ସୁବର୍ଣ୍ଣପୁରରେ ୪ କୋଟିର ଗଞ୍ଜେଇ ଜବତ, ୩ ଗିରଫ

ଏପଟେ କୋରାପୁଟ୍ ଆରମ୍ଭ ହେଲା ଅପରେସନ୍ ଗ୍ରିନ୍ କ୍ଲିନ୍ । ୪୪ ଏକର ଜଙ୍ଗଲ ଜମିରୁ ଗଞ୍ଜେଇ ଗଛ ନଷ୍ଟ

Marijuana

Marijuana Photograph: (KanakNews)

କନକ ବ୍ୟୁରୋ:  ଗଞ୍ଜେଇ ଚାଷ ନଷ୍ଟ କରିବାକୁ କୋରାପୁଟରେ ଅପରେସନ୍ ଗ୍ରୀନ କ୍ଲିନ । ୪୪ ଏକର ଜଙ୍ଗଲ ଓ ରାଜସ୍ବ ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ କାଟିବା ପରେ ପୋଡ଼ି ନଷ୍ଟ କରାଯାଇଛି । ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ଲାମ୍ପି ଓ ଗନ୍ଦୀଶିକାରୀପୁଟ ଜଙ୍ଗଲରୁ ଅପରେସନ ଗ୍ରୀନ କ୍ଲିନ୍ ଆରମ୍ଭ କରିଛନ୍ତି ।

ଆପାର୍ଟମେଣ୍ଟରେ ଗଞ୍ଜେଇ ଚାଷ ; ଲଗାଇଥିଲେ ପାଖାପାଖି ୮୦ ଗଛ

ନନ୍ଦପୁର ଅବକାରୀ, ପୋଲିସ, ରାଜସ୍ବ ଓ ଜଙ୍ଗଲ ବିଭାଗକୁ ନେଇ ଗଠିତ ମିଳିତ ଚଢ଼ାଉ କରି ଅପରେଶନର ପ୍ରଥମ ଦିନରେ ଦୁଇ ଗ୍ରାମ ପାର୍ଶ୍ଵର ୪୪ ଏକର ଜଙ୍ଗଲ ଓ ରାଜସ୍ବ ଜମିରେ ବେଆଇନ ଭାବେ ଚାଷ ହୋଇଥିବା ୫୨୮୦୦ ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରାଯାଇଛି । ଅତିଶୀଘ୍ର ବେଆଇନ ଭାବେ ଗଞ୍ଜେଇ ଚାଷୀ କରିଥିବା ଚାଷୀଙ୍କୁ ଚିହ୍ନଟ କରାଯିବ । ନନ୍ଦପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏଭଳି ବେଆଇନ ଗଞ୍ଜେଇ ଚାଷ ହୋଇଥିବା ଗୁଇନ୍ଦା ସୂଚନା ରହିଛି । ତେଣୁ ଆଗାମୀ ଦିନରେ ମିଳିତ ଚଢ଼ାଉ ଦଳର ଏଭଳି ଚଢ଼ାଉ ବ୍ୟାପକ ହେବ ବୋଲି ଦୁଇ ଅଧିକାରୀ ସୂଚନା ଦେଇଛନ୍ତି ।

ଗଞ୍ଜେଇ ଚାଷକୁ ନେଇ ତେଜିଲା ରାଜନୀତି । ପରସ୍ପରକୁ ଦୋଷ ଠେଲିଲେ ବିଜେଡି-ବିଜେପି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe