ୟାଣ୍ଡରେ ଆୟୋଜିତ ବ୍ରହ୍ମାଣ୍ଡ ସୁନ୍ଦରୀ -୨୦୨୫ ପ୍ରତିଯୋଗିତା ଶେଷ ହୋଇଛି । ମେକ୍ସିକୋର ଫାତିମା ୱସଙ୍କ ମଥାରେ ସାଜିଛି ମିସ୍ ୟୁନିଭର୍ସ ୨୦୨୫ର ମୁକୁଟ । ୨୦୨୪ର ବ୍ରହ୍ମାଣ୍ଡ ସୁନ୍ଦରୀ ମିସ୍ ଡେନମାର୍କ ଭିକ୍ଟୋରିଆ କେଜର ଥେଲୱିଗ୍ ତାଙ୍କୁ ମୁକୁଟ ପିନ୍ଧାଇଥିଲେ । ମିସ୍ ଥାଇଲ୍ୟାଣ୍ଡ ହୋଇଥିଲେ ରନର୍ସଅପ୍ ।ଆରମ୍ଭରୁ ବିବାଦରେ ଘେରି ହୋଇଥିବା ୨୦୨୫ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଜବରଦସ୍ତ ଢଙ୍ଗରେ ଶେଷ ହୋଇଛି । ଏହି ବିଶ୍ବ ମଞ୍ଚରେ ଯେତେବେଳେ ଫାତିମାଙ୍କ ନାଁ ଘୋଷଣା କରାଯାଇଥିଲା, ସେ ଥରୁଥିବାର ଦେଖିବାକୁ ମିଳିଥିଲା ।  ବର୍ଷ ବର୍ଷର ପରିଶ୍ରମ ଆଉ ପ୍ରସ୍ତୁତି ଯେମିତି ଫାତିମାଙ୍କ ପାଇଁ ରଙ୍ଗ ଆଣିଥିଲା । ଏହା ପୂରା ମେକ୍ସିକୋବାସୀଙ୍କ ପାଇଁ ଖୁସିର ସମୟ ଥିଲା ।
ଗ୍ରାଣ୍ଡ ଫିନାଲେରେ ଫାତିମା ନିଜ ଶେଷ ଗ୍ଲେଜିଙ୍ଗ ଗାଉନରେ ଆଗକୁ ବଢ଼ିଥିଲେ । ଆଉ ଯେତେବେଳ ତାଙ୍କ ମଥାରେ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧାଯାଇଥିଲା ସେ ଖୁସରେ ଥରୁଥିଲେ। ତେବେ ତାଙ୍କୁ ପଚରାଯାଇଥିବା ଶେଷ ପ୍ରଶ୍ନର ଉତ୍ତର ସେ ଏଭଳିଭାବେ ଦେଇଥିଲେ ଯାହା ତାଙ୍କୁ ବିଜୟୀ କରିଦେଇଥିଲା ।  ସେ ସମୟରେ ଫାତିମା ଥିଲେ ସାରା ଦୁନିଆର ମହିଳାଙ୍କ ସ୍ବର , ପରିବର୍ତ୍ତନର ସ୍ବର ।

Advertisment

‘ମିସ୍‌ ୟୁନିଭର୍ସ ୨୦୨୩’ ବିଜୟିନୀ ହେଲେ ନିକାରାଗୁଆର ସେଏନିସ୍‌ ପାଲାସିଓ

ଫାତିମାଙ୍କୁ ଜଜମାନଙ୍କର ଶେଷ ପ୍ରଶ୍ନ ଥିଲା , ’ ୨୦୨୫ରେ ଜଣେ ମହିଳାଙ୍କ ସବୁଠୁ ବଡ଼ ଚ୍ୟାଲେଞ୍ଜ କ’ଣ ହୋଇପାରେ , ଏବଂ ଆଜିକା ଦିନରେ ମହିଳାଙ୍କ ସୁରକ୍ଷା ପାଇଁ ସେ ମିସ୍ ୟୁନିଭର୍ସ ମୁକୁଟ ଓ ଉପାଧିକୁ କିପରି ବ୍ୟବହାର କରିବେ?

 ଉତ୍ତରରେ ଫାତିମା ପୂରା ଆତ୍ମବିଶ୍ବାସର ସହ କହିଥିଲେ , ’ଜଣେ ମହିଳା ଏବଂ ମିସ୍ ୟୁନିଭର୍ସ ହେବା ଆଧାରରେ ମୁଁ ମୋ ସ୍ବର ଆଉ କ୍ଷମତାକୁ ଅନ୍ୟମାନଙ୍କ ସେବାରେ ଲଗାଇବି ।  କାରଣ ଆଜିକାଲି ଆମେ ଏଠାରେ ମତ ପ୍ରକାଶ କରିବା, ପରିବର୍ତ୍ତନ ଆଣିବା ଏବଂ ସବୁ ସତକୁ ଦେଖିବାକୁ ପାଇଁ ଏକାଠି ହୋଇଛେ । କାରଣ ଏଠି ଛିଡ଼ା ହୋଇଥିବା ମହିଳାଙ୍କ ଭିତରୁ ଯିଏ ପ୍ରକୃତ ସାହସୀ ହୋଇଥିବେ ସେ ଆଗକୁ ଆସିବେ ଏବଂ ଇତିହାସ ରଚିବେ । ଏବେବି ମହିଳାଙ୍କୁ ସମାଜରେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଛି । କିନ୍ତୁ ,ଏବେକାର ପିଢ଼ି ଆଉ କହିବାକୁ ଡରୁନି । ମହିଳାଙ୍କ ପାଖରେ ଏବେ ପରିବର୍ତ୍ତନ ପାଇଁ ଦାବି କରିବା ସହ ନେତୃତ୍ବ ନେବା, ସମାଜକୁ ଏକ ନୂଆ ରୂପ ଦେବାର ସାମର୍ଥ୍ୟ ଅଛି , ଯାହା ଅଗରୁ ନଥିଲା । ନଡରି ସାହାସ କଲେ ପରିବର୍ତ୍ତନ ଆସିବ’ ।

 ତେବେ ଭାରତର ପ୍ରତିନିଧିତ୍ବ କରୁଥିବା ମନିକା ବିଶ୍ବକର୍ମା କିନ୍ତୁ ଟପ୍ ୧୨ ପ୍ରତିଯୋଗୀଙ୍କ ଭିତରୁ ବାଦ୍ ପଡ଼ିଥିଲେ । ବିଭିନ୍ନ ଦେଶର ୧୦୦ରୁ ଅଧିକ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ୨୦୨୧ରେ ଭାରତ ଶେଷ ମୁକୁଟ ପାଇଥିଲା । ସେବେଠୁ ପୁଣି ଏକ ମୁକୁଟ ଅପେକ୍ଷାରେ । ତେବେ ଅନେକ ବିବାଦ ପରେ ମିସ୍ ୟୁନିଭର୍ସ -୨୦୨୫ ଶେଷ ହୋଇଛି । ମନିକା ଏଥିରୁ ବାଦ ପଡ଼ିବା ପରେ  ଭାରତୀୟଙ୍କ ମନ ମଉଳିଯାଇଛି ହେଲେ ମେକ୍ସିକୋବାସୀଙ୍କ ମନ ଖୁବ୍ ଖୁସି ।