କନକ ବ୍ୟୁରୋ: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବହୁ ସ୍ଥାନରେ ନିଆଁ ଲାଗି ଜଙ୍ଗଲ ଜଳିଯାଉଛି। ଏକଦା ସବୁଜିମାରେ ଭରିଥିବା ସ୍ଥାନ ଛାରଖାର ହୋଇଗଲାଣି । ନିଆଁରେ ମଣିଷ ସହିତ ଜୀବଜନ୍ତୁ ମଧ୍ୟ ପ୍ରଭାବିତ ହେଉଛନ୍ତି । ନିଆଁ ଯୋଗୁ ଜଙ୍ଗଲୀ ଜନ୍ତୁ, ଜନବସତିମୁହାଁ ହେଉଥିବା ଦେଖିବାକୁ ମିଳୁଛି।
- ଜଳୁଛି ଜଙ୍ଗଲ
- ଜନବସତିମୁହାଁ ଜଙ୍ଗଲୀ ଜନ୍ତୁ
ଲଗାତାର ଭାବେ ଦେଶର ସବୁଠୁ ଉତ୍ତପ୍ତ ସହର ତାଲିକାରେ ରହି ବୌଦ୍ଧ ଅଲୋଡା ରେକର୍ଡ କରିଛି। ଏହାରି ଭିତରେ ବୌଦ୍ଧରୁ ଆସିଥିବ ଏହି ଦୁଇଟି ଚିତ୍ର ଚିନ୍ତାକୁ ବଢ଼ାଇ ଦେଇଛି। ଗୋଟିଏ ପଟେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ। ଅନ୍ୟପଟେ ଜିଲ୍ଲାର ବାରିଙ୍ଗି ଗାଁରେ ମହାବଳ ବାଘ ଜଙ୍ଗଲ ଛାଡି ଜନବସତି ମୁହାଁ ହେବା ଖବର ଚର୍ଚ୍ଚାର ବିଷୟ ହୋଇଛି। ଜନବସତି ନିକଟରେ ମହାବଳ ବାଘକୁ ଦେଖି ଲୋକ ଆତଙ୍କିତ ହେଇପଡ଼ିଛନ୍ତି । ଲୋକଙ୍କ କହିବା ଅନୁସାରେ, ପୋଖରୀ ଖୋଳିବା ବେଳେ ହଠାତ୍ ଜଙ୍ଗଲରୁ ଏକ ମହାବଳ ବାଘ ବାହାରି ଆସିଥିଲା । ଲୋକ ଦୌଡ଼ି ପଳାଇଥିବା ବେଳେ ଜେସିବି ଡ୍ରାଇଭର ବାଘର ଫଟୋ ଉଠାଇଛି। ଏହି ଖବରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଜଙ୍ଗଲରେ ନିଆଁ ଲାଗୁଥିବାରୁ ଜଙ୍ଗଲୀ ଜନ୍ତୁ ଜନବସତିମୁହାଁ ହେଉଥିବା ଲୋକ କହିଛନ୍ତି ।
ପୂର୍ବରୁ ହାତୀ, ଭାଲୁ, ବାର୍ହା, ମାଙ୍କଡ଼ ଆଦି ବନ୍ୟପ୍ରାଣୀ ନିଆଁ ଭୟରେ ଜଙ୍ଗଲ ଛାଡ଼ି ବାହାରେ ବୁଲୁଥିବା ଦେଖିବାକୁ ମିଳିଛି । ଏବେ ବୌଦ୍ଧରେ ବାଘ ଭଳି ଭୟଙ୍କର ଜନ୍ତୁ ଜଙ୍ଗଲ ବାହାରେ ବୁଲୁଥିବା ଖବର ପାଇ ବୌଦ୍ଧ ବନଖଣ୍ଡ ଅଧିକାରୀ ଓ ମାଧପୁର ରେଞ୍ଜ୍ ଅଧିକାରୀ ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି । ଜେସିବି ଡ୍ରାଇଭର ଉଠାଇଥିବା ଫଟୋର ସତ୍ୟାସତ୍ୟ ଯାଞ୍ଚ କରିବା ସହ ତାଙ୍କୁ ପଚରାଉଚରା କରିଛନ୍ତି । ତେବେ ଜଙ୍ଗଲ ନିଆଁକୁ ଆୟତ୍ତ କରାଯାଉଛି ଓ ଭୟଭୀତ ହେବାର ନାହିଁ ବୋଲି ଡିଏଫଓ କହିଛନ୍ତି ।
ସୋମବାର ରାଜ୍ୟର ଶହେରୁ ଅଧିକ ସ୍ଥାନରେ ଜଙ୍ଗଲ ଜଳିଥିଲା। କିନ୍ତୁ ଏହାକୁ ଆୟତ୍ତ କରିବା ପାଇଁ ବନବିଭାଗ ପକ୍ଷରୁ ଯେମିତି ପଦକ୍ଷେପ ନିଆଯିବ କଥା ସେମିତି ନିଆଯାଇ ନାହିଁ। ଏହାରି ଭିତରେ ଜଙ୍ଗଲି ଜନ୍ତୁ ଜନବସତି ମୁହାଁ ହେବା ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/03/18/WS5fxmOjn0NukfsaFfBk.jpg)