ଭଦ୍ରକ ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ; ମୁଖ୍ୟ ଅଭିଯୁକ୍ତ ଗିରଫ

Advertisment

ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁର ସ୍ଥିତ ଶ୍ୱଶୂର ଘରୁ ଗିରଫ କରିଛି । ଅନ୍ୟ ଦୁଇ ସହଯୋଗୀଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି ପୁଲିସ ।

ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁର ସ୍ଥିତ ଶ୍ୱଶୂର ଘରୁ ଗିରଫ କରିଛି । ଅନ୍ୟ ଦୁଇ ସହଯୋଗୀଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି ପୁଲିସ ।

Arrest

Arrest Photograph: (kanak news)

କନକ ବ୍ୟୁରୋ : ଧରାପଡ଼ିଲା ଚାନ୍ଦବାଲିର ନରପିଶାଚ । ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଭଦ୍ରକ ଚାନ୍ଦବାଲିରେ ଚାଲିଥିଲା ଉତ୍ତେଜନା । ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁର ସ୍ଥିତ ଶ୍ୱଶୂର ଘରୁ ଗିରଫ କରିଛି । ଅନ୍ୟ ଦୁଇ ସହଯୋଗୀଙ୍କୁ ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି ପୁଲିସ । ଜଙ୍ଗଲରୁ ମୃତଦେହ ଉଦ୍ଧାର ପରେ ଚାନ୍ଦବାଲି-ଆରଡି ରାସ୍ତା ବାଲିଗାଁ ଛକରେ ରାସ୍ତା ଅବରୋଧ କରିଥିଲେ ଉତ୍ୟକ୍ତ ଲୋକ । ଚାନ୍ଦବାଲି ପେଟ୍ରୋଲ ପମ୍ପ ସାମ୍ନା, ମଧୁବାବୁ ଛକ, ବସଷ୍ଟାଣ୍ଡ ଓ ଥାନା ସମ୍ମୁଖ ରାସ୍ତାରେ ଟାୟାର ଜାଳି ଉତ୍ୟକ୍ତ ଲୋକ ବିକ୍ଷୋଭ କରୁଛନ୍ତି । ସନ୍ଧାନୀ କୁକୁର ସାହାଯ୍ୟରେ ଅଭିଯୁକ୍ତକୁ ଚିହ୍ନଟ ପରେ ଧରପଗଡ଼ ଆରମ୍ଭ ହୋଇଥିଲା। ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଗିରଫ କରିବା ପରେ ପୁଲିସ ଅଜଣା ସ୍ଥାନରେ ରଖିଥିବା ଜଣାପଡିଛି । 

ସେହିପରି ଦୁଇ ସହଯୋଗୀଙ୍କୁ ଅଟକ ରଖି ପୁଲିସ ପଚରାଉଚରା ଚଳାଇଛି । ଗତକାଲି ସଂଧ୍ୟାରେ ଜଙ୍ଗଲରୁ ନାବାଳିକାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର ହେବା ପରେ ଚାନ୍ଦବାଲି ସହରରେ ଉତ୍ତେଜନା ପ୍ରକାଶ ପାଇଛି । ଲୋକେ ଟାୟାର ଜାଳି ନ୍ୟାୟ ଦାବିରେ ରାସ୍ତାରୋକ କରିଛନ୍ତି । ସୂଚନା ମୁତାବକ, ଚାନ୍ଦବାଲି ଅଞ୍ଚଳର ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ୧୦ ବର୍ଷର ନାବାଳିକା ଅପରାହ୍ଣ ପ୍ରାୟ ୨ଟା ବେଳେ ଘରୁ ବାହାରକୁ ଯାଇ ଆଉ ଫେରି ନଥିଲା । ସଂଧ୍ୟା ହେବାରୁ ପରିବାର ଲୋକେ ଖୋଜାଖୋଜି କରି ପାଇନଥିଲେ । ତେବେ ଛାତ୍ରୀଙ୍କ ମୃତଦେହ ସହର ଉପକଣ୍ଠ ବାଲିଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ନିଛାଟିଆ ସ୍ଥାନରେ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ । ସଂପୃକ୍ତ ନାବାଳିକାଙ୍କୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରିବା ପରେ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପ୍ରଚାର ହେବା ପରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । 

ଅଧିକ ପଢ଼ନ୍ତୁ---ନୂଆ ବର୍ଷରୁ ଲାଗୁ ହେବ ନୂଆ ନିୟମ ; ସୋସିଆଲ ମିଡିଆ ଉପରେ ଲାଗିବ ଲଗାମ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe