ପୁଣି ରାଜଧାନୀରେ ଲଜ୍ଜା, ଧଉଳି ବୁଲିବାକୁ ଯାଇଥିବାବେଳେ ନଈପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

Advertisment

ପୁରୁଷ ବନ୍ଧୁଙ୍କୁ ଟଙ୍କା ମାଗିଲେ, ନ ଦେବାରୁ ଅତର୍କିତ ଆକ୍ରମଣ ପରେ ଗଣଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ

ପୁରୁଷ ବନ୍ଧୁଙ୍କୁ ଟଙ୍କା ମାଗିଲେ, ନ ଦେବାରୁ ଅତର୍କିତ ଆକ୍ରମଣ ପରେ ଗଣଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ

Rape case

Rape case Photograph: (KanakNews)

କନକ ବ୍ୟୁରୋ: ରାଜଧାନୀରେ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ । ଏପରିକି ପାଟି ଖୋଲିଲେ ହତ୍ୟା ଧମକ ଦେଇଛନ୍ତି ଦୁର୍ବୃତ୍ତ । ନଈପଠାରେ ନାବାଳିକାକୁ ଗଣଦୁଷ୍କର୍ମ କରିବା ସହ ଦୁଷ୍କର୍ମ ବେଳର ଭିଡିଓ ସୁଟିଂ କରିଛନ୍ତି ଦୁର୍ବୃତ୍ତ । ଧଉଳି ବୁଲିବାକୁ ଯାଇଥିବା ବେଳେ, ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି ନାବାଳିକା I ଖବର ଅନୁସାରେ, ଗତ ୧୦ ତାରିଖରେ ଧଉଳିରୁ ପୁରୁଷ ବନ୍ଧୁଙ୍କ ସହ ଫେରୁଥିଲେ ନାବାଳିକା । ଏହି ସମୟରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ୨ ଜଣ ଅଟକାଇ ଟଙ୍କା ମାଗିଥିଲେ I

ଅଧିକ ପଢନ୍ତୁ:  ଦୁଇ ନାବାଳିକାଙ୍କୁ ଗଣ ଦୁଷ୍କର୍ମ । ୩ ଅଭିଯୁକ୍ତ ଅଟକ

ଟଙ୍କା ନଦେବାରୁ ଅନ୍ଧାରିଆ ନଈ ପଠାକୁ ଭିଡ଼ି ନେଇ ପଥରରେ ଛେଚିବା ସହ ମାରଣାସ୍ତ୍ରରେ ଆକ୍ରମଣ ଏବଂ ମାଡ଼ ମାରିଥିଲେ I ନାବାଳିକା ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ଦୁଇଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନୃଶଂସ ମାନେ ଦୁଷ୍କର୍ମ ବେଳର ଭିଡ଼ିଓ ଓ ଫଟୋ ନିଜ ମୋବାଇଲରେ ଉତ୍ତୋଳନ କରିଲେ । ଏକଥା ବାହାରେ ପ୍ରଘଟ କଲେ, ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ I ସଂପୃକ୍ତ ଜାଗାରେ ଅଭିଯୁକ୍ତଙ୍କୁ ମିଶାଇ ମୋଟ ୫ ଜଣ ଘଟଣାସ୍ଥଳରେ ଥିଲେ । ଏ ନେଇ ପୁରୁଷ ବନ୍ଧୁ ଜଣକ ଥାନାରେ ଦ୍ୱାରସ୍ଥ ହେବା ପରେ, ପୁଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା  I ଏହି ମାମଲାରେ ୨ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ସହ, ନାବାଳିକାଙ୍କ ବୟାନ ରେକର୍ଡ କରିଛି I ଅନ୍ୟଜଣେ ଅଭିଯୁକ୍ତ କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି I ପୁରୁଷ ବନ୍ଧୁଙ୍କ ବି ବୟାନ ରେକର୍ଡ ହୋଇଛି । 

ଷ୍ଟୋରୀ ଅପଡେଟ୍‌ ହେଉଛି.. 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe