War Update Photograph: (Kanak News)
କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି । ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ସାରା ରାତି ଆକ୍ରମଣ ଜାରି ରହିଛି । ଯୁଦ୍ଧ ଯୋଗୁଁ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଇରାନର ସ୍କୁଲ ଉପରେ ହୋଇଥିବା ଆକ୍ରମଣରେ ୧୫୦ ଜଣଙ୍କ ମୃତ୍ୟୁ ହୋଇଛି । ଇରାନ ସରକାର ୪୮ ନେତାଙ୍କ ମୃତ୍ୟୁ ହୋଇଥିବା ନେଇ ଟ୍ରମ୍ପ ଦାବି କରିଛନ୍ତି । ସାମରିକ ହାର୍ଡୱେର କ୍ଷତି ବ୍ୟତୀତ, ଟ୍ରମ୍ପ କହିଛନ୍ତି ଯେ ଯୁକ୍ତରାଷ୍ଟ୍ର ଓ ଇସ୍ରାଏଲର ବୋମାବର୍ଷଣରେ ଅତି କମରେ ୪୮ ଜଣ ଇରାନୀ ନେତା ନିହତ ହୋଇଛନ୍ତି । ଏହାରି ଭିତରେ ଇରାନ ଆଲୋଚନା ପାଇଁ ରାଜି ହୋଇଥିବା ନେଇ ଟ୍ରମ୍ପ ଦାବି କରିଛନ୍ତି । ସେପଟେ ଇରାନର ଆମ୍ରକଣରେ ଇସ୍ରାଏଲ, ୟୁଏଇ, ସାଉଦି ଆରବ ସହ ଗଲ୍ଫ ଦେଶରେ ଏକାଧିକ ଲୋକଙ୍କ ଜୀବନ ଯାଇଛି । ଇରାନର ଆକ୍ରମଣରେ ୩ ଆମେରିକା ଯବାନଙ୍କ ମୃତ୍ୟୁ ହୋଇଛି ।
ତୁହାକୁ ତୁହା ମିସାଇଲ ଓ ଡ୍ରୋନ୍ ବର୍ଷାରେ ଇରାନ, ଇସ୍ରାଏଲ ସମେତ ମଧ୍ୟପ୍ରାଚ୍ୟର ଆଖପାଖ ଦେଶରେ ଯୁଦ୍ଧର ବୀଭିଷିକା ଦେଖିବାକୁ ମିଳିଛି । ଇସ୍ରାଏଲ ଇରାନ ଉପରେ ଆକ୍ରମଣକୁ ଜୋରଦାର କରିଛି । ଇରାନର ଏକ ଗଣମାଧ୍ୟମ ସଂସ୍ଥା ଉପରେକୁ ଟାର୍ଗେଟ କରି ମିଶାଇଲ ମାଡ କରିଛି ଇସ୍ରାଏଲ ସେନା । ଇରାନର ଦୁଇଟି ଏହାର ବେଶକୁ ମଧ୍ୟ ଇସ୍ରାଏଲ କ୍ଷେପଣାସ୍ତ୍ର ମାରି ନଷ୍ଟ କରିଦେଇଥିବା କହିଛି । ଖାମେନେଇଙ୍କ ମୃତ୍ୟୁ ପରେ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ୨୭ଟି ବାୟୁସେନା ଘାଟି ଉପରେ ମିସାଇଲ ମାଡ଼ କରିଛି ଇରାନ । ଇରାନରେ ପୁଣି ଥରେ ଶୁଭିଛି ଧମାକା । ଧୂଆଁ ଧୂଆଁ ତେହରାନ୍ । ଏକାଧିକ ସ୍ଥାନରେ ମିସାଇଲ ଓ ଡ୍ରୋନ୍ ଆକ୍ରମଣ ଜାରି ରଖିଛି ଇସ୍ରାଏଲ୍ । ଏସବୁ ଭିତରେ ଖାମେନେଇଙ୍କ ମୃତ୍ୟୁ ପରେ ଇରାନ ଧର୍ମଗୁରୁ ଆୟତୁଲ୍ଲା ଅଲିରେଜା ଅରାଫିଙ୍କୁ ଅନ୍ତରୀଣ ସର୍ବୋଚ୍ଚ ନେତା ଭାବେ ଘୋଷଣା କରିଛି ।
ଅଧିକ ପଢନ୍ତୁ : ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଚାରିଆଡ଼େ ଯୁଦ୍ଧ ବିଭୀଷିକା
ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି
ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ସାରା ରାତି ଆକ୍ରମଣ
ଯୁଦ୍ଧ ଯୋଗୁ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି
ଇରାନର ସ୍କୁଲ ଉପରେ ହୋଇଥିବା ଆକ୍ରମଣରେ ୧୫୦ ଜଣଙ୍କ ମୃତ୍ୟୁ
ଇରାନ ସରକାର ୪୮ ନେତାଙ୍କ ମୃତ୍ୟୁ ହୋଇଥିବା ନେଇ ଟ୍ରମ୍ପ ଦାବି
ଯୁକ୍ତରାଷ୍ଟ୍ର ଓ ଇସ୍ରାଏଲର ବୋମାବର୍ଷଣରେ ୪୮ ଜଣ ଇରାନୀ ନେତା ନିହତ
ଇରାନ ଆଲୋଚନା ପାଇଁ ରାଜି ହୋଇଥିବା ନେଇ ଟ୍ରମ୍ପ ଦାବି କରିଛନ୍ତି
ଇସ୍ରାଏଲ, ୟୁଏଇ, ସାଉଦି ଆରବ ସହ ଗଲ୍ଫ ଦେଶରେ ଇରାନର ଆକ୍ରମଣ
ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ୨୭ଟି ବାୟୁସେନା ଘାଟି ଉପରେ ମିସାଇଲ ମାଡ଼
ଇରାନର ଆକ୍ରମଣରେ ୩ ଆମେିରିକା ଯବାକଙ୍କ ମୃତ୍ୟୁ ହୋଇଛି
ଇରାନର ଏକ ଗଣମାଧ୍ୟମ ସଂସ୍ଥାକୁ ଟାର୍ଗେଟ କରି ମିଶାଇଲ ମାଡ କରିଛି ଇସ୍ରାଏଲ
ଇରାନର ଦୁଇଟି ଏହାର ବେଶକୁ ମଧ୍ୟ ଇସ୍ରାଏଲ କ୍ଷେପଣାସ୍ତ୍ର ମାରି ନଷ୍ଟ କରିଦେଇଛି
Follow Us