କନକ ବ୍ୟୁରୋ : ବଢ଼ିଲା ତାତି, ଛୁଇଁଲା ସର୍ବୋଚ୍ଚ ତାପମାତ୍ରା । ୩୮ ଡିଗ୍ରୀ ସହ ନୂଆ ରେକର୍ଡ ଛୁଇଁଲା ଝାରସୁଗୁଡ଼ା । ରାଜ୍ୟରେ ସର୍ବାଧିକ ଓ ଦେଶର ଦ୍ୱିତୀୟ ଉତ୍ତପ୍ତ ସହର ହେଲା ଝାରସୁଗୁଡ଼ା । ଦେଶର ଟପ୍ ୧୦ ସହର ଭିତରେ ଭୁବନେଶ୍ୱର ରହିଛି ୬ ନମ୍ୱର । ଚଳିତ ବର୍ଷ ଅସହ୍ୟ ଗରମ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ ।
ଏବେଠୁ ଡରେଇଲାଣି ଖରା । ଦିନ ଦଶଟା ପରେ ଘରୁ ବାହାରିଲେ ଦେହ ଜଳି ପୋଡି ଗଲାଭଳି ଲାଗୁଛି । ମାର୍ଚ୍ଚ ପହିଲାରୁ ଟାଏଁ ଟାଏଁ ଖରା ଅସ୍ତବ୍ୟସ୍ତ କଲାଣି । ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମଲହରି ଅବଧି ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ମାର୍ଚ୍ଚରୁ ମେ ମାସ ଭିତରେ ହିଟ୍ୱେଭର ଦିନ ସର୍ବାଧିକ ରହିବ ବୋଲି ଆଇଏମଡି ଚେତାଇ ଦେଇଛି । ମାର୍ଚ୍ଚରୁ ମେ ମାସ ଯାଏ ସ୍ୱାଭାବିକଠାରୁ ଅଧିକ ତାତି ଦେଖିବାକୁ ମିଳିବ । ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ୧୨ରୁ ୧୫ ଦିନ ଯାଏ ଗ୍ରୀଷ୍ମ ପ୍ରବାହର ଦିନ ପରିଲିକ୍ଷିତ ହେବ ।
ଅଧିକ ପଢ଼ନ୍ତୁ : ଖରା ଆରମ୍ଭରୁ ଉପାନ୍ତରେ ବଢ଼ିଲାଣି ଜଳ ଯନ୍ତ୍ରଣା, ଉପାନ୍ତ ଗାଁର ଶୋଷ ମେଣ୍ଟାଉଛି ପାହାଡ଼ି ଝରଣା
ରାଜ୍ୟରେ ତାପମାତ୍ରା ବୃଦ୍ଧି ଆରମ୍ଭ ହୋଇଛି । କ୍ରମାଗତ ଭାବେ କିଛି କିଛି ସ୍ଥାନରେ ତାପମାତ୍ରା ବଢ଼ିବାରେ ଲାଗିଛି । ଗତକାଲି ଦିନର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଆଜି ୩୭ ଡିଗ୍ରୀ ପାର କରିଛି । ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ଭାବେ ୩୮ଡିଗ୍ରୀ ରେକର୍ଡ ହୋଇଛି । ୩୭.୫ ଡିଗ୍ରି ସହ ଭୁବନେଶ୍ୱର ଅନ୍ୟତମ ଉତ୍ତପ୍ତ ସହର ପରିଣତ ହୋଇଛି ।
ସେହିଭଳି ରାଜ୍ୟରେ ୫ଟି ସ୍ଥାନ ୩୬ ଡିଗ୍ରି ଓ ୧୪ଟି ସ୍ଥାନରେ ତାତି ୩୫ ଡିଗ୍ରି ଉପରେ ରହିଛି । ମାର୍ଚ୍ଚ ପ୍ରଥମ ସପ୍ତାହର ଶେଷ ଆଡ଼କୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ । ବିଶେଷକରି, ଝାରସୁଗୁଡ଼ା, ସୋନପୁର, ଟିଟଲାଗଡ଼ ଓ ଭୁବନେଶ୍ଵର ଭଳି ସହରରେ ତାପମାତ୍ରା ଅଧିକ ରହିବା ନେଇ ଆକଳନ ହେଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗର ଗାଇଡ୍ଲାଇନ୍ ଜାରିକରିଛି । ଇଣ୍ଟରନାଲ ପରୀକ୍ଷା ଓ କ୍ଲାସ୍ ଗୁଡ଼ିକ ସକାଳୁ କରାଯିବ । ଅପରାହ୍ନରେ କୌଣସି ଆଉଟଡୋର କାର୍ଯ୍ୟକ୍ରମ ରହିବନି ।
ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ପ୍ରବଳ ଗରମ ହେବା ସହ ଉପକୂଳ ଓଡ଼ିଶାରେ ଗୁଳୁଗୁଳିର ପ୍ରଭାବ ଅଧିକ ରହିବ । ଶନିବାର ସାରା ଦେଶ ପାଇଁ ଗ୍ରୀଷ୍ମକାଳୀନ ଆକଳନ ରିପୋର୍ଟ ଆଇଏମଡି ଜାରି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/03/02/heat-2026-03-02-22-32-26.png)