କନକ ବ୍ୟୁରୋ : ଜଣେ ଯୁବ ଇଞ୍ଜିନିୟର, ହେଲେ ଅପଣାଇଛନ୍ତି ଗେଣ୍ଡୁଫୁଲ ଚାଷ । ନିଜେ ରୋଜଗାରକ୍ଷମ ହେବା ସହ ୮ ଜଣକୁ ବି ଦେଉଛନ୍ତି ରୋଜଗାର  । ଏହି ଚାଷ କରି ଏବେ ସେ ବେଶ୍ ଆତ୍ମତୃପ୍ତି ଭାଲ କରୁଥିବା କହିଛନ୍ତି ।

Advertisment

ବାରିପଦା ଟସର ଗାଁର ଯୁବଚାଷୀ ମନୋରଞ୍ଜନ, ବାଇଗଣ ଚାଷରୁ ମାସକୁ ଲକ୍ଷାଧିକ ଟଙ୍କା କରୁଛନ୍ତି ରୋଜଗାର

ଗଞ୍ଜାମ ଜିଲ୍ଲା ଶେରଗଡ଼ ବୁରୁପୋଡା ଅଞ୍ଚଳର ଯୁବ ଇଞ୍ଜିନିୟର ପି. ଶୁଭାଶିଷ । ବୟସ ମାତ୍ର ୩୩ ବର୍ଷ । ଇଞ୍ଜିନିୟରିଂ ପାସ୍‌ କରିବା ପରେ ଚାକିରି ପଛରେ ନପଡ଼ି ଗେଣ୍ଡୁଫୁଲ ଚାଷ କରୁଛନ୍ତି । ଆଧୁନିକ ପ୍ରଣାଳୀରେ ଜୈବିକ ସାର ବ୍ୟବହାର କରି ସେ ଏହି ଚାଷ କରୁଥିବା କହିଛନ୍ତି । ୟୁଟ୍ୟୁବରୁ ଚାଷ କରିବାର ପ୍ରଣାଳୀ ଜାଣିବା ପରେ ପ୍ରଥମ ବର୍ଷ ପଶ୍ଚିମବଙ୍ଗରୁ ଚାରା ଆଣିଥିଲେ । ଏବେ ଧୀରେ ଧୀରେ ଏହି ଚାଷ ବଢ଼ିଚାଲିଛି । ଚାରା ପାଇଁ ଏବେ ଆଉ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡ଼ୁନାହିଁ । ନଜେ ଚାରା ପ୍ରସ୍ତୁତ କରି ଚାଷ କରୁଛନ୍ତି ।  

ଶୁଖିଲାପତ୍ର ବିକି ବିକି କୋଟିପତି : ମହିଳାଙ୍କୁ ସଶକ୍ତ କରିଛି ତେଜପତ୍ର ଚାଷ

ଶୁଭାଶିଷଙ୍କ ଫୁଲ ଉଦ୍ୟାନରେ ୮ ଜଣ କର୍ମଚାରୀ କାମ କରୁଛନ୍ତି । ଫୁଲ ଗଛ ଲଗାଇବା, ଘାସ ବାଛିବା, ଫୁଲ ତୋଳିବା ଭଳି କାମ କରୁଛନ୍ତି ମହିଳା । ପ୍ରତିଦିନ ଘର ପାଖରେ କାମ ମିଳୁଥିବାରୁ ମହିଳାମାନେ ମଧ୍ୟ ଖୁସି ପ୍ରକାଶ କରିଛନ୍ତି । ବଜାରରେ ଗେଣ୍ଡୁ ଫୁଲର ଚାହିଦା ବେଶ ଭଲ ରହିଛି। ତେଣୁ ଫୁଲ ତୋଳିବା ପରେ ଫୁଲ ବଗିଚା ନିକଟରୁ ହିଁ ବ୍ୟବସାୟୀମାନେ ଫୁଲ କିଣି ନେଉଛନ୍ତି । ଅନ୍ୟପଟେ ଶୁଭାଶିଷ କହିଛନ୍ତି, ନିଜସ୍ବ ଉଦ୍ୟମରେ ସେ ଏହି ଚାଷ କରୁଛନ୍ତି । ଯଦି ସରକାରଙ୍କ ପକ୍ଷରୁ କିଛି ସାହାଯ୍ୟ, ସହଯୋଗ ମିଳନ୍ତା, ସେ ଆହୁରି ଉପକୃତ ହୋଇପାରନ୍ତେ । 

ଫୁଲ ଏକ ଲାଭଜନକ ଚାଷ ହୋଇଥିବା ବେଳେ, ଏହି ଚାଷ ଆପଣାଇ ଲାଭବାନ ହେଉଛନ୍ତି ଯୁବ ଚାଷୀ ।