କନକ ବ୍ୟୁରୋ : ଡାକ୍ତରଙ୍କ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଡାକ୍ତରଖାନାରେ ଜଣେ ପ୍ରସୂତି ମହିଳାଙ୍କ ମୃତ୍ୟୁ ହୋଇଛି । ଡାକ୍ତରଙ୍କ ଅବହେଳା କାରଣରୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ନୟାଗଡ଼ ଏସ୍ସିଏସ୍ଓ ପ୍ରଭଞ୍ଜନ ମହାନ୍ତିଙ୍କ ସ୍ତ୍ରୀ କାନନ ମଣ୍ଡଳ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ରାୟଗଡ଼ାର ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅସ୍ତ୍ରୋପଚାର ପରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ।
ଅଧିକ ପଢନ୍ତୁ : ରାୟଗଡ଼ାରେ ଜନନୀ ଯନ୍ତ୍ରଣା : ୫ କିଲୋମିଟର ଭାରାରେ ବୁହା ହେଲେ ପ୍ରସୂତି
ତେବେ ଅପରାହ୍ଣରେ ପ୍ରସୂତି ଗୁରୁତର ହେବାରୁ ଅସ୍ତ୍ରୋପଚାର କରିଥିବା ଡାକ୍ତର ନିଜେ ଏକ ଆମ୍ବୁଲାନ୍ସ ଯୋଗାଡ଼ କରି ଏସଏଲଏନ ମେଡିକାଲ କଲେଜକୁ ଦୁଇଜଣ ଷ୍ଟାଫ ନର୍ସଙ୍କ ସହ ଆଣୁଥିଲେ । ଲକ୍ଷ୍ମୀପୁର ନିକଟରେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଲକ୍ଷ୍ମୀପୁର ସିଏଚ୍ସିରେ ଭର୍ତ୍ତି କରିଥିଲେ । ଭର୍ତ୍ତି କରିବାର କିଛି ସମୟ ପରେ ପ୍ରସୂତିଙ୍କ ମୃତ୍ୟୁ ହୋଇଛି ବୋଲି ଡାକ୍ତର ତାଙ୍କ ସ୍ୱାମୀଙ୍କୁ କହିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଡାକ୍ତର କୁଣ୍ଡୁ ଖଣ୍ଡନ କରିଥିବା ବେଳେ ପ୍ରସୂତିଙ୍କ ଚିକିତ୍ସାରେ କୌଣସି ଅବହେଳା କରାଯାଇନଥିବା ସଫେଇ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/18/death-2026-02-18-08-08-37.jpg)