ସୁନ୍ଦରଗଡ଼ରେ ଏମସିଏଲର ମନମାନି, ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ହଜାର ହଜାର ବିସ୍ଥାପିତ

Advertisment

ଯେ ପର୍ଯ୍ୟନ୍ତ  କ୍ଷତିପୂରଣ ଟଙ୍କା ମିଳିନାହିଁ ସେ ପର୍ଯ୍ୟନ୍ତ  ଅନିଦ୍ଧିଷ୍ଟ କାଳ ପାଇଁ ଧାରଣା ଚାଲିବ ବୋଲି ଚେତାବନୀ ଦେଇଛନ୍ତି ବିସ୍ଥାପିତ।  ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ ଗୋପାଳପୁର , ସିଆରମାଲ , ତମୁଲିଆ , ରତନସାରା , ରତନପୁର , ଖପୁରିକଚ୍ଛାର ଭଳି ଗାଁ ଗୁଡିକ ଏମସିଏଲକୁ କୋଇଲା ଖଣି ପାଇଁ ହସ୍ତାନ୍ତର ହୋଇଛି ।

ଯେ ପର୍ଯ୍ୟନ୍ତ  କ୍ଷତିପୂରଣ ଟଙ୍କା ମିଳିନାହିଁ ସେ ପର୍ଯ୍ୟନ୍ତ  ଅନିଦ୍ଧିଷ୍ଟ କାଳ ପାଇଁ ଧାରଣା ଚାଲିବ ବୋଲି ଚେତାବନୀ ଦେଇଛନ୍ତି ବିସ୍ଥାପିତ।  ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ ଗୋପାଳପୁର , ସିଆରମାଲ , ତମୁଲିଆ , ରତନସାରା , ରତନପୁର , ଖପୁରିକଚ୍ଛାର ଭଳି ଗାଁ ଗୁଡିକ ଏମସିଏଲକୁ କୋଇଲା ଖଣି ପାଇଁ ହସ୍ତାନ୍ତର ହୋଇଛି ।

sundargarh

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଅବମାନନା କରୁଛି ଏମସିଏଲ । ଗାଁ ପାଖକୁ ମାଡି ଆସିଲାଣି ଖଣି, କ୍ଷତିପୂରଣ ଟଙ୍କା ଦେଉନାହିଁ ଏମସିଏଲ ।  ହଜାର ହଜାର ଆଦିବାସୀ ଘେରିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  । ସୁନ୍ଦରଗଡ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ  ସମ୍ମୁଖରେ ଧାରଣା ଦେଲେ ହଜାର ହଜାର ଆଦିବାସୀ ବିସ୍ଥାପିତ । ଯେ ପର୍ଯ୍ୟନ୍ତ  କ୍ଷତିପୂରଣ ଟଙ୍କା ମିଳିନାହିଁ ସେ ପର୍ଯ୍ୟନ୍ତ  ଅନିଦ୍ଧିଷ୍ଟ କାଳ ପାଇଁ ଧାରଣା ଚାଲିବ ବୋଲି ଚେତାବନୀ ଦେଇଛନ୍ତି ବିସ୍ଥାପିତ।  ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ ଗୋପାଳପୁର , ସିଆରମାଲ , ତମୁଲିଆ , ରତନସାରା , ରତନପୁର , ଖପୁରିକଚ୍ଛାର ଭଳି ଗାଁ ଗୁଡିକ ଏମସିଏଲକୁ କୋଇଲା ଖଣି ପାଇଁ ହସ୍ତାନ୍ତର ହୋଇଛି । ହେଲେ ଏହି ସବୁ ଗାଁ ଗୁଡିକ ଉପରେ ଜୁଲୁମ କରୁଛି ଏମସିଏଲ । ଗାଁ ମୁଣ୍ଡକୁ କ୍ଷଣି ନେଇ ଆସି କ୍ଷତିପୂରଣ ଟଙ୍କା ମଧ୍ୟ ପ୍ରଦାନ କରୁନାହିଁ । ସେହିଭଳି ଆଜି ରତନସରା ଗାଁର ହଜାର ହଜାର ବିସ୍ଥାପିତ ଆଜି ଜିଲ୍ଲପାଳଙ୍କ କାର୍ଯ୍ୟାଳୟ  ସମ୍ମୂଖ ରେ ଧାରଣାରେ ବସିଛନ୍ତି ତାଙ୍କର ଗୋଟିଏ ଦାବୀ ରହିଛି ସୁପ୍ରିମକୋର୍ଟର ନିଦେର୍ଶ ପରେ ବି କାହିଁକି ଏମସିଏଲ କ୍ଷତିପୂରଣ ପ୍ରଦାନ କରୁନାହିଁ । କ୍ଷତିପୂରଣ ରାଶି ତ ପ୍ରଦାନ କରୁନାହିଁ ଅନ୍ୟପଟେ ଗାଁ ମୁଣ୍ଡକୁ ଖଣି ନେଇ ଚାଲିଆସୁଛି । ଆଉ ଯେ ପର୍ଯ୍ୟନ୍ତ  କ୍ଷତିପୂରଣ ଟଙ୍କା ମିଳିନାହିଁ ସେ ପର୍ଯ୍ୟନ୍ତ  ଏହିଭଳି ଧାରଣା ଚାଲୁରହିବ ବୋଲି କହିଛନ୍ତି ବିସ୍ଥାପିତ ।

ଅଧିକ ପଢ଼ନ୍ତୁ : ସୁନ୍ଦରଗଡ଼ରେ ଏମସିଏଲର ଦାଦାଗିରି । ଗାଁରେ ଉତ୍ତେଜନା, ହାଇକୋର୍ଟରେ ପିଟିସନ ଦାଖଲ ।

ସେପଟେ ଏମସିଏଲର କୋଇଲା ଖଣି ପାଇଁ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି  ।କାହାର କୋଠା ଭାଙ୍ଗି ପଡିଛି ତ ଆଉ କାହାର ଛପର ଉଡ଼ିଯାଇଛି । ପୁନର୍ବାସ-ଥଇଥାନ ବ୍ୟବସ୍ଥା ନକରି ଗାଁ ଖାଲି କରୁଛି କମ୍ପାନି । ଯିଏ ମନା କରୁଛନ୍ତି ତାଙ୍କୁ ନାଲି ଆଖି ଦେଖାଉଛନ୍ତି ଏମସିଏଲ  କର୍ତ୍ତୃପକ୍ଷ । ସୁନ୍ଦରଗଡ଼ ଜିଲ୍ଲାର ଗୋପାଳପୁର, ସିଆରମାଲରେ କୋଇଲା ଖଣି ଖୋଳୁଛି ଏମସିଏଲ୍‌। ଆଉ ଏଠି ନିୟମ କାନୁନ କଥା ଛାଡନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ  ବି ଫୁ କରି ଉଡ଼ାଇ ଦେଉଛି ଏମସିଏଲ  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe