କନକ ବ୍ୟୁରୋ : ଦାଦନ ଖଟିଲେ ପରିବାର ପେଟକୁ ଦି ମୁଠା ଦାନା ଯିବ। ଏଥିପାଇଁ ପ୍ରତିବର୍ଷ ହଜାର ହଜାର ଲୋକେ ଘର ଛାଡିଥାନ୍ତି । ନୂଆ ସରକାର ଦାଦନମୁକ୍ତ ଓଡ଼ିଶାର ପରିକଳ୍ପନା କରିଥିଲେ ହେଲେ ବିଧାନସଭାରେ ଏହାର ବାସ୍ତବତା ସାମ୍ନାକୁ ଆସିଛି ।
ଅଧିକ ପଢ଼ନ୍ତୁ :ମୃତ୍ୟ ପରେ ବି ଅମର ; ଦାଦନ ଶ୍ରମିକଙ୍କ ଅଙ୍ଗଦାନ କଲେ ପରିବାର
କାନ୍ଦବୋବାଳିରେ ଫାଟି ପଡୁଛି ପୁରା ଘର। ଯେତେବେଳେ ମାଆ ଶୁଣିଛି ଭେଣ୍ଡିଆ ପୁଅର ମୃତ୍ୟୁ ଖବର। ଆଉ ତାହା ବି ପୁଣି ମୃତ୍ୟୁର ମାସେ ପରେ। ଦୁର୍ଭାଗ୍ୟ ଏମିତି ଯେ, ଅନ୍ତିମ ସଂସ୍କାର ପାଇଁ ପୁଅର ମରଶରୀର ମଧ୍ୟ ପରିବାର ଭାଗ୍ୟରେ ଜୁଟିନି । ଶେଷଥର ପାଇଁ ବାପାଙ୍କୁ ଦେଖିପାରିନାହାନ୍ତି ପିଲା । ପ୍ରତିକାତ୍ମକ ଭାବେ ନଡାବିଡାକୁ ଜାଳି ପୁଅକୁ ଶେଷ ବିଦାୟ ଦେବାକୁ ପଡିଛି । ଦାଦନ ଖଟିବାକୁ ଯାଇଥିବା ଦିଗପହଣ୍ଡି ବି. ତୁରୁବୁଡି ଗାଁର ବଳରାମ ଗୌଡଙ୍କର ରହସ୍ୟମୟ ମୃତ୍ୟୁ ପରିବାରକୁ ଦୋହଲାଇ ଦେଇଛି । ବଳରାମ କେମିତି ମଲେ? କିଏ ମାରିଲା? କେବେ ଜୀବନ ଗଲା? ଏହାର ଉତ୍ତର କାହା ପାଖରେ ନାହିଁ ।
ଅଧିକ ପଢ଼ନ୍ତୁ :ବେଆଇନ ଚାଲାଣବେଳେ ଦାଦନ ଉଦ୍ଧାର : ଚଢ଼ାଉବେଳେ ୫୫ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବଲାଙ୍ଗୀର କଣ୍ଟାବାଞ୍ଜି ପୁଲିସ
କେବଳ ବଳରାମ ନୁହନ୍ତି ଗତ ୫ ବର୍ଷରେ ଦାଦନ ଖଟିବାକୁ ଯାଇ ୫୧୮ ଜଣଙ୍କ ଜୀବନ ଗଲାଣି। ଯେଉଁମାନଙ୍କ ମଧ୍ୟରୁ ୧୨୩ ଜଣ ଦାଦନ ଶ୍ରମିକଙ୍କ ମରଶରୀରକୁ ଦେଖିପାରିନାହାନ୍ତି ପରିବାର । ନିତିଦିନିଆ ଏ ଖବର ଭିତରେ ବି ଦାଦନ ଯିବାକୁ ଲମ୍ବା ଲାଇନରେ ହଜାର ହଜାର ଶ୍ରମିକ । ରାଜ୍ୟରେ ସରକାର ବଦଳିବା ପରେ ଦାଦନ ସମସ୍ୟା ଦୂର ହେବା ନେଇ ନକ୍ସା ଅଙ୍କା ଯାଇଥିଲା। ଦାୟିତ୍ବ ନେଇଥିଲେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ହେଲେ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ହିଁ ଚଳିତବର୍ଷ ସର୍ବାଧିକ ଦାଦନ ଓଡ଼ିଶା ଛାଡ଼ିଛନ୍ତି । ଯାହା ନୂଆ ସରକାରଙ୍କ ଦାଦନମୁକ୍ତ ଓଡ଼ିଶା ସ୍ଲୋଗାନକୁ ଉପହାସ କରୁଛି । ଏବେ ପ୍ରଶ୍ନ ଉଠୁଛି, ରାଜ୍ୟରୁ କେବେ ଦୂର ହେବ ଦାଦନ ଦୁଃଖ? ଦାଦନଙ୍କୁ କେବେ ରାଜ୍ୟ ଭିତରେ ମିଳିବ କାମ?
Follow Us