କନକ ବ୍ୟୁରୋ: ଜଳ ହିଁ ଜୀବନ । ସେଥିପାଇଁ କୁହାଯାଏ, ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ । ରାଜ୍ୟରେ ଖରା ବଢ଼ିବା ମାତ୍ରେ ଜଳ ଯନ୍ତ୍ରଣା ଜଳଜଳ ହୋଇ ଦେଖାଯାଉଛି । ପରିବାରର ଶୋଷ ମେଣ୍ଟାଇବା ପାଇଁ ଘରର ମାଆମାନେ ନିଇତି କରୁଛନ୍ତି ସଂଘର୍ଷ । କେଉଁଠି ଗରା ବାଲଟି ଧରି ଘରଠୁ ଦୂରକୁ ଯାଉଛନ୍ତି ତ ଆଉ କେଉଁଠି ଏକମାତ୍ର ନଳକୂପ ପାଖରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି ।
ଅନ୍ୟଦିନ ଅପେକ୍ଷା ଖରାଦିନେ ଘରେ ପାଣିର ଆବଶ୍ୟକତା କିଛି ମାତ୍ରାରେ ବଢ଼ିଯାଏ । ହେଲେ ଜଳ ଉତ୍ସ ଶୁଖିଯାଏ । ଆଉ ଯେତେବେଳେ ଗାଁରେ ଥିବା ନଳକୂପ ଅଚଳ ହୋଇପଡ଼େ, ସେତେବେଳେ ଗ୍ରାମାଞ୍ଚଳରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳେ ।
ଏହା ବି ପଢ଼ନ୍ତୁ: ଶ୍ମଶାନ ପାଲଟିଛି ବାସସ୍ଥଳୀ, ଜରିପାଲ ତଳେ ବିତୁଛି ଜୀବନ
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଖଜୁରିନାଳୀ ଗାଁରେ ପାଣି ପାଇଁ ହଇରାଣ ହେଉଛନ୍ତି ଲୋକେ । ଗାଁରେ ୪୦ଲ ପରିବାର ବସବାସ କରନ୍ତି । ଏଠାରେ ସରକାରୀ ଯୋଜନାରେ ପାଇପ୍ ପାଣି ଆସେ ନାହିଁ, ତେଣୁ ଶୋଷ ମେଣ୍ଟାଇବାର ଶେଷ ଠିକଣା ଗାଁରେ ଥିବା ନଳକୂପ । ଗାଁରେ ଥିବା ୩ଟି ନଳକୂପରୁ ୨ ଅଚଳ । ଯେଉଁ ଗୋଟିଏରୁ ଭଲ ପାଣି ମୁନ୍ଦେ ବାହାରୁଛି, ସେଠି ସକାଳୁ ସଂଜ ଯାଏଁ ମହିଳାଙ୍କ ଭିଡ଼ ଲାଗୁଛି । ସରକାର ଗ୍ରାମାଞ୍ଚଳର ଜଳକଷ୍ଟ ଦୂର କରିବାକୁ ଅନେକ ଯୋଜନା କରୁଛନ୍ତି ସତ, ବାସ୍ତବରେ ତାହା ଫଳପ୍ରଦ ହେଉନାହିଁ । ଯାହାର ପ୍ରତିଫଳନ ଏବେ ଆପଣଙ୍କ ଟିଭି ପରଦାରେ ।
ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଳକ ଅଶୋକପଲ୍ଲୀ, ପାହାଡ଼ ପର୍ବତ ଘେରା ଉପାନ୍ତ ଏଇ ଗାଁରେ ରହୁଥିବା ୨୫ ପରିବାର ପ୍ରତିବର୍ଷ ଖରା ଦିନେ ପାନୀୟ ଜଳକୁ ନେଇ ବହୁ ସମସ୍ୟା ଭୋଗନ୍ତି । କାରଣ ଗାଁରେ ସୋଲାର ମାଧ୍ୟମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି, ହେଲେ ତାହା ପର୍ଯ୍ୟାପ୍ତ ନୁହେଁ । ସେପଟେ ନଳକୂପ ଦୁଇଟି ବି କାମକୁ ନୁହେଁ । ଗୋଟିଏ ଅଚଳ, ଅନ୍ୟଟିରୁ ବାହାରୁଛି କଳଙ୍କି ଯୁକ୍ତ ଜଳ । ତେଣୁ ପିଇବା ଓ ଗାଧୁଆପାଧୁଆ ପାଇଁ ଗାଁ ଠାରୁ କିଲୋମିଟର ଦୂରରେ ଥିବା ଝରଣା ହିଁ ଏକମାତ୍ର ବିକଳ୍ପ । ପ୍ରତିଦିନ ବଣ ପାହାଡ଼ ଘେରା ରାସ୍ତାରେ ଚାଲିଚାଲି ଯାଇ ବିପଦ ସଂକୁଳ ପରିସ୍ଥିତିରେ ପାଣି ସଂଗ୍ରହ କରନ୍ତି । ଦୂଷିତ ପାଣି ପିଇ ଲୋକେ ଅନେକ ସମୟରେ ନାନା ଜଳ ବାହିତ ରୋଗରେ ପଡୁଥିଲେ ବି ପ୍ରଶାସନ ଶୁଣୁନଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/02/26/summer-2026-02-26-22-11-32.png)