କନକ ବ୍ୟୁରୋ : ସାମାନ୍ୟ ବଚସାକୁ ନେଇ ଛାତ୍ରଙ୍କ ଗଳା କାଟିଦେଲା ଅନ୍ୟ ଜଣେ ଯୁବକ । ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ଚୁଚୁକଣା ଗାଁରେ । ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଗଳାକୁ ବୀଭତ୍ସ ଭାବେ କଟାଯାଇଛି । ଆହତ ଛାତ୍ର ଜଣକ ହେଲେ ରାୟଗଡା ଜିଲ୍ଲା ବଡ଼ଚେକା ଗାଁର ଅରିନଜ ମେଲେକା ।
ଅଧିକ ପଢନ୍ତୁ : କେନ୍ଦ୍ରାପଡ଼ା ରାଜକନିକାରେ ଅଭାବନୀୟ ଘଟଣା, ଯୁବତୀଙ୍କ ଗଳା କାଟିଦେଲା ଯୁବକ
ଶିବରାତ୍ରି ଥିବାରୁ କୋରାପୁଟ ଜିଲ୍ଲା ଚୁଚୁକଣା ଗାଁକୁ ଆସିଥିଲା । ସେଠାରେ ସାମାନ୍ୟ କିଛି ଟଙ୍କା ପାଇଁ ଲୋକଙ୍କ ସହିତ ବଚସା ହୋଇଥିଲା । ବଚସା ଉଗ୍ରରୂପ ନେବା ପରେ ହେକେନା ନାମକ ଜଣେ ବ୍ୟକ୍ତି ନିଜେ ଧରି ଥିବା ଛୁରୀରେ ଅରିନଜ୍ର ବେକକୁ କାଟି ଦେଇଥିଲା । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ଉଦ୍ଧାର କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/17/arrest-2026-02-17-10-50-19.jpeg)