କନକବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ଆମିଷ ବିକ୍ରି ବନ୍ଦ ନେଇ ନିର୍ଦ୍ଦେଶନାମା। ଆସନ୍ତା ଜାନୁଆରୀ ୨୬ରେ ଅନୁଷ୍ଠିତ ହେବାକୁ ଥିବା ୭୭ ତମ ଗଣତନ୍ତ୍ର ଦିବସରେ କୋରାପୁଟ ଜିଲ୍ଲାରେ ଆମିଷ ବିକ୍ରି ଉପରେ ଜିଲାପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।
ଅଧିକ ପଢନ୍ତୁ..ହୁହୁ ହୋଇ ବଢ଼ିଚାଲିଛି ସୁନା ଦର : ବସନ୍ତ ପଞ୍ଚମୀରେ ରେକର୍ଡ ଛୁଇଁଲା ସୁନା ଦର
କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଶୁକ୍ରବାର ଏ ସମ୍ପର୍କରେ ଜିଲାର ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀ ମାନଙ୍କୁ ଚିଠି କରି ଏହା କଡାକଡି ଭାବେ ରୂପାୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରୀ ୨୬ ସୋମବାର ଦିନ ଜିଲ୍ଲାର ସବୁ ଅଞ୍ଚଳରେ ଯେପରି ଛେଳି ମାଂସ, କୁକୁଡ଼ା ମାଂସ,ମାଛ, ଅଣ୍ଡା ଏବଂ ଅନ୍ୟାନ୍ୟ ଆମିଷ ଜାତୀୟ ଖାଦ୍ୟ ବିକ୍ରି ନହୁଏ ସେଥିପ୍ରତି କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/24/non-veg-work-2026-01-24-08-25-51.jpg)