କନକବ୍ୟୁରୋ : କଣ୍ଟାବାଞ୍ଜି ପୋଲିସ ଦ୍ବାରା ୫୫ ଜଣ ଦାଦନ ଶ୍ରମିକ ଉଦ୍ଧାର । ରାଜ୍ୟ ବାହାରକୁ ଚାଲାଣ ହେବା ପୂର୍ବରୁ ଜଣେ ଦାଦନ ସର୍ଦ୍ଦାରଙ୍କ ଘରୁ ପୋଲିସ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛି । ସର୍ଦ୍ଦାର ଜଣକ ଆଗୁଆ ବଇନା ଟଙ୍କା ଦେଇ ଶ୍ରମିକ ମାନଙ୍କୁ ନିଜ ଘରେ ରଖିଥିଲା । ପୁଲିସ କୌଣସି ପ୍ରକାରେ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରି ଏହି ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛି। ଶ୍ରମିକ ମାନେ ନୂଆପଡା ଓ ବଲାଙ୍ଗୀର ଜିଲ୍ଲାର ତୁରେକେଲା ଅଞ୍ଚଳର ବୋଲି ଜଣାପଡିଛି । ଉଦ୍ଧାର ଶ୍ରମିକ ମାନଙ୍କ ମଧ୍ୟରେ ୨୫ ଜଣ ପୁରୁଷ ଶ୍ରମିକ, ୧୬ ଜଣ ମହିଳା ଓ ୧୪ ଜଣ ଛୋଟ ପିଲା ଥିବା ଜଣାପଡିଛି ।
ବେଆଇନ ଚାଲାଣବେଳେ ଦାଦନ ଉଦ୍ଧାର : ଚଢ଼ାଉବେଳେ ୫୫ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବଲାଙ୍ଗୀର କଣ୍ଟାବାଞ୍ଜି ପୁଲିସ
କଣ୍ଟାବାଞ୍ଜି ପୋଲିସ ଦ୍ବାରା ୫୫ ଜଣ ଦାଦନ ଶ୍ରମିକ ଉଦ୍ଧାର । ରାଜ୍ୟ ବାହାରକୁ ଚାଲାଣ ହେବା ପୂର୍ବରୁ ଜଣେ ଦାଦନ ସର୍ଦ୍ଦାରଙ୍କ ଘରୁ ପୋଲିସ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛି । ସର୍ଦ୍ଦାର ଜଣକ ଆଗୁଆ ବଇନା ଟଙ୍କା ଦେଇ ଶ୍ରମିକ ମାନଙ୍କୁ ନିଜ ଘରେ ରଖିଥିଲା
/kanak/media/media_files/2025/10/04/18-2025-10-04-11-00-21.jpg)