କନକ ବ୍ୟୁରୋ : ଯୁଆଡ଼େ ଆଖି ବୁଲାଇଲେ, ପାଣି ଉପରେ ଭାସୁଛନ୍ତି ହଜାର ହଜାର ମଲା ମାଛ । ଅନୁଗୁଳ ଜିଲ୍ଲା ପରଙ୍ଗ ଡ୍ୟାମରେ ଆଜି ବି ପଡ଼ିଛି ମାଛ ମଡ଼କ । ଗତକାଲି ତୁଳନାରେ ଆଜି ଢେର ଅଧିକ ମଲା ମାଛ ଭାସୁଥିବା ଦେଖିବାକୁ ମିଳିଛି । ଲାଗୁଛି ଦିନ କେଇଟାରେ ମାଛଶୂନ୍ୟ ହୋଇଯିବ ପରଙ୍ଗ ଡ୍ୟାମ । ମାଛ ମଡକ ଖବର କନକ ନ୍ୟୁଜରେ ପ୍ରସାରଣ ପରେ ଚେତିଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ମତ୍ସ୍ୟ ଅଧିକାରୀ ତଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁଗୁଳ ଆଞ୍ଚଳିକ କାର୍ଯ୍ୟାଳୟର ଏକ ଟିମ୍ ଯାଇ ଡ୍ୟାମକୁ ଯାଇ ପାଣି ଓ ମାଛ ନମୁନା ସଂଗ୍ରହ କରିଛନ୍ତି ।
ଜିଲ୍ଲା ମତ୍ସ୍ୟ ଅଧିକାରୀ ଡ୍ୟାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ କହିଛନ୍ତି, ଡ୍ୟାମରେ ରୋହି, ଭାକୁଡ଼ ସମେତ ବିଭିନ୍ନ ପ୍ରଜାତିର ମାଛ ମରି ଭାସୁଛନ୍ତି । ପାଣିରୁ ଭୟଙ୍କର ଦୁର୍ଗନ୍ଧ ବାହାରୁଛି । ମାଛଙ୍କ ଲାଗି କ୍ଷତିକାରକ ହେବାଭଳି କିଛି ଜିନିଷ ପାଣିରେ ମାତ୍ରାଧିକ ମିଶିଥିବାରୁ ଏଭଳି ମାଛ ମଡ଼କ ପଡ଼ିଛି । ମାଛ ଓ ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ଲାଗି ଭୁବନେଶ୍ବରର ଏକ ଲାବୋରେଟୋରିକୁ ପଠାଯାଇଛି ।
ଅଧିକ ପଢ଼ନ୍ତୁ--ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ରେ ବଡ଼ ଅଘଟଣ ; ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟାରେ ୯ ମୃତ
କେଉଁ କାରଣରୁ ପରଙ୍ଗ ଡ୍ୟାମରେ ମାଛ ମଡ଼କ ପଡ଼ିଛି, ପରୀକ୍ଷା ପରେ ତାହା ସ୍ପଷ୍ଟ ହେବ । ଏକକାଳୀନ ଏତେ ସଂଖ୍ୟକ ମାଛ ମୃତ୍ୟୁର କାରଣ ଜାଣିବା ଲାଗି ଡ୍ୟାମ ଓ ଏହାର ଆଖପାଖ ୫ଟି ସ୍ଥାନରୁ ଜଳ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ବରସ୍ଥିତ କେନ୍ଦ୍ରୀୟ ଲାବୋରେଟୋରିକୁ ପଠାଯାଇଛି । ଏମିତିକି ଶିଳ୍ପସଂସ୍ଥା ପକ୍ଷରୁ ଡ୍ୟାମକୁ କିଛି ଛଡ଼ାଯାଇଛି କି ନାହିଁ, ତାହାର ମଧ୍ୟ ଅନୁଧ୍ୟାନ କରାଯାଉଥିବା ଜିଲ୍ଲା ମତ୍ସ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/01/fish-2025-11-01-17-41-50.png)