କନକ ବ୍ୟୁରୋ : ରାତି ଅଧରେ ଲାଗିଲା ନିଆଁ । ବାଲେଶ୍ଵର ସହର ଭିତରେ ଏକ ଗୋଦାମ ଘରେ ରାତି ଅଧରେ ନିଆଁ ଲାଗି ସବୁ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଫକୀର ମୋହନ ଗୋଲେଇ ନିକଟସ୍ଥ ବାଲେଶ୍ଵର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ୍ ପଛପଟେ ଥିବା ଗୋଦାମ ଘରେ ଏହି ନିଆଁ ଲାଗିଥିଲା । ରାତି ପ୍ରାୟ ଗୋଟାଏ ସମୟରେ ବାଣ ଫୁଟିବା ଭଳି ଶବ୍ଦ ହୋଇଥିଲା ।

Advertisment

ଅଧିକ ପଢନ୍ତୁ : ଚିଲିରେ ଜଙ୍ଗଲ ନିଆଁ, ନିୟନ୍ତ୍ରଣ ବାହାରେ ଦକ୍ଷିଣ ଚିଲି ଜଙ୍ଗଲରେ ଲାଗିଥିବା ନିଆଁ

ଏହାପରେ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ରେଲୱେ କାମ କରୁଥିବା ଶ୍ରମିକ । ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଗୋଦାମରେ ଘରକାମରେ ବ୍ୟବହାର ହେଉଥିବା କବାଟ ଝରକା ଉପକରଣ, ଅଠ।  ଓ ପାଇପ୍‌ ଆଦି ଗଚ୍ଛିତ ଥିଲା । ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ଦୀର୍ଘ ସମୟ ପରିଶ୍ରମ କରି ନିଆଁକୁ ନିୟନ୍ତଣ କରିବାରେ ସଫଳ ହୋଇଛି ।