ଗଣତନ୍ତ୍ର ଦିବସରେ କୋରାପୁଟରେ ଆମିଷ ବିକ୍ରି ବନ୍ଦ ନିଷ୍ପତି, ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବିରୋଧ, ବିରୋଧୀଙ୍କ ସମାଲୋଚନା

Advertisment

କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଶୁକ୍ରବାର ଏ ସମ୍ପର୍କରେ ଜିଲାର ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀ ମାନଙ୍କୁ ଚିଠି କରି ଏହା କଡାକଡି ଭାବେ ରୂପାୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିରୋଧ କରାଯାଇଛି ।

କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଶୁକ୍ରବାର ଏ ସମ୍ପର୍କରେ ଜିଲାର ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀ ମାନଙ୍କୁ ଚିଠି କରି ଏହା କଡାକଡି ଭାବେ ରୂପାୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିରୋଧ କରାଯାଇଛି ।

koraput

କନକ ବ୍ୟୁରୋ : କୋରାପୁଟରେ ସାଧାରଣତନ୍ତ୍ର ଦିବସରେ ଆମିଷ ବିକ୍ରି ବନ୍ଦ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମାକୁ ବିରୋଧ। ଆସନ୍ତା ଜାନୁଆରୀ ୨୬ରେ ଅନୁଷ୍ଠିତ ହେବାକୁ ଥିବା ୭୭ ତମ ଗଣତନ୍ତ୍ର ଦିବସରେ କୋରାପୁଟ ଜିଲ୍ଲାରେ ଆମିଷ ବିକ୍ରି ଉପରେ ଜିଲାପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲା। କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଶୁକ୍ରବାର ଏ ସମ୍ପର୍କରେ ଜିଲାର ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀ ମାନଙ୍କୁ ଚିଠି କରି ଏହା କଡାକଡି ଭାବେ ରୂପାୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିରୋଧ କରାଯାଇଛି ।

ଅଧିକ ପଢ଼ନ୍ତୁ : ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ବନ୍ଦ ନେଇ ନିର୍ଦ୍ଦେଶନାମା : କଟକଣା ଜାରି କଲା କୋରାପୁଟ ଜିଲ୍ଲା ପ୍ରଶାସନ

ବିଜେଡି ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିଛନ୍ତି କି, ଆଦିବାସୀ ବହୁଳ କୋରାପୁଟ ଜିଲ୍ଲା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲାପାଳ ଏଭଳି ନିର୍ଦ୍ଦେଶ ଜାରି କରିବା ସମସ୍ତଙ୍କୁ ବ୍ୟଥିତ କରିଛି । ଭାରତ ଇତିହାସରେ ଏଭଳି ନିର୍ଦ୍ଦେଶ ଆଗରୁ କେବେ ଦିଆଯାଇ ନାହିଁ । କିଏ କ'ଣ ଖାଇବେ, କିଏ କ'ଣ ପିନ୍ଧିବେ  ଓ କିଏ କେଉଁ ଦେବାଦେବୀଙ୍କୁ ପୂଜା କରିବେ ତା ଉପରେ କଟକଣା ଲଗାଇବାକୁ ସରକାର ପ୍ରାୟୋଜିତ ଭାବେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏଭଳି ନିର୍ଦ୍ଦେଶନାମା ଜାରି କରୁଛନ୍ତି ବୋଲି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe