କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଘୋମାଘୋଟ ଯୁଦ୍ଧ ଭିତରେ ଆସିଛି ଦାଦନ ଯନ୍ତ୍ରଣାର କରୁଣ ଚିତ୍ର। ବିମାନ ଚଳାଚଳ ବନ୍ଦ ଥିବା ଯୋଗୁଁ କେମିତି ଗାଁକୁ ଆସିବ ମର ଶରୀର ସେନେଇ ଚିନ୍ତା ରେ ପରିବାର। ସେପଟେ କେମିତି ହେଲା ମୃତ୍ୟୁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।।
ମଧ୍ୟପ୍ରାଚ୍ୟରେ ଘୋମାଘୋଟ ଯୁଦ୍ଧ ଭିତରେ କତାରରୁ ଆସିଛି ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର। ପୁଅର ମୃତ୍ୟୁ ଖବର ଶୁଣି ଭାଙ୍ଗିପଡ଼ିଛନ୍ତି ବାପା, ମାଆ ଓ ଭାଇ-ଭଉଣୀ। ଘରେ ପଡ଼ିଛି କାନ୍ଦ ବୋବାଳି। ଶୋକରେ ବୁଡ଼ିଛି ଗାଁ। ସମସ୍ତଙ୍କ ଆଖିରୁ ଝରୁଛି ଲୁହ। ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣିପଲ୍ଲୀ ଗାଁର ଜୟ ଖୁଣ୍ଟିଆଙ୍କ ପୁଅ କୁନା ଖୁଣ୍ଟିଆ। ରୋଜଗାର ଆଶାରେ ୪ ମାସ ତଳେ କାତାର ଦୋହା ସହରକୁ ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନିରେ ଶ୍ରମିକ କାମ କରୁଥିଲେ। ଯାହା ରୋଜଗାର କରି ପଠାଉଥିଲେ, ସେଥିରେ ଅଭାବୀ ପରିବାର ଚଳୁଥିଲା। ହେଲେ ଆଉ ପୁଅ ପାଖରୁ ଆସିବନି ଟଙ୍କା କି ଖବର। କାରଣ ସେ ସବୁଦିନ ପାଇଁ ପରିବାର ପାଖରୁ ବିଦାୟ ନେଇ ସାରିଛି।
ଅଧିକ ପଢ଼ନ୍ତୁ : ସର୍ଦ୍ଦାର ପାଖରେ ବନ୍ଧା ପଡ଼ିଛି ଦାଦନ ଶ୍ରମିକ; ପାରିଶ୍ରମିକ ମାଗିଲେ ଦେଉଛନ୍ତି ଶାରୀରିକ ଓ ମାନସିକ ନିର୍ଯାତନା
କତାରରୁ ମିଳିଥିନା ସୂଚନା ଅନୁସାରେ, କୁନା ଗତକାଲି କମ୍ପାନିରୁ କାମ ସାରି ରହୁଥିବା ଆରଜେଣ୍ଟିନା କ୍ୟାମ୍ପକୁ ଫେରିଥିଲେ। ରାତିରେ ଖାଇ ସାରି ଶୋଇଥିବା ବେଳେ ସକାଳୁ ଆଉ ଉଠି ନଥିଲେ। ସାଥୀ ଶ୍ରମିକମାନେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଆଜି ସକାଳୁ ଏହି ଦୁଃଖଦ ଖବର ପାଇବା ପରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। କାତାର ଦୋହାରୁ କୁନାଙ୍କ ମର ଶରୀର ଜନ୍ମମାଟିରୁ ଫେରାଇ ଆଣିବାକୁ ସରକାରଙ୍କୁ ନେହୁରା ହୋଇଛନ୍ତି ବାପା, ମାଆ।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବୀଭିଷିକା ଭିତରେ ଭିତରେ ବିମାନ ଉଡାଣ ବନ୍ଦ ଥିବା ବେଳେ କୁନାଙ୍କ ମରଶରୀର କେମିତି ଗାଁକୁ ଆସିବ, ପରିବାର, ଜ୍ଞାତି କୁଟୁମ୍ବ ଟିକେ ଶେଷ ଦର୍ଶନ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି ସମସ୍ତେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/08/a1-2026-03-08-17-52-34.jpg)