puri ratna bhandar Photograph: (Kanak News)
କନକ ବ୍ୟୁରୋ; ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଅଳଙ୍କାର ଗଣତିମଣତି ନେଇ ଆଜି ବସିବ ଉଚ୍ଚସ୍ତରୀୟ କମିଟିର ବୈଠକ । ଅପରାହ୍ଣ ୪ଟାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ବୈଠକରେ ଗଣତି ମଣିତ ତାରିଖ ନିର୍ଦ୍ଧାରିତ ହେଵ ଓ ପ୍ରସ୍ତୁତ ହେବ ଗଣତିର ରୂପରେଖ । ପାଞ୍ଜି ଦେଖି ୨ଟି ତାରିଖ ନିର୍ଦ୍ଧାରିତ ହେବ ଓ ସେହି ତାରିଖକୁ ପରିଚାଳନା କମିଟିକୁ ସୁପାରିଶ କରାଯିବ। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ । ଆଗକୁ ଇଂରାଜୀ ନବବର୍ଷ ଥିବାରୁ ଶ୍ରୀମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ।
ତେଣୁ ସେହି ସମୟରେ ରତ୍ନଭଣ୍ଡାର ଖୋଲିବା ସମ୍ଭବ ହୋଇନପାରେ । ଏଣୁ ବୈଠକରେ ଆସନ୍ତା ଜାନୁଆରୀ ମାସରେ କେଉଁ ତାରିଖରେ ରତ୍ନ ଭଣ୍ଡାର ଖୋଲିବ ସେନେଇ ତିଥି ,ବାର ସହ ମାହେନ୍ଦ୍ର ବେଳ ସ୍ଥିର କରାଯିବ । ସେପଟେ ଗଣତିମଣତି ସମୟରେ ଅଳଙ୍କାରର ସୁରକ୍ଷା ଦୃଷ୍ଟିରୁ ଭକ୍ତଙ୍କ ଦର୍ଶନ କେତେ ସମୟ ପର୍ଯ୍ୟନ୍ତ ବନ୍ଦ କରାଯିବ ତାହା ମଧ୍ୟ ସ୍ଥିରିକୃତ କରାଯିଵ। ପରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଅନୁମୋଦନ ହେବାପରେ ଖୋଲିବ ରତ୍ନଭଣ୍ଡାର । ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସବୁର ଡିଜିଟାଇଜେସନ କରାଯିବ। ୧୯୭୮ ମସିହାର ମେଳକ ସହ ଗଣତି ମଣତି କରାଯିବ । ମାର୍ଗଦର୍ଶିକା ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,, ଜିଲ୍ଲାପାଳ,,ଏସପି ଏବଂ ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟମାନେ ଉପସ୍ଥିତ ରହିବେ ।
ଅଧିକ ପଢନ୍ତୁ; କେବେ ହେବ ରତ୍ନଭଣ୍ଡାର ଗଣତିମଣତି..ଖଟଶେଯରେ ଥିବା ରତ୍ନ ଅଳଙ୍କାର ସୁରକ୍ଷିତ ତ ?
ମହାପ୍ରଭୁଙ୍କ ଅଳଙ୍କାର
କେବେ ହେବ ମଣତି ଓ ଗଣତି?
ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ପ୍ରସ୍ତୁତି ଶେଷ
ଆଜି ଉଚ୍ଚସ୍ତରୀୟ କମିଟିର ବୈଠକ
ଅପରାହ୍ଣ ୪ଟାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ବୈଠକରେ ନିର୍ଦ୍ଧାରିତ ହେବ ଗଣତି ତାରିଖ
ଗଣତି ମଣତି ନେଇ ରୂପରେଖ ପ୍ରସ୍ତୁତ ହେବ
ପାଞ୍ଜି ଦେଖି ଗଣତି ପାଇଁ ୨ ଟି ତାରିଖ ଧାର୍ଯ୍ୟ କରାଯିବ
ସେହି ତାରିଖକୁ ମନ୍ଦିର ପରିଚାଳନା କମିଟିକୁ ସୁପାରିଶ କରାଯିବ
ପରିଚାଳନା କମିଟି ରାଜ୍ୟ ସରକାରଙ୍କ ନିକଟକୁ ପଠାଇବ
ଜାନୁଆରୀ ମାସରେ ହୋଇପାରେ ରତ୍ନଅଳଙ୍କାରର ଗଣତି
Follow Us