କନକ ବ୍ୟୁରୋ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଖବର ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି । ତାଙ୍କ ମୃତ୍ୟୁକୁ ନେଇ ଏବେ ପ୍ରଶ୍ନ ଉଠାଯାଉଛି । ଏହାକୁ ଦୁର୍ଘଟଣା ନୁହେଁ ବରଂ ଏକ ଷଡ଼ଯନ୍ତ୍ର ଭାବରେ ଦେଖାଯାଉଛି । ଶିବସେନା ୟୁବିଟି ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ ଅଜିତ ପାୱାରଙ୍କ ମୃତ୍ୟୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ଏହାକୁ ନେଇ ରାଜନୈତିକ ମହଲରେ ଝଡ଼ ସୃଷ୍ଟି ହୋଇଛି । ଅଜିତ ପାୱାରଙ୍କ ମୃତ୍ୟୁକୁ ନେଇ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଉପରେ କହିଛନ୍ତି, ଅଜିତ ଦାଦାଙ୍କ ଦୁର୍ଘଟଣା ସମ୍ପର୍କରେ ନିଶ୍ଚିତ ଭାବରେ ପ୍ରଶ୍ନ ଉଠିବ । ଏପରି ହେବା ମଧ୍ୟ ଉଚିତ। ବିମାନ ଦୁର୍ଘଟଣାରେ କିପରି ମୃତ୍ୟୁ ହୋଇଥିଲା ଓ ଯେଉଁ ଅଭିଯୋଗଗୁଡ଼ିକ ଉଠୁଛି, ତାହାର ତଦନ୍ତ ହେବା ଉଚିତ । ମୁଁ ବିଶ୍ୱାସ କରେ ଏହି ଘଟଣର ପରଦା ପଛରେ କିଛି ରହସ୍ୟ ରହିଥିବା ପରି ମନେ ହେଉଛି ।
ପ୍ରଶ୍ନ ଉଠାଇଲା ଏନ୍ସିପି
ଅଜିତ ପାୱାରଙ୍କ ମୃତ୍ୟୁ ଏନସିପି ଭିତରେ ମଧ୍ୟ ଆଲୋଡ଼ନ ସୃଷ୍ଟି କରିଛି । ଏହାକୁ ନେଇ ପ୍ରଶ୍ନ ଠିବାରେ ଲାଗିଛି । ସଞ୍ଜୟ ରାଉତ କହିଛନ୍ତି, ତାଙ୍କର ମୃତ୍ୟୁ ସନ୍ଦେହଜନକ । ପରଦା ପଛରେ କିଛି ଘଟିଥିବ। ସନ୍ଦେହ ହେଉଛି । ଅଜିତ ଦାଦା କହିଥିଲେ ଯେ, ସେ ଘର ବାହୁଡ଼ିବାକୁ ଚାହାନ୍ତି । ଏହା ପରେ ବିଜେପି ସଦସ୍ୟମାନେ ତାଙ୍କୁ ଜଳସେଚନ ଦୁର୍ନୀତି ସହ ଜଡିତ ଫାଇଲ ନେଇ ଧମକ ଦେଇଥିଲେ । ଅଜିତଙ୍କୁ ମିଳିଥିବା ଧମକ ସମ୍ପର୍କରେ ସଞ୍ଜୟ ରାଉତ କହିଛନ୍ତି, ଅଜିତ ଫାଇଲଗୁଡ଼ିକ ଉପରେ ଜବାବ ଦେଇଥିଲେ । ତେବେ ଏହାର ୧୦ ଦିନ ମଧ୍ୟରେ ରହସ୍ୟମୟ ଭାବରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଅଧିକ ପଢ଼ନ୍ତୁ---ଫେବ୍ରୁଆରି ୧୨ରେ ଶେଷ ହେବ ରାଷ୍ଟ୍ରପତି ଶାସନ: ମଣିପୁରରେ ସରକାର ଗଠନ ପାଇଁ ଅଣ୍ଟାଭିଡ଼ା,ଏନ୍ଡିଏ ବିଧାୟକ ଦିଲ୍ଲୀରେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/02/sanjay-rout-2026-02-02-13-31-54.jpg)