Accident Photograph: (KanakNews)
କନକ ବ୍ୟୁରୋ: ଉତ୍ତରପ୍ରଦେଶ ମଥୁରାରେ ବଡ଼ ସଡ଼କ ଦୁର୍ଘଟଣା । ରାସ୍ତା ଉପରେ ଜଳିଗଲା ୮ ଟି ବସ୍ ଓ ୩ କାର, ମୋଟ୍ ୪ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା । ସେହିପରି ୨୫ ଗୁରୁତର ହୋଥଥିବା ଜଣାପଡିଛି । ସୋମବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶର ମଥୁରା ଯମୁନା ଏକ୍ସପ୍ରେସ୍ ହାଇୱେରେ ଏହି ଦୁର୍ଘଟଣା ଘଟିଛି। କୁହୁଡି କାରଣରୁ ସିରିଜ୍ ଦୁର୍ଘଟଣା ପରେ ପାଞ୍ଚଟି ବସ୍ ଏବଂ ଗୋଟିଏ କାରରେ ନିଆଁ ଲାଗିଗଲା । ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳରେ ଯାତ୍ରୀଙ୍କ ଚିତ୍କାର ଏବଂ ପାଟିତୁଣ୍ଡ ଶୁଭିଥିଲା। ୪ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ପାଇ ସ୍ଥାନୀୟ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ଅଧିକ ପଢନ୍ତୁ : ମେକ୍ସିକୋରେ ଏକ ବଡ଼ ବିମାନ ଦୁର୍ଘଟଣା, ୭ଯାତ୍ରୀଙ୍କ ମୃତ୍ୟୁ ସୂଚନା
ସୂଚନାମୁତାକ, ଆଜି ଭୋର ସମୟରେ ଯମୁନା ଏକ୍ସପ୍ରେସୱେରେ ପ୍ରବଳ କୁହୁଡ଼ି ଲାଗି ରହିଥିଲା । ରାସ୍ତାରେ କିଛି ଦୂର ପର୍ଯ୍ୟନ୍ତ ମଧ୍ୟ କିଛି ଦେଖାଯାଉନଥିଲା । ଏହି ସମୟରେ ଏକ ଗାଡ଼ି ହଠାତ୍ ବ୍ରେକ୍ ମାରିବାରୁ ପଛରୁ ଆସୁଥିବା ଅନ୍ୟ ଗାଡ଼ିଗୁଡ଼ିକ ନିୟନ୍ତ୍ରଣ ହରାଇ ଗୋଟିଏ ପରେ ଗୋଟିଏ ଧକ୍କା ଦେଇଥିଲେ। ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକ ମଧ୍ୟରେ ଘରୋଇ ବସ୍, ରୋଡୱେଜ୍ ବସ୍ ଏବଂ କିଛି କାର୍ ସାମିଲ ଅଛି। ଧକ୍କା ଏତେ ଜୋରଦାର ଥିଲା ଯେ ଗାଡ଼ିଗୁଡ଼ିକର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି ।
Follow Us