କନକ ବ୍ୟୁରୋ : ବିଜେଡିରୁ ଦୁଇ ବିଧାୟକଙ୍କୁ ଦଳ ମୁଖ୍ୟ ନବୀନ ପଟ୍ଟନାୟକ ନିଲମ୍ବନ କରିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି । ନିଲମ୍ବନର କାରଣ କ'ଣ ତାହା ସ୍ପଷ୍ଟ ହୋଇ ନଥିଲା । ହେଲେ ଆଜି ନିଲମ୍ବନର କାରଣ ସ୍ପଷ୍ଟ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ସେ କହିଛନ୍ତି କି, ପୂର୍ବରୁ ମିଡ୍ ନାଇଟ୍ ଅପରେସନ କରି ଦଳକୁ ଭାଙ୍ଗିବାକୁ ଯେଭଳି ଚେଷ୍ଟା କରାଯାଇଥିଲା, ଏଥର ବି ମିଡ୍ ଡେ ଅପରେସନ କରି ଦଳକୁ ଭାଙ୍ଗିବାକୁ ଚେଷ୍ଟା କରାଯାଇଥିଲା । ହେଲେ ନବୀନ ବାବୁ ଏହାକୁ ସଫଳ ହେବାକୁ ଦେଇନାହାଁନ୍ତି । ଏହା ପରେ ବି ଯଦି ମିଡ୍ ଇଭିନିଂ ଅପରେସନ ଆରମ୍ଭ କରାଯାଏ ତେବେ ତାକୁ ବି ସଫଳ ହେବାକୁ ଦିଆଯିବ ନାହିଁ ବୋଲି ଲେନିନ୍ ମହାନ୍ତି କହିଛନ୍ତି । 

Advertisment

ଆହୁରି ପଢ଼ନ୍ତୁ :ବିଜେଡିରୁ ୨ ବିଧାୟକ ନିଲମ୍ବିତ ପରେ ସରଗରମ ରାଜ୍ୟ ରାଜନୀତି, ନବୀନଙ୍କୁ ଅରବିନ୍ଦ ପଚାରିଲେ ନିଲମ୍ବନର କାରଣ

ଲେନିନ୍ ମହାନ୍ତି ଏକ ସାଂଘାତିକ ଅଭିଯୋଗ ଆଣି କହିଛନ୍ତି କି, ଦଳକୁ ଦୁର୍ବଳ କରିବାକୁ ଷଡଯନ୍ତ୍ର କରାଯାଇଥିଲା । ଏଥିରେ ବିଜୟ ମହାପାତ୍ର, ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ ଅଂଶବିଶେଷ ଥିଲେ । ଗତ କିଛି ମାସ ହେବ ଏମାନେ ଏଭଳି ଷଡଯନ୍ତ୍ର ଆରମ୍ଭ କରିଥିଲେ । କିଛି ବର୍ଗ ଦଳକୁ ଦୁର୍ବଳ କରିବାକୁ ଲାଗିଥିବା ବେଳେ ସେମାନଙ୍କ ବିଜୟ ମହାପାତ୍ର ପ୍ରୋତ୍ସାହନ ଦେଉଥିଲେ । 

ଆହୁରି ପଢ଼ନ୍ତୁ :ପୁଣି ଚର୍ଚ୍ଚାରେ ୨୬ ବର୍ଷ ତଳର ଓଡ଼ିଶା ରାଜନୀତି; ଯେବେ ବିଜୟଙ୍କୁ ବିଜେଡିରୁ ବିଦା କରିଥିଲେ ନବୀନ

ସେପଟେ ଗୋଟିଏ ପ୍ରଶ୍ନ ଉଠୁଛି କି, ଅନ୍ୟମାନଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଦେବାଶିଷ ସାମନ୍ତରାୟଙ୍କ ଭଳି କିଛି ନେତା କେବେ ବି ଦଳ ଭାଙ୍ଗୁ ବୋଲି କହିନଥିଲେ । ଏହାର ଉତ୍ତରରେ ଲେନିନ୍ କହିଛନ୍ତି ସେମାନେ ଦଳର କ୍ଷତି କରିବାକୁ ଚେଷ୍ଟା କରୁଥିଲେ । ସେଥିପାଇଁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲା । ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକତା ପାଇଁ ସେମାନଙ୍କୁ ନିଲମ୍ବନ କରାଗଲା । ଏନେଇ ଅନେକ ଦିନ ଆଗରୁ ଦଳର ମୁଖିଆ ବିଚାର କରିବା ପରେ ଷଡଯନ୍ତ୍ର ପ୍ରମାଣିତ ହେବାରୁ ସଭାପତି କାର୍ଯ୍ୟାନୁଷ୍ଠାନ ନେଲେ ବୋଲି ଲେନିନ୍ ମହାନ୍ତି କହିଛନ୍ତି ।