କନକ ବ୍ୟୁରୋ : ଲାଇମ୍ ଲାଇଟ୍, ଚର୍ଚ୍ଚା ଓ ଗଣମାଧ୍ୟମ ପରଦାରେ ରହିବାକୁ କିଏ କେତେ ପ୍ରକାର ବାଟ ଆପଣାଉଛି । ଏସବୁ କାମରେ ଏବେ ନେତା ଓ ଅଭିନେତା ସବୁଠାରୁ ଆଗରେ ରହିଛନ୍ତି । ଆଉ ସହଜ ଉପାୟ ଧରିଛନ୍ତି ଧର୍ମକୁ ନେଇ ବୟାନବାଜୀ । ଏହି କ୍ରମରେ ଏବେ ଦବଙ୍ଗ ଗାର୍ଲ ଫାତିମା ସାନା ଶେଖଙ୍କ ବୟାନ ତାଙ୍କୁ ଚର୍ଚ୍ଚାର ପରିଧିକୁ ନେଇଆସିଛି । ଏକ ଇଣ୍ଟରଭ୍ୟୁରେ ଫାତିମା ତାଙ୍କ ଜୀବନର ଅନେକ ଅକୁହା ଓ ଆଶ୍ଚର୍ଯ୍ୟ କରିଦେବା ଭଳି ଖୁଲାସା କରିଛନ୍ତି । ଫାତିମା କହିଛନ୍ତି କି, ସେ ଜନ୍ମରୁ ନାସ୍ତିକ ଓ ଇଶ୍ୱର କି ଆଲ୍ଲା କାହାରିଙ୍କ ଉପରେ ତାଙ୍କର ଭରସା କିମ୍ବା ବିଶ୍ୱାସ ନାହିଁ । ସେ କହିଛନ୍ତି କି, ନିଜ ଉପରେ ବିଶ୍ୱାସ ଓ ଭରସା ରଖିବା ନିହାତି ଜରୁରୀ । କାରଣ ଏହା ଏକ ସାଧନା ସହ ସମାନ । ସେ କହିଛନ୍ତି କି, ଭିନ୍ନ ଭିନ୍ନ ଲୋକଙ୍କର ପସନ୍ଦ ଭିନ୍ନ ଭିନ୍ନ । କେହି ସଂଗୀତକୁ ଭଲପାଆନ୍ତି ତ କିଏ ସଂଗୀତ ପ୍ରସ୍ତୁତ କରୁଥିବା ଲୋକଙ୍କୁ ଭଲ ପାଆନ୍ତି । ସେ ଆହୁରି କହିଛନ୍ତି କି, ମଣିଷ ମନରେ ଧାର୍ମିକ ଭାବନା ରହିବା ଜରୁରୀ । ହେଲେ ଧର୍ମ ଦେଶକୁ ଯେତିକି ଯୋଡୁଛି ସେତିକି ଭାଙ୍ଗୁଛି ମଧ୍ୟ । ଧର୍ମ ଦେଶ ବିକାଶର ଏକ ଶକ୍ତିଶାଳୀ ଅସ୍ତ୍ର । ହେଲେ ମୋ ମତରେ ଧର୍ମ ଠାରୁ ମାନବିକତାକୁ ମଣିଷ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି ।
ଦଙ୍ଗଲ ଗାର୍ଲ ଫାତିମା ସାନାଙ୍କ ବୟାନକୁ ନେଇ ବିବାଦ । କହିଲେ, ଧର୍ମ ଦେଶକୁ ଯୋଡୁଛି ବି ଭାଙ୍ଗୁଛି ବି
ଏହି କ୍ରମରେ ଏବେ ଦବଙ୍ଗ ଗାର୍ଲ ଫାତିମା ସାନା ଶେଖଙ୍କ ବୟାନ ତାଙ୍କୁ ଚର୍ଚ୍ଚାର ପରିଧିକୁ ନେଇଆସିଛି । ଏକ ଇଣ୍ଟରଭ୍ୟୁରେ ଫାତିମା ତାଙ୍କ ଜୀବନର ଅନେକ ଅକୁହା ଓ ଆଶ୍ଚର୍ଯ୍ୟ କରିଦେବା ଭଳି ଖୁଲାସା କରିଛନ୍ତି । ଫାତିମା କହିଛନ୍ତି କି, ସେ ଜନ୍ମରୁ ନାସ୍ତିକ ଓ ଇଶ୍ୱର କି ଆଲ୍ଲା କାହାରିଙ୍କ ଉପରେ ତାଙ୍କର ଭରସା କିମ୍ବା ବିଶ୍ୱାସ ନାହିଁ ।
/kanak/media/media_files/2025/01/28/IUf5P4Lj7fvAaMBrpCKX.jpg)