chana vs dal Photograph: (KanakNews)
କନକ ବ୍ୟୁରୋ : ମଣିଷ ଶରୀର ପାଇଁ ପ୍ରୋଟିନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଓଜନ ନିୟନ୍ତ୍ରଣ କରିବା, ରକ୍ତ ଶର୍କରା ସନ୍ତୁଳିତ କରିବା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଏବଂ ମାଂସପେଶୀ ଷ୍ଟ୍ରଙ୍ଗ୍ କରୁଥିବା ପ୍ରୋଟିନ୍ ପ୍ରାୟ ସମସ୍ତଙ୍କ ପାଇଁ ଆବଶ୍ୟକ । ତେବେ ଖାଦ୍ୟରେ ମସୁର ଡାଲି ଏବଂ ଚଣା ଦୁଇଟି ସବୁଠାରୁ ବିଶ୍ୱସ୍ତ ନିରାମିଷ ପ୍ରୋଟିନ୍ ଉତ୍ସ ବୋଲି କୁହାଯାଏ । ପ୍ରାୟତଃ ଲୋକ ଭାବନ୍ତି ଯେ ମସୁର ଡାଲି କିମ୍ବା ଚଣା ପ୍ରୋଟିନ୍ ପାଇଁ ଅଧିକ ଲାଭଦାୟକ । ତେବେ ଦୁଇଟି ଭିତରୁ କେଉଁ ଖାଦ୍ୟଟି ପ୍ରୋଟିନ୍ ପାଇଁ ବେଷ୍ଟ୍ ଆସନ୍ତୁ ଜାଣିବା ।
ୱାଟର୍ ହିଟର୍ ବ୍ୟବହାର କରୁଥିଲେ ସାବଧାନ ! ନେଇଗଲା ୨ ଭଉଣୀଙ୍କ ଜୀବନ
୧୦୦ ଗ୍ରାମ କଞ୍ଚା ଲଙ୍କାରେ ପ୍ରାୟ ୨୨ ରୁ ୨୫ ଗ୍ରାମ ପ୍ରୋଟିନ୍ ଥାଏ । ୧୦୦ ଗ୍ରାମ କଞ୍ଚା ଚଣାରେ ପ୍ରାୟ ୧୯ ରୁ ୨୧ ଗ୍ରାମ ପ୍ରୋଟିନ୍ ଥାଏ ଯାହା ରାନ୍ଧିବା ପରେ ଅଳ୍ପ ପରିମାଣର ହ୍ରାସ ପାଏ । ରନ୍ଧା ଲଙ୍କାରେ ପ୍ରତି ୧୦୦ ଗ୍ରାମ ପାଇଁ ପ୍ରାୟ ୮ ରୁ ୯ ଗ୍ରାମ ପ୍ରୋଟିନ୍ ଥିବାବେଳେ ରନ୍ଧା ଚଣାରେ ପ୍ରତି ୧୦୦ ଗ୍ରାମ ପାଇଁ ପ୍ରାୟ ୮-୯ ଗ୍ରାମ ପ୍ରୋଟିନ୍ ଥାଏ । ଏହାର ଅର୍ଥ ହେଉଛି ରନ୍ଧା ଲଙ୍କା ଏବଂ ଚଣାର ପ୍ରୋଟିନ୍ ପରିମାଣ ପ୍ରାୟ ସମାନ । ମସୁର ଡାଲି କଥା ଯଦି କହିବା ତାହେଲେ ଏହା ସାଧାରଣତଃ ସହଜରେ ହଜମ ହୁଏ ଯାହା ପିଲା, ବୟସ୍କ ସବୁ ବର୍ଗର ଲୋକଙ୍କ ପାଇଁ ଉପଯୁକ୍ତ ଆହାରର କାମ କରେ । ଅନ୍ୟପକ୍ଷରେ ଚଣାରେ ଫାଇବର ଏବଂ ଷ୍ଟାର୍ଚ ଅଧିକ ଥାଏ ଯାହା ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ତଥାପି ଅତ୍ୟଧିକ ଚଣା ଖାଇବା ଦ୍ୱାରା ଗ୍ୟାସ କିମ୍ବା ପେଟ ଫୁଲିପାରେ ।
ଚଣା ଫାଇବର ଏବଂ ସୁସ୍ଥ କାର୍ବୋହାଇଡ୍ରେଟରେ ଭରପୂର ଯାହା ଆପଣଙ୍କୁ ଅଧିକ ସମୟ ପେଟ ଫୁଲ୍ ରଖିବା ଏବଂ ଭୋକ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଅନ୍ୟପକ୍ଷରେ ମସୁର ଡାଲି ହାଲୁକା ଏବଂ କମ୍ କ୍ୟାଲୋରୀ ଯୁକ୍ତ ହୋଇଥିବାରୁ ଖାଦ୍ୟରେ ଭଲ ଭାବରେ ଫିଟ୍ ହୁଏ ଏବଂ ଖାଇବା ପାଇଁ ମଧ୍ୟ ବେଷ୍ଟ୍ । ମସୁର ଡାଲିରେ ପ୍ରଚୁର ପରିମାଣରେ ଅତ୍ୟାବଶ୍ୟକ ଆମିନୋ ଏସିଡ୍ ଲାଇସିନ୍ ଥାଏ, ଯାହା ଶରୀର ମରାମତି ଏବଂ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଜରୁରୀ । ଚଣାରେ ଅଧିକ ସନ୍ତୁଳିତ ଆମିନୋ ଏସିଡ୍ ପ୍ରୋଫାଇଲ୍ ଥାଏ ଯାହାକୁ ଭାତ କିମ୍ବା ରୁଟି ସହିତ ଖିଆଯାଏ । ଏହାର ଅର୍ଥ ହେଉଛି ଆମିନୋ ଏସିଡ୍ ସନ୍ତୁଳନ ଦୃଷ୍ଟିରୁ ଚଣା ଡାଲି ଅପେକ୍ଷା ଟିକେ ଭଲ । ଡାଲି ଏବଂ ଚଣା ଉଭୟର ନିଜସ୍ୱ ଲାଭ ଅଛି । ଯଦି ଆପଣ ସହଜରେ ହଜମ ହେଉଥିବା ପ୍ରୋଟିନ୍ ଖୋଜୁଛନ୍ତି ତେବେ ମସୁର ଡାଲି ଭଲ । ଯଦି ଦୀର୍ଘ ସମୟର ଶକ୍ତି ଅନୁଭବ କରିବାକୁ ଚାହୁଛନ୍ତି ତେବେ ଚଣା ଖାଇବା ଭଲ ।
Follow Us