କନକ ବ୍ୟୁରୋ: ଗୋଟିଏ ଦିନରେ କୋଟିପତି ବନିଗଲେ ଜଣେ ଟ୍ରଲର ମାଲିକ । ସମୁଦ୍ରକୁ ମାଛ ମାରିବାକୁ ଯାଇ ଜାଲରେ ଲାଗିଲା ୯୦ଟି ତେଲିଆ ଭୋଲା ମାଛ । ଏହାକୁ କୋଲକାତାର ଗୋଟିଏ ଫାର୍ମା କମ୍ପାନୀର ମାଲିକ ଅଜିତ ବାଡାଇ ୧ କୋଟି ଟଙ୍କାରେ କିଣିଛନ୍ତି । ସୂଚନା ଅନୁଯାୟୀ ଗତକାଲି(ଶନିବାର) ପଶ୍ଚିମବଙ୍ଗର ଆସିଖ ଖାନ ନାମକ ଜଣେ ଟ୍ରଲର ମାଲିକ ମଝି ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲା ବେଳେ ତାଙ୍କ ଜାଲରେ ୯୦ ବଡ଼ ବଡ଼ ତେଲିଆ ଭୋଲା ମାଛ ଲାଗିଥିଲେ । ମାଛକୁ ନେଇ ଦିଘା ମୁଁହାଣ ନିକଟରେ ପହଞ୍ଚିବା ପରେ ଏହି ମାଛର ମୂଲ୍ୟ ୧କୋଟିରେ ନିର୍ଦ୍ଧାରଣ ହୋଇଥିଲା । ଆଉ ଏହାକୁ କିଣିବା ପାଇଁ କୋଲକାତାର ଏକ ବଡ଼ ଫର୍ମା କମ୍ପାନୀର ମାଲିକ ଅଜିତ ବାଡଇ ପହଞ୍ଚି ୯୦ ମାଛକୁ ୧କୋଟି ଟଙ୍କାରେ କିଣି ନେଇଥିଲେ । ଗୋଟିଏ ଗୋଟିଏ ମାଛର ଓଜନ ପ୍ରାୟ ୩୦ ରୁ ୩୫ କେଜି ରହିଥିଲା । ଏହି ମାଛର ବିଭିନ୍ନ ଅଂଶ ଔଷଧ ତିଆରିରେ ବ୍ୟବହୃତ ହୁଏ ।  ସେଥିପାଇଁ ଏହା ଅଧିକ ମୂଲ୍ୟରେ ବିକ୍ରି ହୋଇଥିବା ଜଣା ପଡିଛି।

Advertisment