ଧଉଳି ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା;ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିସନ

Advertisment

ରାଜଧାନୀ ଧଉଳି ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଘଟଣା । ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିସନ୍ । ଘଟଣାକୁ ଗୁରୁତର ସହ ନେବାକୁ ଧଉଳି ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ମହିଳା କମିସନ୍‌ଙ୍କ ଟିମ୍ ।

ରାଜଧାନୀ ଧଉଳି ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଘଟଣା । ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିସନ୍ । ଘଟଣାକୁ ଗୁରୁତର ସହ ନେବାକୁ ଧଉଳି ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ମହିଳା କମିସନ୍‌ଙ୍କ ଟିମ୍ ।

Dhauli case

Dhauli case Photograph: (kanak news)

କନକ ବ୍ୟୁରୋ : ରାଜଧାନୀ ଧଉଳି ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଘଟଣା । ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିସନ୍ । ଘଟଣାକୁ ଗୁରୁତର ସହ ନେବାକୁ ଧଉଳି ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ମହିଳା କମିସନ୍‌ଙ୍କ ଟିମ୍ । ଆଗକୁ ପୀଡ଼ିତାଙ୍କ ଘରକୁ ଯାଇ ଅଧିକ ତଦନ୍ତ କରିବେ ବୋଲି କହିଛନ୍ତି । ରାଜଧାନୀ ଉପକଣ୍ଠ ଧଉଳିରେ ନାବାଳିକା ଗଣଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଗୋପାଳପୁର ଘଟଣାର ପୁନରାବୃତ୍ତି ରାଜ୍ୟରେ ବିପର୍ଯ୍ୟୟ ଆଇନ ଶୃଙ୍ଖଳାକୁ ଦର୍ଶାଉଛି ।

ଗତ ୧୦ ତାରିଖରେ ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଯାଇଥିଲେ ପୀଡ଼ିତା । ବୁଲାବୁଲି କରି ସନ୍ଧ୍ୟାରେ ଫେରିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଟଙ୍କା ମାଗିଥିଲେ । ଟଙ୍କା ନଦେବାରୁ ନିଛାଟିଆ ନଇପଠାକୁ ନେଇ ପୁରୁଷ ବନ୍ଧୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ । ନାବାଳିକା ଅଟକାଇବାକୁ ଚେଷ୍ଟା କରିବାକୁ ତାଙ୍କୁ ୨ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରି କି ଗଣଦୁଷ୍କର୍ମ ସମୟର ଭିଡିଓ ମଧ୍ୟ ଉଠାଇଥିଲେ ଦୁର୍ବୃତ୍ତ । ଏକଥା ବାହାରେ ପ୍ରଘଟ କଲେ, ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ସଂପୃକ୍ତ ଜାଗାରେ ଅଭିଯୁକ୍ତଙ୍କୁ ମିଶାଇ ମୋଟ ୫ ଜଣ ଘଟଣାସ୍ଥଳରେ ଥିଲେ । ଏ ନେଇ ପୁରୁଷ ବନ୍ଧୁ ଜଣକ ଥାନାରେ ଦ୍ୱାରସ୍ଥ ହେବା ପରେ, ପୁଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା  । ଏହି ମାମଲାରେ ୨ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ସହ, ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି । ଅନ୍ୟଜଣେ ଅଭିଯୁକ୍ତକୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି  । ପୁରୁଷ ବନ୍ଧୁଙ୍କ ବି ବୟାନ ରେକର୍ଡ ହୋଇଛି ।

ଅଧିକ ପଢ଼ନ୍ତୁ--ଧଉଳି ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା; ୨ ଅଭିଯୁକ୍ତ ଗିରଫ

ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି , ସରକାର ପ୍ରତ୍ୟେକ ଅପରାଧକୁ ଗୁରୁତର ସହ ବିଚାର କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ବିଶେଷ କରି ମହିଳା ସଂକ୍ରାନ୍ତୀୟ ଅପରାଧ ଉପରେ କାର୍ଯ୍ୟାନୁଷ୍ଠନ ନେଇଛନ୍ତି ସରକାର । ସବୁ ମାମଲରେ ଯଥାର୍ଥ ପଦକ୍ଷେପ ନେବା ସହ ଗିରଫଦାରି ହୋଇଛି । ଧଉଳି ଘଟଣାରେ ବି ସରକାର ଉଚିତ୍‌ ପଦକ୍ଷେପ ନେବେ। ସରକାର ଫାଷ୍ଟଟ୍ରାକ୍‌ ମହିଳା କୋର୍ଟ ବାବଦରେ ଚିନ୍ତା କରୁଛନ୍ତି । ମହିଳାଙ୍କୁ ତ୍ୱରିତ ନ୍ୟାୟ ଦେବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe