କନକ ବ୍ୟୁରୋ : ୧୩ ବର୍ଷ ର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଗର୍ଭବତୀ କଲା ସମ୍ପର୍କୀୟ ପିଉସା। ବାଲେଶ୍ବର ସିଂଲା ଥାନାରୁ ଆସିଲା ଅଭାବନୀୟ ଘଟଣା । ଅଭିଯୁକ୍ତ ପିଉସାକୁ କାବୁ କରି ରାତିସାରା ବାନ୍ଧି ରଖିଲେ ପିଡୀତାଙ୍କ ପରିବାର । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପିଉସାକୁ ଗିରଫ କଲା ସିଂଲା ଥାନା ପୁଲିସ । 

Advertisment

ସେପଟେ ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ପୁଲିସ ଏସଆଇ । ଫେସବୁକ ପରିଚୟରୁ ଦଶମ ଶ୍ରେଣୀ ଝିଅକୁ ପ୍ରେମ ପରେ ବିବାହ କରିଥିଲେ ଥାନା ଏସଆଇ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ରତେଇ ଗାଁ ର ଅମିତ ପାଢ଼ୀଙ୍କ ନାଁରେ ଆସିଛି ଏପରି  ସଙ୍ଗିନ ଅଭିଯୋଗ । ଲୋକଙ୍କ ଅଗୋଚରରେ ବାଲ୍ୟ ବିବାହ କରିଥିଲେ ପୁଲିସ ବାବୁ । ବିବାହର କିଛ ମାସ ପରେ ସ୍ବାମୀ, ଶାଶୂ  ଓ ଶ୍ୱଶୂରଙ୍କ   ନିର୍ଯାତନା ନେଇ ଆସିଲା ଅଭିଯୋଗ । ନାବାଳିକା ବୋହୂକୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ମାଡ଼ ମାରି ଘରୁ ତଡି ଦେବାର ସଙ୍ଗିନ ଅଭିଯୋଗ ହୋଇଛି ଜଗତସିଂହପୁର ସଦର ଥାନାରେ । ୪ ମାସ ହେଲା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ  କୌଣସି ପଦକ୍ଷପ ନେଇ ନଥିବା ଓ କୋର୍ଟକୁ   ଚାର୍ଜସିଟ୍ ପଠାଉ ନଥିବା ନେଇ ପୀଡିତା ଓ ତାଙ୍କର ମାଆ ଅଭିଯୋଗ କରିଛନ୍ତି । ସେପଟେ ଅଭିଯୋଗ ପାଇବା ଅଭିଯୁକ୍ତ ସବଇନ୍ସପେକ୍ଟରଙ୍କୁ  ଚାକିରିରୁ ନିଲମ୍ବନ କରିଥିବା ବେଳେ ସେ ଫେରାର ହୋଇ ଯାଇଥିବା ଜଗତସିଂହପୁର ଏସପି ସୂଚନା ଦେଇଛନ୍ତି । ଅମିତ ପୁରୀରେ ସବ ଇନ୍ସପେକ୍ଟର ଭାବରେ  ଚାକିରି  କରିଥିବା ସହ ଜଗତସିଂହପୁର ସଦର ଥାନା ଅଞ୍ଚଳର ଜନୈକା ନାବାଳିକାକୁ ବିବାହ କରିଥିଲେ।