କନକ ବ୍ୟୁରୋ:  ବାଲି ମାଫିଆଙ୍କୁ ନାହିଁ ନିସ୍ତାର। ଆଜି ଲଗାତର ଦ୍ବିତୀୟ ଦିନରେ ବାଲି ମାଫିଆ ବିଶ୍ବଜିତ୍ ପାତ୍ର ଓରଫ ହକିକୁ ଜେରା କରିଛନ୍ତି ଇଡି ଅଧିକାରୀ । ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ୍ ବାଲିଘାଟରେ ଚଢାଉ ହୋଇଛି। ପିପିଲି, ଜଟଣୀ ଓ ବାଲେଶ୍ବରରେ ଚଢାଉ କରିଛନ୍ତି ପୁଲିସ ଓ ଖଣି ଅଧିକାରୀ । 

Advertisment

 ଆଜି ଲଗାତର ଦ୍ବିତୀୟ ଦିନରେ ଭୁବନେଶ୍ବର ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ ବାଲି ମାଫିଆ ବିଶ୍ବଜିତ୍ ପାତ୍ର ଓରଫ୍ ହକି । ଝାଳବୁହା ଜେରା କରିଥିଲେ ଇଡି ଅଧିକାରୀ । ପୂର୍ବତନ ଯୁବ କଂଗ୍ରେସ ନେତା ବିଶ୍ବଜିତ୍ ପାତ୍ରଙ୍କ ପଲିଟିକାଲ୍ ଲିଙ୍କ୍‌ରେ ଅର୍ଥ ନେଣଦେଣ ବାବଦରେ ପ୍ରଶ୍ନ କରିଥିଲେ। ଗତକାଲି ସଚିନ୍ ପାଢ଼ୀଙ୍କୁ ବି ଜେରା କରିଥିଲେ ଇଡି ଅଧିକାରୀ ।  ଗତ ୧୬ ତାରିଖରେ ଗଞ୍ଜାମର ୬ ମାଫିଆଙ୍କ ଘରେ ରେଡ୍ ହୋଇ, ୨ କୋଟି ୬୩ ଲକ୍ଷ ଟଙ୍କା ଓ ଏପଟେ ବିଭିନ୍ନ ସ୍ଥାନରେ ଗ୍ରାଉଣ୍ଡ ଜିରୋରେ ଚଢାଉ ।

ଅଧିକ ପଢନ୍ତୁ: ଖଣି ଅଧିକାରୀ- ବାଲି ମାଫିଆଙ୍କ ମଧୁଚନ୍ଦ୍ରିକା ! ଲୁଟୁଛନ୍ତି କୋଟିକୋଟି ଟଙ୍କା

ପିପିଲିର ବେଆଇନ ବାଲି ଘାଟ ଗୁଡିକରେ ଚଢ଼ାଉ କରିଛି ପ୍ରଶାସନ । ଖଣି ଅଧିକାରୀ, ସ୍ପେଶାଲ ସ୍କ୍ବାଡ୍ ଓ ପିପିଲି ପୁଲିସ ମିଳିତ ଚଢ଼ାଉ କରି ଚୋରା ବାଲି ଚାଲାଣ ଅଭିଯୋଗରେ ୫ରୁ ଅଧିକ ଗାଡ଼ି ଜବତ କରିଛନ୍ତି। 
ରାସଗୋବିନ୍ଦପୁର ଥାନା ନାରଙ୍ଗାବାଦ ନିକଟରେ କିଛି ମାଟି ମାଫିଆ, ଘରୋଇ ଚାଷ ଜମିରୁ ବେଆଇନ୍ ଭାବେ ମାଟି ଚାଲାଣ କରୁଥିବା ବେଳେ ଚଢାଉ କରିଥିଲା ଖଣି ବିଭାଗ। ୫ଟି ଟ୍ରାକ୍ଟର ଏବଂ ଗୋଟିଏ ହାଇୱ୍ବା ଜବତ ହୋଇଛି। ତେବେ ଚଢାଉ ବେଳେ କିଛି ଟ୍ରାକ୍ଟର ଓ ଜେସିବି ଡ୍ରାଇଭର ଚମ୍ପଟ ମାରିଥିଲେ। ଜବତ ଟ୍ରାକ୍ଟର ଗୁଡିକୁ ବସ୍ତା ଥାନାରେ ଜିମା ଦିଆଯାଇଛି ।  

ଜଟଣୀ ରଥିପୁର ଅଞ୍ଚଳରେ ବଡ଼ ରେଡ୍ କରିଛି ଖଣି ବିଭାଗ। ୪ଟି ପଥର କଟା ମେସିନ ଜବତ ହୋଇଥିବା ବେଳେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ଜଟଣୀ ପୁଲିସ । ସେହିପରି ପାଟଣାଗଡ଼ ଯୋଗୀମୁଣ୍ଡାର ହଜାର ହଜାର ଟ୍ରିପ୍ ଲଘୁ ଖଣିଜ ଲୁଟ୍ କରି ଟିକସ ଫାଙ୍କିବା ଅଭିଯୋଗରେ ଚଢ଼ାଉ କରିଛି ପ୍ରଶାସନ ।   ରାଜ୍ୟର ଅଧିକାଂଶ ନଦୀଶଯ୍ୟାରୁ ବେଧଡକ୍ ଭାବେ ଉତ୍ତୋଳନ ହେଉଛି ବାଲି। ଖଣି ବିଭାଗ ଓ ପୁଲିସ ଯେତେ ରେଡ୍ କଲେ ବି ମାଫିଆ ବେଫିକର। ପ୍ରଶ୍ନ ଉଠୁଛି, ସରକାର ଆଣିଥିବା ଏସଓପିକୁ କାହିଁକି ଲାଗୁ କରୁନାହାନ୍ତି?