ଓଡ଼ିଶାରେ ଭୁଶୁଡ଼ୁଛି ମାଓ ଦୁର୍ଗ,  ମାଲକାନଗିରି ୨୨ମାଓବାଦୀଙ୍କ ଆତ୍ମସମର୍ପଣ

Advertisment

ମାଲକାନଗିରିଠାରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୨୨ ଜଣ ମାଓବାଦୀ ।  ଶକ୍ତିଶାଳୀ ଲ୍ୟାଣ୍ଡମାଇନ ସହ ଏକେ-୪୭ ଏସଏଲଆର ବନ୍ଧୁକ ଜବତ ।

ମାଲକାନଗିରିଠାରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୨୨ ଜଣ ମାଓବାଦୀ ।  ଶକ୍ତିଶାଳୀ ଲ୍ୟାଣ୍ଡମାଇନ ସହ ଏକେ-୪୭ ଏସଏଲଆର ବନ୍ଧୁକ ଜବତ ।

maobadi

maobadi Photograph: (Google)

 କନକ ବ୍ୟୁରୋ: ଛତିଶଗଡ଼ ପରେ ଓଡିଶାରେ ଭୁଶୁଡୁଛି ମାଓ ଦୁର୍ଗ । ମାଲକାନଗିରିଠାରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୨୨ ଜଣ ମାଓବାଦୀ ।  ଗୋଟିଏ ଏକେ ୪୭, ଗୋଟିଏ ଏସଏଲଆର, ୨ଟି ଇନସାସ ବନ୍ଦୁକ ସହ ଆତ୍ମସମର୍ପଣ କଲେ ମାଓ କ୍ୟାଡର ।  ମୋଟ ୯ଟି ବନ୍ଧୁକ ଓ ୧୪ଟି ଶକ୍ତିଶାଳୀ ଲ୍ୟାଣ୍ଡଲାଇନ ସହ ସମର୍ପଣ କରିଛନ୍ତି । ପୁଲିସ ଡିଜି, ଏଡିଜି, ୩ ଡିଆଇଜି, ମାଲକାନଗିରି ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି ଲାଲ ବାହିନୀ । ଓଡ଼ିଶା ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁସାରେ ସମସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଡିଜିପ କହିଛନ୍ତି । ଏଥିସହ ବନ୍ଧୁକ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଅପିଲ କରିଛନ୍ତି ।

ଅଧିକ ପଢନ୍ତୁ: ଛତିଗଡ଼ ସୁକମାରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ; ୩ ମାଓବାଦୀ ନିପାତ

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ ପରେ ଛତିଶଗଡ଼ ମୁହାଁ ହୋଇଛନ୍ତି ମାଓବାଦୀ । ଓଡ଼ିଶାରେ ମଧ୍ୟ ଯବାନଙ୍କ ଘନ ଘନ କମ୍ୱିଂ ଚାଲିଛି । ୨୦୨୬ ସୁଦ୍ଧା ଦେଶକୁ ମାଓବାଦୀ ମୁକ୍ତ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଯବାନଙ୍କ କଡ଼ା ଆଭିମୁଖ୍ୟ ପରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ନକ୍ସଲ । ଅନ୍ୟପଟେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ସରକାର ବାରମ୍ୱାର ଅପିଲ କରୁଛନ୍ତି । ମାଓ ସଂଗଠନର ବଡ଼ ବଡ଼ ନେତାଙ୍କ ଆତ୍ମସମର୍ପଣ, ଏନକାଉଣ୍ଟରରେ ବଡ଼ ବଡ଼େ ନକ୍ସଲ ନେତା ନିହତ ପରେ ମାଓବାଦୀଙ୍କ ମନୋବଳ ଭାଙ୍ଗି ପଡ଼ିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe