ଭଦ୍ରକରେ ଗୋ-ମାଫିଆ ସେକ୍ ରାଜନ ଘରେ ଜୋରଦାର ଚଢ଼ାଉ, ଏଯାଏଁ ମିଳିଲାଣି ୧୦ କୋଟିରୁ ଅଧିକ ସମ୍ପତ୍ତି

Advertisment

ନଗଦ ୬୬ ଲକ୍ଷ ଟଙ୍କା ସହ ସୁନା ଜବତ । ରାଜନକୁ କେନ୍ଦୁଝରକୁ ନେଇ କରାଯାଉଛି ଅଧିକ ପଚରାଉଚରା । ଅଧିକ ଚେର ଖୋଜୁଛି ପୁଲିସ୍ ।

ନଗଦ ୬୬ ଲକ୍ଷ ଟଙ୍କା ସହ ସୁନା ଜବତ । ରାଜନକୁ କେନ୍ଦୁଝରକୁ ନେଇ କରାଯାଉଛି ଅଧିକ ପଚରାଉଚରା । ଅଧିକ ଚେର ଖୋଜୁଛି ପୁଲିସ୍ ।

go mafia

go mafia Photograph: (KanakNews)

 କନକ ବ୍ୟୁରୋ;  ଭଦ୍ରକରେ କୁଖ୍ୟାତ ଗୋ-ମାଫିଆ ସେକ୍ ରାଜନା ଅଡ୍ଡାରେ ପୁଲିସର ଚଢ଼ାଉ ବେଳେ ମିଳିଛି ବିପୁଳ ସମ୍ପତ୍ତି। ପ୍ରାୟ ୧୦ କୋଟିରୁ ଅଧିକ ସମ୍ପତି ଠାବ ହୋଇଛି । ନଗଦ ୬୬ ଲକ୍ଷ ଟଙ୍କା ସହ ସୁନା ଜବତ ହୋଇଛି। ଏହାସହ ଦୁଇଟି ଦାମି କାର, ୪ଟି କୋଠା ମିଳିଛି ।  ଗୋ-ମାଫିଆ ରାଜନକୁ ମଧ୍ୟ ଗିରଫ କରାଯାଇଛି । ଭଦ୍ରକ  ଓ କେନ୍ଦୁଝର ପୁଲିସ ମିଳିତ ଭାବେ ଏହି ଚଢାଉ କରିଥିଲେ । ଶୁକ୍ରବାର ରାତିରୁ ଏହି ଚଢ଼ାଉ ଆରମ୍ଭ ହୋଇଥିଲା । ଭଦ୍ରକ ପୁରୁଣା ବଜାର ଅଞ୍ଚଳର ମୁଲ୍ଲା ସାହିରେ ଥିବା ରାଜନର ଘର ଉପରେ ପ୍ରଥମେ ଚଢ଼ାଉ ହୋଇଥିଲା ।

ଅଧିକ ପଢନ୍ତୁ;  ଗୋ-ମାଫିଆ ଠିକଣାରେ ପୁଲିସର ରେଡ : ଚଢ଼ାଉରେ ନଗଦ ୭୦ଲକ୍ଷ ଟଙ୍କା ସହ ସୁନା ଗହଣା ଜବତ

ଭଦ୍ରକ ର ୪ ଟି ସ୍ଥାନରେ କୋଠା ଓ ଜମିର ମୂଲ୍ୟ ପ୍ରାୟ ୧୦ କୋଟିରୁ ଅଧିକ ଟଙ୍କା ହେବ ବୋଲି ପୁଲିସର ପ୍ରାଥମିକ ଆକଳନରୁ ଜଣାପଡିଛି ।  ରାଜନର ପୁରୁଣା ବଜାର ଘରର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବା ସହ ଜମିର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ । ସେହିପରି ଚାନ୍ଦବାଲି  ବାଇପାସ୍ ରାସ୍ତାରେ ଥିବା ଏକ କୋଠାର ମୂଲ୍ୟ ପ୍ରାୟ ୨କୋଟି ୫୦ ଲକ୍ଷ ଟଙ୍କା ଓ ସେହି ଜମିର ମୂଲ୍ୟ ପ୍ରାୟ ୧ କୋଟି ୫୦ ଲକ୍ଷ ଟଙ୍କା ହେବ। । ମାର୍କେଟ କମ୍ପ୍ଲେକ୍ସ  କସ୍ମୋ ସିଟି କୋଠାର ମୂଲ୍ୟ ୫ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି । ରାଜନକୁ ପୁଲିସ କେନ୍ଦୁଝର ନେଇ ଅଧିକ ତଦନ୍ତ କରୁଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe