କନକ ବ୍ୟୁରୋ : ସରୁନି ଦାଦନ ପରିବାର ଦୁଃଖ । ପରିବାର ପ୍ରତିପୋଷଣ ପାଇଁ ହାଇଦ୍ରାବାଦରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ଜଣେ ୨୬ ବର୍ଷୀୟ ଯୁବକଙ୍କ ଅକସ୍ମାତ ମୃତ୍ୟୁ ହୋଇଛି । ଏଵେ ପୁଅର ମୃତ ଦେହ ଘରକୁ ଆସି ନ ପାରିବାରୁ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ସାରା ପରିବାର । ସେପଟେ ଭେଣ୍ଡିଆ ପୁଅର ମୃତ ଦେହ ଘରକୁ ଆଣିବା ପାଇଁ ନେହୁରା ହେଉଛନ୍ତି ବାପା ମା’ ।
ପୁଅ ପାଇଁ ବାହୁନି କାନ୍ଦୁଛି ମା’। ପୁଅ ତୁ’ ଫେରିଆ’, ପୁଅ ତୁ’ ଫେରିଆ’ କହି ମା’ ଚେତାଶୂନ୍ୟ ହୋଇଯାଉଛି । ବାପା ବି ଅଧର୍ଯ୍ୟ । ସାହି ପଡ଼ିଶା, ବନ୍ଧୁ ବାନ୍ଧବ ସମସ୍ତଙ୍କ ଆଖିରେ ଲୁହ। ସତେ ଯେମିତି ଦୁଃଖର କଳା ବାଦଲ ଛିଡ଼ି ପଡ଼ିଛି । ବାଲେଶ୍ବର ଜିଲ୍ଲା ବାଲିଆପାଳ ରସଲପୁର ଗାଁର ଏ ହୃଦୟ ବିଦାରକ ଦୃଶ୍ୟ ଆପଣଙ୍କୁ ବିଚଳିତ କରିବାକୁ ବାଧ୍ୟ କରିବ ।
ଅଧିକ ପଢ଼ନ୍ତୁ : ସରୁନି ଦାଦନ ଦୁଃଖ ; ଭେଣ୍ଡିଆ ପୁଅକୁ ହରାଇ ଛାତି ଫଟାଇ କାନ୍ଦୁଛି ମା’
ଘରର କିଛି ଜମିବାଡ଼ି ନଥିଲା, ବାପା ମୂଲ ଲାଗି ପରିବାର ଚଳାଉଥିଲେ। ସେଥିପାଇଁ ପ୍ରଦୀପ ଆଇଟିଆଇ୍ ପାସ୍ କରିବା ପରେ ହାଇଦ୍ରାବାଦରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସେଠାରେ ଯାହା କିଛି ରୋଜଗାର କରୁଥିଲେ ଘରକୁ ପଠାଉଥିଲେ । ହେଲେ ହଠାତ ହାଇଦ୍ରାବାଦରୁ ଫୋନ୍ ଆସିଲା ପୁଅର ମୃତ୍ୟୁ ହୋଇଛି। ଏକଥା ଶୁଣିବା ପରେ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଛି । ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ବୁଢ଼ା ବାପା ମା’ ବେସାହାରା ହୋଇଯାଇଛନ୍ତି । ଘରେ ଚୁଲି ଜଳୁନି । ପ୍ରଦୀପଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି କରିଛନ୍ତି ପରିବାର ଲୋକେ । ପୁଅର ଶବକୁ ଗାଁକୁ ଫେରାଇ ଆଣିବାକୁ ସରକାରଙ୍କୁ ନେହୁରା ହୋଇଛନ୍ତି । ମୃତ ପ୍ରଦୀପଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମେତ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ପରିବାର ଲୋକ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/08/bls-2026-01-08-18-31-37.jpg)