କନକ ବ୍ୟୁରୋ : ରାଜ୍ୟସଭା ପ୍ରାର୍ଥୀ ଗତକାଲି ନିଜର ନାମାଙ୍କନ ଦାଖଲ କରିବା ପରେ ଆଜି ନିଜର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ତାଲିକା ନିର୍ବାଚନ କମିସନଙ୍କ ଆଗରେ ଦାଖଲ କରିଛନ୍ତି । ମନମୋହନ ସାମଲଙ୍କ ଦ୍ୱାରା ପ୍ରଦତ୍ତ ସତ୍ୟପାଠ ଅନୁଯାୟୀ ତାଙ୍କର ଏବଂ ପରିବାରର ସମ୍ପତ୍ତି ତାଲିକା ସତ୍ୟପାଠ ଦାଖଲ କରିଛନ୍ତି । ପ୍ରାୟ ​୪୩,୯୦,୯୭୪ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ସେହିପରି ତାଙ୍କ ପତ୍ନୀ ଶ୍ରୀମତୀ ପ୍ରଣତୀ ସାମଲଙ୍କ ନାମରେ ପ୍ରାୟ ୨,୮୬,୦୨,୫୮୮ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ​ସ୍ଥାବର ସମ୍ପତ୍ତିର ଆନୁମାନିକ ବଜାର ମୂଲ୍ୟ ୧,୩୦,୦୦,୦୦୦ ଟଙ୍କା (୧ କୋଟି ୩୦ ଲକ୍ଷ ଟଙ୍କା) । ଏଥିମଧ୍ୟରେ ତାଙ୍କର ନିଜସ୍ୱ ସମ୍ପତ୍ତି ପ୍ରାୟ ୮୦ ଲକ୍ଷ ଟଙ୍କା ଏବଂ ଉତ୍ତରାଧିକାର ସୂତ୍ରରେ ପାଇଥିବା ସମ୍ପତ୍ତି ପ୍ରାୟ ୭୦ ଲକ୍ଷ ଟଙ୍କା ଅନ୍ତର୍ଭୁକ୍ତ । ତାଙ୍କ ପତ୍ନୀଙ୍କ ନାମରେ କୌଣସି ସ୍ଥାବର ସମ୍ପତ୍ତି ନାହିଁ ବୋଲି ସତ୍ୟପାଠରେ ଦର୍ଶାଯାଇଛି । ଶ୍ରୀ ସାମଲଙ୍କ ନିଜ ନାମରେ କୌଣସି ବ୍ୟାଙ୍କ ଋଣ ନଥିବା ବେଳେ ତାଙ୍କ ପତ୍ନୀଙ୍କ ନାମରେ ପ୍ରାୟ ୭୫,୧୦,୨୩୩ ଟଙ୍କାର ଋଣ ରହିଛି ।

Advertisment

ସେହିପରି ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ସମ୍ପତ୍ତିର ତାଲିକା ଏବେ ସାମ୍ନାକୁ ଆସିଛି । ନିର୍ବାଚନ ପାଇଁ ଦାଖଲ କରାଯାଇଥିବା ସତ୍ୟପାଠ ଅନୁଯାୟୀ, ସେ ଜଣେ କୋଟିପତି ପ୍ରାର୍ଥୀ ।

​ଅସ୍ଥାବର ସମ୍ପତ୍ତି: ସଂତୃପ୍ତ ମିଶ୍ରଙ୍କ ନିକଟରେ ପ୍ରାୟ ୫୧୨.୯୦ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ତାଙ୍କ ପତ୍ନୀଙ୍କ ନିକଟରେ ପ୍ରାୟ ୨୦.୪୮ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଅଛି ।

​ସ୍ଥାବର ସମ୍ପତ୍ତି: ତାଙ୍କର ନିଜସ୍ୱ ସ୍ଥାବର ସମ୍ପତ୍ତିର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫୩.୦୬ କୋଟି ଟଙ୍କା ହେବ । ତାଙ୍କ ପତ୍ନୀଙ୍କ ନାମରେ ପ୍ରାୟ ୮.୬୮ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି ।

​ନଗଦ ଟଙ୍କା: ସଂତୃପ୍ତ ମିଶ୍ରଙ୍କ ପାଖରେ ୧୦,୦୦୦ ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ପାଖରେ ୧୫,୦୦୦ ଟଙ୍କା ନଗଦ ଆକାରରେ ରହିଛି ।

ରାଜ୍ୟସଭା ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ଦିଲ୍ଲୀପ ରାୟଙ୍କ ଦ୍ୱାରା ପ୍ରଦତ୍ତ ସତ୍ୟପାଠ ଅନୁଯାୟୀ ତାଙ୍କର ଏବଂ ପରିବାରର ସମ୍ପତ୍ତି ନିମ୍ନ ପ୍ରକାରର:

ଅସ୍ଥାବର ସମ୍ପତ୍ତି: ଶ୍ରୀ ରାୟଙ୍କ ନିଜ ନାମରେ ପ୍ରାୟ ୩୯୧.୬୨ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ସେହିପରି ତାଙ୍କ ପତ୍ନୀ ଶ୍ରୀମତୀ ପୂଜା ରାୟଙ୍କ ନାମରେ ପ୍ରାୟ ୧୧.୧୬ କୋଟି ଟଙ୍କାର ସମ୍ପତ୍ତି ରହିଛି ।

​ସ୍ଥାବର ସମ୍ପତ୍ତି : ତାଙ୍କର ମୋଟ ସ୍ଥାବର ସମ୍ପତ୍ତିର ଆନୁମାନିକ ବଜାର ମୂଲ୍ୟ ୪୫.୫୦ କୋଟି ଟଙ୍କା । ଏଥିମଧ୍ୟରେ ତାଙ୍କର ନିଜସ୍ୱ ସମ୍ପତ୍ତି ପ୍ରାୟ ୨୫.୫୦ କୋଟି ଏବଂ ଉତ୍ତରାଧିକାର ସୂତ୍ରରେ ପାଇଥିବା ସମ୍ପତ୍ତି ପ୍ରାୟ ୨୦ କୋଟି ଟଙ୍କା ରହିଛି ।