krushnachandra mohapatra Photograph: (Google)
କନକ ବ୍ୟୁରୋ: ଆହାର କେନ୍ଦ୍ରରେ ପହଞ୍ଚିଲେ ମନ୍ତ୍ରୀ । କୋରାପୁଟ ସୁନାବେଡ଼ା ଜାତିୟ ରାଜପଥ ପାର୍ଶ୍ୱରେ ଥିବା ଆହାର କେନ୍ଦ୍ରରେ ଭୋଜନ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଆହାର କେନ୍ଦ୍ରରେ ଖାଦ୍ୟର ଗୁଣବତ୍ତାକୁ ନିଜେ ତଦାରଖ କରିବା ସହିତ ଖାଦ୍ୟର ଶୁଷମତା ଏବଂ ସ୍ବାଦକୁ ପରଖିଛନ୍ତି ମନ୍ତ୍ରୀ । ସୁନାବେଡା ଜାତିୟ ରାଜପଥ ପାର୍ଶ୍ୱରେ ଥିବା ଆହାର କେନ୍ଦ୍ରରେ ଆହାର ଖାଦ୍ୟ ଖାଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ଅଧିକ ପଢନ୍ତୁ :ଲୋକଙ୍କ ସହ ମିଶି ଆହାର କେନ୍ଦ୍ରରେ ଖାଇଲେ ମନ୍ତ୍ରୀ : କହିଲେ, ଖାଦ୍ୟରେ କମିଛି ପରିବା ; ସ୍ୱଚ୍ଛତା ଉପରେ ଦେଲେ ଗୁରୁତ୍ୱ
ତାଙ୍କ ସହ କୋରାପୁଟ ବିଧାୟକ ରଘୁରାମ ମାଛ ଏବଂ କୋରାପୁଟ ଜିଲ୍ଲାପାଳ ମନୋଜ୍ ସତ୍ୟବାନ୍ ମହାଜନ ମଧ୍ୟ ରହିଥିଲେ । ଆହାର କେନ୍ଦ୍ରରେ ଭାତ, ଡାଲମା ଓ ଆଚାର ଖାଇଛନ୍ତି ମନ୍ତ୍ରୀ । କୋରାପୁଟ ଗସ୍ତରେ ଅଛନ୍ତି ନଗର ଉନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଗତକାଲି ଜାତୀୟ ଆଦିବାସୀ ମହୋତ୍ସବ ପରବ ୨୦୨୫ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଜି ସକାଳୁ କୋରାପୁଟ ଓ ସୁନାବେଡ଼ା ପୌରପାଳିକାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ହେଉଥିବା ଉନ୍ନୟନ କାର୍ଯ୍ୟକୁ ନିଜେ ଦେଖିବା ସହ ସମୀକ୍ଷା କରିଛନ୍ତି । ସୁନାବେଡ଼ା ମ୍ୟୁନିସିପାଲିଟିରେ ଅଧିକାରୀ ଓ ଜନତାଙ୍କ ସହ ଆଲୋଚନା କରି ଥିଲେ । ସେମିଳିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ଭେଣ୍ଟିଙ୍ଗ୍ ଜୋନ ପରିଦର୍ଶନ କରିଥିଲେ । ଶେଷରେ ସୁନାବେଡା ଜାତିୟ ରାଜପଥ ପାର୍ଶ୍ୱରେ ଥିବା ଆହାର କେନ୍ଦ୍ରରେ ଭୋଜନ କରିଥିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
Follow Us