ଅସ୍ତିତ୍ବ ହରାଉଛି ଶିବ ସାଗର ! ରକ୍ଷଣାବେକ୍ଷଣ ଅଭାବରୁ ପୋତି ହୋଇଯିବ କି ?

Advertisment

ମାଥିଲି ସଦରରେ ଥିବା ଶିବ ସାଗର ଏବେ ବିପଦ ମୁହାଁ । ଦିନେ ସାରା ଅଞ୍ଚଳର ଜଳକଷ୍ଟ ଦୂର କରୁଥିଲା । ପିଇବା ପାଣିଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର ଯାଏଁ କାର୍ଯ୍ୟରେ ଲାଗୁଥିଲା । ଏବେ ରକ୍ଷଣାବେକ୍ଷଣା ଅଭାବରୁ ଜଳସ୍ରୋତ ଶୁଷ୍କ ହେବାରେ ଲାଗିଛି ।

ମାଥିଲି ସଦରରେ ଥିବା ଶିବ ସାଗର ଏବେ ବିପଦ ମୁହାଁ । ଦିନେ ସାରା ଅଞ୍ଚଳର ଜଳକଷ୍ଟ ଦୂର କରୁଥିଲା । ପିଇବା ପାଣିଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର ଯାଏଁ କାର୍ଯ୍ୟରେ ଲାଗୁଥିଲା । ଏବେ ରକ୍ଷଣାବେକ୍ଷଣା ଅଭାବରୁ ଜଳସ୍ରୋତ ଶୁଷ୍କ ହେବାରେ ଲାଗିଛି ।

Shiva Sagar

Shiva Sagar Photograph: (Kanak News)

କନକ ବ୍ୟୁରୋ : ମାଲାକାନଗିରି ଜିଲ୍ଲା ମାଥିଲିର ହଜାର ହଜାର ଲୋକଙ୍କ ଏକମାତ୍ର ଭରସା ଥିଲା ଶିବସାଗର । ଲୋକଙ୍କ ପୋଟକୁ ଦାନା ଯୋଗାଉଥିଲା, ଶୋଷ ବି ମେଣ୍ଟାଉଥିଲା । ରକ୍ଷଣାବେକ୍ଷଣ ଅଭାବରୁ ଏବେ ନିଜର ଅସ୍ତିତ୍ୱ ହରାଇବାରେ ଲାଗିଛି । ସାଗର ପାଣି ଦୂଷିତ ହେଉଥିବାରୁ ଲୋକଙ୍କ ପାଇଁ ବ୍ୟବହାର ଅନୁପଯୋଗୀ ହୋଇପଡିଛି ।

ମାଥିଲି ସଦରରେ ଥିବା ଶିବ ସାଗର ଏବେ ବିପଦ ମୁହାଁ । ଦିନେ ସାରା ଅଞ୍ଚଳର ଜଳକଷ୍ଟ ଦୂର କରୁଥିଲା । ପିଇବା ପାଣିଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର ଯାଏଁ କାର୍ଯ୍ୟରେ ଲାଗୁଥିଲା । ଏବେ ରକ୍ଷଣାବେକ୍ଷଣା ଅଭାବରୁ ଜଳସ୍ରୋତ ଶୁଷ୍କ ହେବାରେ ଲାଗିଛି । ଆଉ ସେ ସୌନ୍ଦର୍ଯ୍ୟ ନାହିଁ । କି ଲୋକଙ୍କ କାମରେ ଲାଗୁନି । ରକ୍ଷଣାବେକ୍ଷଣ ଅଭାବରୁ ଅଳିଆ ଆବର୍ଜନରେ ପୋତି ହୋଇଯାଇଛି ପ୍ରସିଦ୍ଧ ଶିବ ସାଗର ।

ଅଧିକ ପଢ଼ନ୍ତୁ : ଟୋପେ ପାଣି ପାଇଁ ହୀନସ୍ତା; ଶୋଷ ମେଣ୍ଟାଉଛି ପୋଖରୀ

ସାଗରର ରକ୍ଷଣାବେକ୍ଷଣା ଦାୟିତ୍ବ ନେଇଥିଲା କ୍ଷୁଦ୍ର ଜଳ ସେଚନ ବିଭାଗ । ଜଣେ ଠିକାଦାର ସୌନ୍ଦର୍ଯ୍ୟୀକରଣ ପାଇଁ ଟେଣ୍ତର ପାଇଥିଲେ । କିନ୍ତୁ ଠିକାଦାରଙ୍କ ଅବହେଳା ପାଇଁ କାମ ଆଗେଇ ପାରିଲାନି । ଶେଷରେ ଟେଣ୍ତର ରଦ୍ଧ ହୋଇଥିଲା। ଫଳରେ ପ୍ରାୟ ବର୍ଷେ ହେବ ସାଗରର ବିଭିନ୍ନ ଉନ୍ନୟନ କାମ ବନ୍ଦ ରହିଛି । ଏପଟେ ପୁନଃ ଟେଣ୍ତର ଆହ୍ବାନ ପରେ କାମ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛି ମାଥିଲି କ୍ଷୁଦ୍ର ଓ ଜଳସେଚନ ବିଭାଗ ।

ଦିନ ଥିଲା ମାଥିଲି ଶିବ ସାଗର ଲୋକଙ୍କ ଜଳ କଷ୍ଟ ଦୂର କରୁଥିଲା । ଶହ ଶହ ଲୋକଙ୍କ ଏକମାତ୍ର ଭରସା ସାଜିଥିଲା । ମତ୍ସଜୀବୀ ମଧ୍ୟ ସାଗରରୁ ମାଛ ଧରି ପେଟ ପୋଷୁଥିଲେ । ଏବେ ରକ୍ଷଣାବେକ୍ଷଣା ଅଭାବରୁ ଏହା ପୋତି ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe