Jungle Fire Photograph: (Kanak News)
କନକ ବ୍ୟୁରୋ : ହୁ ହୁ ହୋଇ ଜଳୁଛି ସଂରକ୍ଷିତ ଜଙ୍ଗଲ । ନିଆଁ ଧୀରେ ଧୀରେ ପୁରା ଜଙ୍ଗଲକୁ ବ୍ୟାପିବାରେ ଲାଗିଛି । ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡିଛି । କପ୍ତିପଦା ବନାଞ୍ଚଳ କଟୁରିଆ, ସାଣଦେଇ ସଂରକ୍ଷିତ ଜଙ୍ଗଲରେ ଲାଗିଛି ଭୟଙ୍କର ନିଆଁ । ପତ୍ରଝଡ଼ା ଋତୁରେ ଶୁଖିଲା ପତ୍ର ତଳେ ପଡିଥିବାରୁ ନିଆଁ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି ।
ଅଧିକ ପଢନ୍ତୁ : ଜଙ୍ଗଲ ନିଆଁକୁ ଜଗିବ ଏଆଇ: ନିଆଁ ଲଗାଇଲେ ୭ ବର୍ଷ ଜେଲ୍
ପ୍ରଥମେ ଶାଣଦେଇ ଜଙ୍ଗଲରେ ନିଆଁ ଲାଗିଥିଲା କ୍ରମେ ଏହା କଟୁରିଆ ଜଙ୍ଗଲକୁ ବ୍ୟାପିଯାଇଛି । ନିଆଁ ଭୟଙ୍କର ରୂପ ଧାରଣ କରିଥିବା ବେଳେ ନିଆଁରେ ସାଗୁଆନ ଭଳି ଅନେକ ମୂଲ୍ୟବାନ ଗଛ ଜଳି ନଷ୍ଟ ହୋଇଯାଉଥିବା ଦେଖିବାକୁ ମିଳିଛି । ସେପଟେ କପ୍ତିପଦା ବନାଞ୍ଚଳ ବାଘମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଛି। ପୁରା ଜଙ୍ଗଲ ଏବେ ହୁତୁ ହୁତୁ ହୋଇ ଜଳୁଛି । ହେଲେ ୮ ଘଣ୍ଟା ରୁ ଅଧିକ ହେବ ଜଙ୍ଗଲ ଜଳୁଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ବନ ବିଭାଗ ଉକ୍ତ ସ୍ଥାନରେ ପହଞ୍ଚି ନାହିଁ କି ନିଆଁକୁ ଆୟତ୍ତ କରି ପାରିନାହିଁ । ଏହି ନିଆଁ ଧୀରେ ଧୀରେ କରାଳ ରୂପ ନେଉଛି ।
Follow Us