କନକ ବ୍ୟୁରୋ : ୧୯ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ । ଏଥିପାଇଁ ଆଜିଠାରୁ ନୋଡାଲ୍ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର । କଟକ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ ଷ୍ଟ୍ରଙ୍ଗରୁମ୍ରୁ ପ୍ରଶ୍ନପତ୍ର ନୋଡାଲ୍ ସେଣ୍ଟରକୁ ପଠାଇବା ପ୍ରକ୍ରିୟା ଆରମ୍ଭ ହେବ। ଆଜି ପ୍ରଥମ ଦିନ ଦୂରଦୂରାନ୍ତରେ ଥିବା ୫ଟି ଜିଲ୍ଲାକୁ ପ୍ରଶ୍ନପତ୍ର ପଠାଯିବ । ବୋର୍ଡ ଷ୍ଟ୍ରଙ୍ଗରୁମ୍ରୁ ନୋଡାଲ୍ ସେଣ୍ଟରକୁ ପ୍ରଶ୍ନପତ୍ର ନେବା ପାଇଁ ୪୯ଟି ଡେସପାଚ୍ ଟିମ୍ ଗଠନ ହୋଇଛି । ପ୍ରଶ୍ନପତ୍ର ନେବା ପାଇଁ ସେମି ଡିଜି ଲକର୍ ବ୍ୟବସ୍ଥା ହୋଇଛି । ପ୍ରଶ୍ନପତ୍ର କେଉଁ ରୁଟ୍ରେ ଯିବ ସେଥିପାଇଁ ରୁଟ୍ଚାର୍ଟ ପ୍ରସ୍ତୁତ ହୋଇଛି । ପ୍ରଶ୍ନପତ୍ର ନେଇ ଯାଉଥିବା ପ୍ରତି ଗାଡ଼ିରେ ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ସମେତ ଦୁଇ ଜଣ ବୋର୍ଡ କର୍ମଚାରୀ ଉପସ୍ଥିତ ରହିବେ । ପ୍ରଶ୍ନପତ୍ର ସୁରକ୍ଷିତ ରଖିବା ପାଇଁ ରାଜ୍ୟରେ ମୋଟ ୩୨୨ଟି ନୋଡାଲ୍ ସେଣ୍ଟର ହୋଇଥିବା ବେଳେ ଏଥିରେ ୧୭ଟି ପୁଲିସ ଷ୍ଟେସନ୍ ରହିଛି ।
ଅଧିକ ପଢନ୍ତୁ : ଓସେପାର ମାଟ୍ରିକ୍ ଟିପ୍ସ; '୭ ଘଣ୍ଟା ସୁଅ, ୮ରୁ ୧୦ ଘଣ୍ଟା ପଢ଼'
ଆଜିଠୁ ନୋଡାଲ୍ ସେଣ୍ଟର ଯିବ ପ୍ରଶ୍ନପତ୍ର
୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା
ପ୍ରଶ୍ନପତ୍ର ଆଜିଠୁ ନୋଡାଲ୍ ସେଣ୍ଟରକୁ ପଠାଇବା ପ୍ରକ୍ରିୟା ଆରମ୍ଭ ହେବ
ପ୍ରଥମ ଦିନ ଦୂରଦୂରାନ୍ତରେ ଥିବା ୫ଟି ଜିଲ୍ଲାକୁ ପ୍ରଶ୍ନପତ୍ର ପଠାଯିବ
୪୯ଟି ଡେସପାଚ୍ ଟିମ୍ ଗଠନ ହୋଇଛି
ପ୍ରଶ୍ନପତ୍ର ନେବା ପାଇଁ ସେମି ଡିଜି ଲକର୍ ବ୍ୟବସ୍ଥା ହୋଇଛି
କେଉଁ ରୁଟ୍ରେ ଯିବ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି ରୁଟ୍ଚାର୍ଟ
ପ୍ରଶ୍ନପତ୍ର ନେଇ ଯାଉଥିବା ପ୍ରତି ଗାଡ଼ିରେ ସଶସ୍ତ୍ର ସୁରକ୍ଷା କର୍ମୀ ଓ ୨ ବୋର୍ଡ କର୍ମଚାରୀ ଉପସ୍ଥିତ ରହିବେ
ପ୍ରଶ୍ନପତ୍ର ସୁରକ୍ଷିତ ରଖିବା ପାଇଁ ରାଜ୍ୟରେ ୩୨୨ଟି ନୋଡାଲ୍ ସେଣ୍ଟର ହୋଇଛି
ପ୍ରତି ନୋଡାଲ୍ ସେଣ୍ଟରରେ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା
୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/10/matric-exam-2026-02-10-07-14-24.jpeg)