କନକ ବ୍ୟୁରୋ : ଇଟାଲୀର ରୋମର ଏକ ଚର୍ଚ୍ଚରେ ପ୍ରଧାନମନ୍ତ୍ରୀ ଜିଓର୍ଜିଓ ମେଲୋନିଙ୍କ ଫଟୋ ସ୍ଥାପିତ କରାଯାଇଛି । ଏହାକୁ ନେଇ ଦେଶରେ ସୃଷ୍ଟି ହୋଇଛି ବିବାଦ । ସରକାରଙ୍କ ଧାର୍ମିକ ବ୍ୟାପାର ମନ୍ତ୍ରୀ ଏହି ଘଟଣାର ତଦନ୍ତ ପାଇଁ କହିଛନ୍ତି । ଫଟୋ ସ୍ଥାପିତ ହୋଇଥିବା ଚର୍ଚ୍ଚ ହେଉଛି ସେଣ୍ଟ ଲରେନ୍ସ ବାସିଲିକା । ସ୍ଥାନୀୟ ଖବରକାଗଜ ଲା ରିପବ୍ଲିକା ଅନୁଯାୟୀ,ଚର୍ଚ୍ଚରେ ଦୁଇ ଦେବଦୂତଙ୍କ ଫଟୋ ସ୍ଥାପନ କରିବା ପ୍ରସ୍ତାବ ବହୁ ଦିନ ଧରି ଚାଲିଥିଲା । କିନ୍ତୁ ଶେଷରେ ଯେତେବେଳେ ଫଟୋଗୁଡ଼ିକ ସ୍ଥାପନ କରାଗଲା, ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଫଟୋଗୁଡ଼ିକ ଜର୍ଜିଆ ମେଲୋନିଙ୍କ ପରି ଥିଲା ।

Advertisment

ପ୍ରଧାନମନ୍ତ୍ରୀ ମେଲୋନି ଫଟୋକୁ ନେଇ ଉପହାସ କଲେ

ଉତ୍ତେଜନା ପରେ, ପ୍ରଧାନମନ୍ତ୍ରୀ ଜିଓର୍ଜିଓ ମେଲୋନି ପ୍ରତିକ୍ରିୟା ଦେଇଛନ୍ତି । ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ସେ ଲେଖିଛନ୍ତି, ନା, ମୁଁ ଜଣେ ଦେବଦୂତ ନୁହେଁ । ଏହି ଫଟୋ ମୋର ନୁହେଁ କହି ଉପହାସ କରିଥିଲେ । ଏହା କିପରି ହେଲା ତାହାର ତଦନ୍ତ କରାଯିବ ବୋଲି ସରକାର କହିଛନ୍ତି । ଚର୍ଚ୍ଚର ପାଦ୍ରୀ ଡାନିଏଲ୍ ମିଚେଲେଟି କହିଛନ୍ତି, ଏହି ଫଟୋଟି ପ୍ରଧାନମନ୍ତ୍ରୀ ମେଲୋନିଙ୍କ ଭଳି ଦେଖାଯାଉଛି । ଯେଉଁମାନେ ଏହାକୁ ସ୍ଥାପନ କରିଛନ୍ତି ସେମାନଙ୍କୁ ପଚରାଯିବା ଉଚିତ ଯେ, ଏହା କିପରି ହେଲା ।

ଅଧିକ ପଢ଼ନ୍ତୁ---ଅଜିତଙ୍କ ମୃତ୍ୟୁରେ ବିଜେପିର ବଡ଼ ହାତ: ଚାଞ୍ଚଲ୍ୟକର ଅଭିଯୋଗ ଆଣିଲେ ସଂଜୟ ରାଉତ

ମେଲୋନିଙ୍କ ପାର୍ଟି ସହିତ ଚିତ୍ରକରଙ୍କ ସମ୍ପର୍କ ଥିବା ଦାବି

ଦାବି କରାଯାଉଛି ଫଟୋ କରିଥିବା ଚିତ୍ରକର ମେଲୋନିଙ୍କ ଦଳ ସହିତ ଜଡିତ ରହିଛନ୍ତି । ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତରରେ, ଚିତ୍ରକର ଭାଲେଣ୍ଟେଣ୍ଟି କହିଛନ୍ତି, ମୁଁ ୨୦୦୦ ମସିହାରୁ ଚିତ୍ରକର ଭାବେ ଉପରେ କାମ କରୁଛି । ଏହା ରାତାରାତି ହୋଇନାହିଁ । ମୁଁ ଜାଣିନାହିଁ ଏହା କାହାର ଚିତ୍ର । ଭାଲେଣ୍ଟିଟି ଆହୁରି କହିଛନ୍ତି, ଚର୍ଚ୍ଚରେ ପୂର୍ବରୁ ଜଣେ ଦେବଦୂତଙ୍କ ଫଟୋ ଥିଲା । ତାଙ୍କ ମୁହଁ ପାଣି ପଡ଼ି ଦିଶୁ ନଥିଲା । ଆମେ ସେହି ଫଟୋର ମୁହଁକୁ ପୁନଃନିର୍ମାଣ କରିବାକୁ ଚେଷ୍ଟା କରିଥିଲୁ । କିନ୍ତୁ ଏହା ଅନ୍ୟ କିଛି ହୋଇଯାଇ ଛି। ଭାଲେଣ୍ଟିଟି ଏହା ମଧ୍ୟ ଦାବି କରିଥିଲେ ଯେ, ସେ କେବେ ମେଲୋନିଙ୍କୁ ଭେଟି ନାହାନ୍ତି କି ତାଙ୍କ ପାଇଁ ପ୍ରଚାର ମଧ୍ୟ କରି ନାହାନ୍ତି ।