War Update Photograph: (Kanak News)
କନକ ବ୍ୟୁରୋ : ଜାରି ରହିଛି ମଧ୍ୟପ୍ରାଚ୍ୟର ମହାଯୁଦ୍ଧ । ଇରାନ ଉପରେ ବୋମାମାଡ଼ କରୁଛନ୍ତି ଇସ୍ରାଏଲ ଓ ଆମେରିକା । ସେପଟେ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଓ ଡୋନ୍ ଆକ୍ରମଣ କରୁଛି । ଏହାସହ ଗଲ୍ଫର ଅଧିକାଂଶ ଦେଶକୁ ଆକ୍ରମଣ କରିବା ଜାରି ରଖିଛି । ଏସବୁ ଭିତରେ ଟ୍ରମ୍ପ କହିଛନ୍ତି ଯେ, ନିର୍ଦ୍ଧାରିତ ଯୋଜନା ଅନୁସାରେ ଅପରେସନ ଚାଲିଛି । ଏପଟେ ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭସରେ ଯୁଦ୍ଧ ଜାରି ରଖିବା ସପକ୍ଷରେ ମତ ପ୍ରକାଶ ପାଇଛି । ଯୁଦ୍ଧ ଜାରି ରଖିବାକୁ ୨୧୯ଟି ଭୋଟ୍ ପଡ଼ିଥିବା ବେଳେ ୨୧୨ ଜଣ ଏହାର ବିରୋଧ କରିଥିଲେ ।
ସେପଟେ ଟ୍ରମ୍ପ ଦାବି କରିଛନ୍ତି ଆମେରିକୀୟ ସେନା ଏଯାଏଁ ଇରାନର ୩୦ଟି ବୁଡ଼ା ଜାହାଜକୁ ନଷ୍ଟ କରିସାରିଛି । ଇରାନର ନୌସେନା ଏକ ପ୍ରକାର ନଷ୍ଟ ହୋଇସାରିଛି ବୋଲି ଟ୍ରମ୍ପ ଦାବି କରିଛନ୍ତି। ଏସବୁ ଭିତରେ ଇରାନ ନିଜର ଆକ୍ରମଣ ଜୋରଦାର କରିଛି । ଗଲ୍ଫ ଦେଶଗୁଡ଼ିକ ଉପରେ ପୂର୍ବପରି କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଯୋଗେ ଆକ୍ରମଣ ଜାରି ରଖିଛି । କୁଏତରେ ଥିବା ନିଜ ଦୂତାବାସକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଆମେରିକା । ଚଳିତ ଯୁଦ୍ଧରେ ଭାରତ ନୀରବତା ଅମ୍ବଲମ୍ବନ କରିବା ନେଇ ମୋଦୀ ସରକାରକୁ ବିରୋଧୀ ସମାଲୋଚନା କରିଆସୁଛନ୍ତି ।
ଅଧିକ ପଢନ୍ତୁ : ସବୁଦିନ ସ୍ବାହା ହେଉଛି ୯୦୦୦ କୋଟି ; ଇରାନ ସହ ପଙ୍ଗା ନେଇ ଭୁଲ୍ କଲେ କି ? ଫସିଗଲେଣି ଆମେରିକା-ଇସ୍ରାଏଲ୍ ?
ଏବେ ବିଦେଶ ମନ୍ତ୍ରୀ ଇରାନର ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ସେହିପରି ଇରାନ ଜାହାଜକୁ ଆମେରିକା ଆକ୍ରମଣ କରି ନଷ୍ଟ କରିବା ଓ ୮୭ ଜଣଙ୍କ ଜୀବନ ଯିବା ପ୍ରସଙ୍ଗରେ ଭାରତୀୟ ନୌସେନା ପ୍ରତିକ୍ରିୟା ରଖିଛି । ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି ଯେ, ଉଦ୍ଧାର କାର୍ଯ୍ୟରେ ତୁରନ୍ତ ଯୋଗଦାନ କରିଥିଲେ ଏହାର ସଦସ୍ୟ । ଭାରତରେ ନୌଅଭ୍ୟାସ କରି ଫେରିବା ବେଳେ ଶ୍ରୀଲଙ୍କା ଉପରେ ଇରାନ ଜାହାଜକୁ ଆକ୍ରମଣ କରିଥିଲା ଆମେରିକା । ଏଥିରେ ୮୭ ଜଣଙ୍କ ଜୀବନ ଯାଇଥିବା ବେଳେ ବହୁ ଆହତ ହୋଇଥିଲେ ।
Follow Us