Photograph: (kanak news)
କନକ ବ୍ୟୁରୋ:ଦୁର୍ନୀତି ନକରିବାକୁ ଅଧିକାରୀ, କର୍ପୋରେଟର, ମେୟରମାନଙ୍କୁ ମନ୍ତ୍ରୀଙ୍କ ଚେତାବନୀ। ଦୁନୀତିରେ ଲିପ୍ତ ନହେବା ପାଇଁ ୟୁଏଲବି ବୈଠକରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପରାମର୍ଶ। ଯଦି କେହି ଦୁର୍ନୀତି କାରବାରରେ ଲିପ୍ତ ହୁଅନ୍ତି ତେବେ ଭିଜିଲାନ୍ସ ଜାଲରେ ପଡ଼ିବେ। ଖାରବେଳ ଭବନରେ ଚାଲିଥିବା ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା କାର୍ଯକ୍ରମରେ ବିଭାଗୀୟ ଅଧିକାରୀ, କର୍ପୋରେଟର, ମେୟରମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ମନ୍ତ୍ରୀ।
ବୈଠକରେ ବସ୍ତି ମୁକ୍ତ ସହର, ରାସ୍ତା କଡ଼ରେ ଝୁମ୍ପୁଡି ଦୋକାନ ନରହିବା ଉପରେ ଗୁରୁତ୍ବ ଦେଇଛନ୍ତି ମନ୍ତ୍ରୀ । ବସ୍ତି ହଟାଇ ସରକାରୀ ଗୃହ ବଣ୍ଟନ କରାଯିବ। ସରକାରୀ ଜାଗାରେ ମାର୍କେଟ କମ୍ପ୍ଲେକ୍ସ ହେବ ବୋଲି କହିଛନ୍ତି ମନ୍ତ୍ରୀ। ଏହି ଅବସରରେ ଏକ ପୋର୍ଟାଲର ଉନ୍ମୋଚନ କରାଯାଇଛି। ପୋର୍ଟାଲ ଜରିଆରେ ସମସ୍ତ ପ୍ରକଳ୍ପ କାମର ସ୍ଥିତି ସମୀକ୍ଷା କରିହେବ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ଆଗାମୀ ୫ ବର୍ଷ ପାଇଁ ୬୦୦୦ କୋଟି ଟଙ୍କା ବୟ ବରାଦ ହୋଇଛି।
ଆହୁରି ପଢ଼ନ୍ତୁ:ବିଶ୍ୱକପ ଫାଇନାଲ ମୁକାବିଲା ପାଇଁ ବିମାନ ଏବଂ ହୋଟେଲ ଭଡ଼ା ୪୦୦ ପ୍ରତିଶତ ବୃଦ୍ଧି
ସେଥିମଧ୍ୟରୁ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୨୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା। ୭୮୦୦ ରୁ ଅଧିକ ପ୍ରକଳ୍ପ ଅନୁମୋଦିତ ହୋଇଥିବା ବେଳେ ସେଥିରୁ ୨୦୦ ରୁ ଅଧିକ ପ୍ରକଳ୍ପ ଯାହାର ମୂଲ୍ୟ ୧ କୋଟିରୁ ଅଧିକ ରହିଛି। ସେଥିମଧ୍ୟରୁ ଆଜି ୧୮୧ ଟି ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ୬୮୧ ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଏବେଯାଏଁ ୪୬୮୫ ପ୍ରକଳ୍ପ ପାଇଁ ଟେଣ୍ଡର ଜାରି କରାଯାଇଛି ଏବଂ ୨୭୩୫ ପ୍ରକଳ୍ପକୁ କାର୍ଯ୍ୟାଦେଶ ଦିଆଯାଇଛି। ଏହି ଯୋଜନା ଅଧୀନରେ ୧୦୦ ରୁ ଅଧିକ ଗୋଶାଳା, ୪୦ ରୁ ଅଧିକ ଅଫିସ ବିଲଡିଂ, ୧୦୦ ରୁ ଅଧିକ ମାର୍କେଟ କମ୍ପ୍ଲେକ୍ସ ଏବଂ ୧୦ ରୁ ଅଧିକ ଇଭି ଚାର୍ଜୀଂ ଷ୍ଟେସନ ଅନୁମୋଦିତ ହୋଇଛି। ବାକି ପ୍ରକଳ୍ପ କାମ ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।
Follow Us