ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ଘର ଜାଳିଦେବାକୁ ଧମକ

ଅଭିଯୁକ୍ତ ମୁକେଶ ସିଂକୁ ଧରିବାକୁ ପୁଲିସର ଛାନଭିନ୍‌ ।

Minor girl

Minor girl Photograph: (KanakNews)

କନକ ବ୍ୟୁରୋ:  ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ଘର ଜାଳିଦେବାକୁ ଧମକ । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ଘଟଣାକୁ ନେଇ ଥାନାରେ ଅଭିଯୋଗ କରିବାରୁ ଘର ଜାଳିଦେବାକୁ ଉଦ୍ୟମ କରିଛି ଅଭିଯୁକ୍ତ । ନାବାଳିକାଙ୍କ ଘରେ ପଶି ଅଭିଯୁକ୍ତ ମୁକେଶ ସିଂ ଦୁଷ୍କର୍ମ ଉଦ୍ୟମ କରିଥିଲା । ନାବାଳିକା ଜଣକ ଚିତ୍କାର କରିବାରୁ  ତାଙ୍କ ବାପା ମାଆ ଉଠିଯାଇଥିଲେ ।

 ଆହୁରି ପଢ଼ନ୍ତୁ : ଶାରୀରିକ ସଂପର୍କକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ସ୍ଥାପନ ବଳତ୍କାର ନୁହେଁ

ପରେ ମୁକେଶ ସେଠାରୁ ଫେରାର ହୋଇଯାଇଥିଲା । ଗତକାଲି ବାପାମାଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ରାତିରେ ଅଭିଯୁକ୍ତ ମୁକେଶ ତାଙ୍କ ଘର ଜାଳି ଦେବା ପାଇଁ ମଧ୍ୟ ଉଦ୍ୟମ କରିଥିଲା । ଅଭିଯୁକ୍ତ ମୁକେଶ ପୂର୍ବରୁ ପାହାଡିଚିତା ଗ୍ୟାଙ୍ଗର ସଦସ୍ୟ ଥିଲା । ସେ ଅନେକ ଅପରାଧ ସହିତ ଜଡ଼ିତ ଥିବା ଜଣାପଡ଼ିଛି । ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ବଟି ମାଗିବା ଘଟଣାରେ ପୂର୍ବରୁ ଜେଲ ଯାଇଥିଲା ମୁକେଶ । ଏବେ ଅଭିଯୁକ୍ତ ଫେରାର ଥିବାବେଳେ ପୁଲିସ ତାକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe