କନକ ବ୍ୟୁରୋ; ଭଦ୍ରକରେ କୁଖ୍ୟାତ ଗୋ-ମାଫିଆ ସେକ୍ ରାଜନା ଅଡ୍ଡାରେ ପୁଲିସର ଚଢ଼ାଉ ବେଳେ ମିଳିଛି ବିପୁଳ ସମ୍ପତ୍ତି। ପ୍ରାୟ ୧୦ କୋଟିରୁ ଅଧିକ ସମ୍ପତି ଠାବ ହୋଇଛି । ନଗଦ ୬୬ ଲକ୍ଷ ଟଙ୍କା ସହ ସୁନା ଜବତ ହୋଇଛି। ଏହାସହ ଦୁଇଟି ଦାମି କାର, ୪ଟି କୋଠା ମିଳିଛି । ଗୋ-ମାଫିଆ ରାଜନକୁ ମଧ୍ୟ ଗିରଫ କରାଯାଇଛି । ଭଦ୍ରକ ଓ କେନ୍ଦୁଝର ପୁଲିସ ମିଳିତ ଭାବେ ଏହି ଚଢାଉ କରିଥିଲେ । ଶୁକ୍ରବାର ରାତିରୁ ଏହି ଚଢ଼ାଉ ଆରମ୍ଭ ହୋଇଥିଲା । ଭଦ୍ରକ ପୁରୁଣା ବଜାର ଅଞ୍ଚଳର ମୁଲ୍ଲା ସାହିରେ ଥିବା ରାଜନର ଘର ଉପରେ ପ୍ରଥମେ ଚଢ଼ାଉ ହୋଇଥିଲା ।
ଅଧିକ ପଢନ୍ତୁ; ଗୋ-ମାଫିଆ ଠିକଣାରେ ପୁଲିସର ରେଡ : ଚଢ଼ାଉରେ ନଗଦ ୭୦ଲକ୍ଷ ଟଙ୍କା ସହ ସୁନା ଗହଣା ଜବତ
ଭଦ୍ରକ ର ୪ ଟି ସ୍ଥାନରେ କୋଠା ଓ ଜମିର ମୂଲ୍ୟ ପ୍ରାୟ ୧୦ କୋଟିରୁ ଅଧିକ ଟଙ୍କା ହେବ ବୋଲି ପୁଲିସର ପ୍ରାଥମିକ ଆକଳନରୁ ଜଣାପଡିଛି । ରାଜନର ପୁରୁଣା ବଜାର ଘରର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବା ସହ ଜମିର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ । ସେହିପରି ଚାନ୍ଦବାଲି ବାଇପାସ୍ ରାସ୍ତାରେ ଥିବା ଏକ କୋଠାର ମୂଲ୍ୟ ପ୍ରାୟ ୨କୋଟି ୫୦ ଲକ୍ଷ ଟଙ୍କା ଓ ସେହି ଜମିର ମୂଲ୍ୟ ପ୍ରାୟ ୧ କୋଟି ୫୦ ଲକ୍ଷ ଟଙ୍କା ହେବ। । ମାର୍କେଟ କମ୍ପ୍ଲେକ୍ସ କସ୍ମୋ ସିଟି କୋଠାର ମୂଲ୍ୟ ୫ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି । ରାଜନକୁ ପୁଲିସ କେନ୍ଦୁଝର ନେଇ ଅଧିକ ତଦନ୍ତ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/18/go-mafia-2026-01-18-08-17-36.jpg)