ଖସିଲା ପାରଦ ବଢ଼ିଲା ଶୀତ,  ଆଜି ୫ଟା ୩୦ରେ ରେକର୍ଡ ତାପମାତ୍ରା

Advertisment

ଝାରସୁଗୁଡ଼ାରେ ୬.୮ । ଭୁବନେଶ୍ବର ଓ ପାରାଦୀପ ୧୨.୪ ଡିଗ୍ରି ତାପମାତ୍ରା ରେକର୍ଡ

ଝାରସୁଗୁଡ଼ାରେ ୬.୮ । ଭୁବନେଶ୍ବର ଓ ପାରାଦୀପ ୧୨.୪ ଡିଗ୍ରି ତାପମାତ୍ରା ରେକର୍ଡ

cold wave

cold wave Photograph: (kanaknews)

କନକ ବ୍ୟୁରୋ; ଖସିଲା ପାରଦ, ବଢିଲା ଶୀତ। ରାଜ୍ୟର ଅଧିକାଂଶ ସ୍ଥାନରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । ଆଜି ସକାଳ ସାଢେ ୫ଟା ସୁଦ୍ଧା, ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର ପାଲଟିଛି। ଝାରସୁଗୁଡ଼ାରେ ତାପମାତ୍ରା ୬.୮ ଡିଗ୍ରି ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୯.୪ ଡିଗ୍ରି, ଚାନ୍ଦବାଲିରେ ୧୨.୨, ପାରାଦୀପରେ ୧୨.୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ପାରଦ ରହିଛି ୧୨.୪ ଡିଗ୍ରି ସେଲସିୟସ୍ ।

ଅଧିକ ପଢନ୍ତୁ:  ଯବାନ ଜିଅଁନ୍ତି ଏମିତି...ତମେ ଯବାନ ନା ଭଗବାନ ? ଅସହ୍ୟ ଥଣ୍ଡାରେ ପାଦକୁ ପଥର କରି ସାଜିଛ ଭାରତ ମାତାର ସୁରକ୍ଷା କବଚ । ହେ ବୀର ଯବାନ, ତମେ ଏତେ କଷ୍ଟ ସହୁଛ କେମିତି ?

ମଝିରେ ମାତ୍ର ୨ ଦିନ ଶୀତ ଲହରିରୁ ସାମାନ୍ୟ ଆଶ୍ବସ୍ତି ମିଳିଥିଲା । ପୁଣିଥରେ ଏବେ ଜାଡ଼ ମାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସାରା ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ବାହାରକୁ ବାହାରିବା  ମୁସ୍କିଲ ହୋଇପଡ଼ିଛି ।  ଶୀତ ବସ୍ତ୍ର  ଦିନ ସାରା ଦେହରେ ରହୁଛି । ପାଣିକୁ ହାତ ମାରିବାକୁ ଡ଼ର ଲାଗୁଛି ।  ସତେ ଯେମିତି  ପାରି ବରଫ ପାଲଟିଛି।   କେବେ  ସରିବ ଏ  ଶୀତ ଏହି କଥା ଏବେ ସମସ୍ତିଙ୍କ ମୁହଁରେ  ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe