କନକ ବ୍ୟୁରୋ:  ଚିଲିରେ ଜଙ୍ଗଲ ନିଆଁ । ଦକ୍ଷିଣ ଚିଲି ଜଙ୍ଗଲରେ ଲାଗିଥିବା ନିଆଁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ନିଆଁ ଲାଗି  ଅତି କମରେ ୧୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ହଜାର ହଜାର ଲୋକ ନିଜ ଘର ଛାଡ଼ି ପଳାଇବାକୁ ବାଧ୍ୟ ହୋଇଛନ୍ତି। ଜଙ୍ଗଲ ନିଆଁ ଜନବସତି ଆଡକୁ ମାଡିଆସିଛି। ଶହ ଶହ ଘର ଜଳିଯାଇଥିବାର ଭିଡିଓ ସାମ୍ନାକୁ ଆସିଛି ।

Advertisment

୧୧କେଭି ବିଦ୍ୟୁତ୍ ତାର ଛିଡ଼ି ଜଳିଗଲା ପାଳ ଗଦା, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ

ଚିଲି ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍ ରାଜଧାନୀ ସାଣ୍ଟିଆଗୋଠାରୁ ପ୍ରାୟ ୫୦୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ ନୁବଲେ ଓ ଓ ବିଓବିଓ ଅଞ୍ଚଳ ବିପଦ ଅବସ୍ଥାରେ ଥିବା ଘୋଷଣା କରିଛନ୍ତି।  ଯେଉଁଠାରେ ନିଆଁ  ଦୁଇ ଦିନ ପାଇଁ ଜଳି ଚାଲିଛି । ଚିଲି ପ୍ରତିରକ୍ଷା ମନ୍ତ୍ରୀ ଲୁଇସ୍ କୋର୍ଡେରୋ କହିଛନ୍ତି ଯେ ଏହି ଦୁଇ ଅଞ୍ଚଳରେ ଅତି କମରେ ୧୪ଟି ଜଙ୍ଗଲ ନିଆଁରେ ମୃତ୍ୟୁ ସଂଖ୍ୟା ନିଶ୍ଚିତ ହୋଇଛି । ଅଧିକାଂଶ ମୃତ୍ୟୁ ଉପକୂଳବର୍ତ୍ତୀ ସହର ପେଙ୍କୋରେ ଘଟିଛି ବୋଲି ସେଠାରର ମେୟର ରୋଡ୍ରିଗୋ ଭେରା କହିଛନ୍ତି। ନିଆଁକୁ ଆୟତ୍ତ କରିବାକୁ ଅଗ୍ନୀଶମ ଟିମ୍ ଚେଷ୍ଟା ଜାରି ରହିଛି।