ଯବାନ ଜିଅଁନ୍ତି ଏମିତି…ତମେ ଯବାନ ନା ଭଗବାନ ? ଅସହ୍ୟ ଥଣ୍ଡାରେ ପାଦକୁ ପଥର କରି ସାଜିଛ ଭାରତ ମାତାର ସୁରକ୍ଷା କବଚ । ହେ ବୀର ଯବାନ, ତମେ ଏତେ କଷ୍ଟ ସହୁଛ କେମିତି ?

1,665

କନକ ବ୍ୟୁରୋ : ଆପଣ ଭାବୁଥିବେ ଏ ପାଦ କେଉଁ ବୃଦ୍ଧ ଲୋକଟିଏର ହୋଇଥିବ କିମ୍ବା କୌଣସି ରୋଗୀ ବ୍ୟକ୍ତିଟିଏଙ୍କର ହୋଇଥିବ । କିନ୍ତୁ ଏ ପାଦ ହେଉଛି ସୀମାରେ ଖରା ବର୍ଷାକୁ ଖାତିର ନକରି ଆମ ସମସ୍ତଙ୍କର ସୁରକ୍ଷା ପାଇଁ ଜାଗ୍ରତ ପ୍ରହରୀ ସାଜିଥିବା ଭାରତୀୟ ସେନାର ଜଣେ ବୀର ଯବାନଙ୍କର ।

ଶୀତ ଦିନେ ଟିକେ ଥଣ୍ଡା ହେଲେ ଆମେ ଅସ୍ତବ୍ୟସ୍ତ ହୋଇପଡନ୍ତି । ୧୫ ଡିଗ୍ରୀ ତାପମାତ୍ରାରେ ବି ଆମକୁ ଅତ୍ୟଧିକ ଥଣ୍ଡା ଅନୁଭୂତ ହୋଇଥାଏ । କିନ୍ତୁ ଥରେ ଭାବନ୍ତୁ ବରଫର ଘନ ଆସ୍ତରଣ ଭିତରେ ମାଇନସ୍ ଡିଗ୍ରୀ ତାପମାତ୍ରାରେ ହାତରେ ବନ୍ଧୁକ ଧରି କେମିତି ଭାରତ ମାଆର ସୁରକ୍ଷା କରୁଛନ୍ତି ଆମର ବୀର ଯବାନ । ଥଣ୍ଡା ଏମିତି ଯେ, ରକ୍ତ ବି ବରଫ ହୋଇଯିବ । ଆଉ ସେଭଳି ତାପମାତ୍ରାରେ ବି ଭାରତ ମାଆର ସେବା କରିଚାଲିଛନ୍ତି ତା ବୀର ପୁଅମାନେ ।

ଏହି ଫଟୋ ହେଉଛି ଭାରତୀୟ ସେନାର ଜଣେ ସାହସୀ ଯବାନଙ୍କର । ଯିଏ ଲଦାଖ ବୋର୍ଡରରେ ଦେଶ ପାଇଁ ଲଢୁଛନ୍ତି । ଦୀର୍ଘ ସମୟ ଧରି ଡ୍ୟୁଟି କରିବା ପରେ ଟିକିଏ ଅବସର ସମୟରେ ଯେତେବେଳେ ପାଦରୁ ଜୋତା ବାହାର କରିଛନ୍ତି, ସେତେବେଳେ ତାଙ୍କ ପାଦର ଅବସ୍ଥା କିଛି ଏହିଭଳି ହୋଇଛି । ଏବଂ ପୁଣି ଥରେ ପାଦରେ ଜୋତା ପିନ୍ଧି ଦେଶ ମାତୃକାର ସେବା କରିବାକୁ ସୀମାରେ ଜଗିଛନ୍ତି ସାହସୀ ଯବାନ । ଦେଶର ସୀମାରେ ଶତ୍ରୁ ସହ ଲଢି ଆମକୁ ସୁରକ୍ଷା ଦେଉଛନ୍ତି ଭାରତ ମାଆର ବୀର ପୁଅ । ଦେଶ ପାଇଁ ଲଢି ସହିଦ ସିନା ହେଇଯାଉଛନ୍ତି, କିନ୍ତୁ ଶତ୍ରୁଙ୍କୁ ଦେଶ ଭିତରକୁ ପଶିବାକୁ ଦେଉନାହାନ୍ତି । ଭାରତୀୟ ସେନାର ବୀର ଯବାନଙ୍କୁ ଆମର ଶହେ ସଲାମ୍ ।