ମାଓ ନେତା ଏବେ ଅଫିସର, ବୁଲେଟ୍‌ ଚଢି ନିଜ ଦପ୍ତରକୁ ଯାଉଛନ୍ତି ପୂର୍ବତନ ମାଓନେତା

ମୁଣ୍ଡରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଆତ୍ମସମର୍ପଣ ପରେ ସରକାରୀ ସୁବିଧା ପାଉଛନ୍ତି

Mao Leader

Mao Leader Photograph: (KanakNews)

କନକ ବ୍ୟୁରୋ:  ବୁଲେଟ୍‌ ଚଢ଼ୁଛନ୍ତି ପୂର୍ବତନ ମାଓବାଦୀ । ବୁଲେଟ୍‌ରେ ଚଢ଼ି ଦୈନିକ ନିଜ ଦପ୍ତରକୁ ଯାଉଛନ୍ତି ପୂର୍ବତନ ମାଓନେତା । ଦିନେ ଯେଉଁ ମାଓ ନେତା ହାତରେ ବନ୍ଧୁକ ଧରି ଗଣତନ୍ତ୍ରକୁ ବିରୋଧ କରୁଥିଲେ, ସେଇ କୁଖ୍ୟାତ ମାଓ ନେତା ଏବେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ହୋଇ କାଲିମେଳା ଲ୍ୟାମ୍ପ୍ସ ଅଧ୍ୟକ୍ଷ ଦାୟିତ୍ବ ତୁଲାଉଛନ୍ତି । ଆଉ ଦୈନିକ ଏମିତି ରାଜକୀୟ ଢଙ୍ଗରେ ଅଫିସ ଯାଉଛନ୍ତି ଲାଲବାହିନୀ ନେତା । ଆମେ କହୁଛୁ ପୂର୍ବତନ କୁଖ୍ୟାତ ମାଓନେତା ସୁକଦେବ ଓରଫ ବୁଦ୍ରା କୱାସୀଙ୍କ କଥା ।

ଲାଲ୍ ବାହିନୀରେ ହଲଚଲ୍ ।  କାହିଁକି ପଦରୁ ହଟିଲେ ମାଓନେତା ହିଡ଼ମା ?

ଗଣତନ୍ତ୍ରକୁ ବିରୋଧ କରୁଥିବା ମାଓନେତା ଏବେ ଗାଣତାନ୍ତ୍ରିକ ପଦ୍ଧତିରେରେ ନିର୍ବାଚନ ଲଢ଼ି ଲ୍ୟାମ୍ପ ଅଧ୍ୟକ୍ଷ ହୋଇଛନ୍ତି। ଚାଷୀଙ୍କ ସୁଖ ଦୁଃଖ ବୁଝୁଛନ୍ତି । ତେବେ ଯେଉଁ ବିକାଶର ଆଶା ନେଇ ସୁକଦେବ ଆତ୍ମସମର୍ପଣ କରିଛନ୍ତି, ନିଜ ଅଞ୍ଚଳରେ ସେ ଭଳିଆ ବିକାଶ ହୋଇନଥିବା ଅଭିଯୋଗ କରି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ କ୍ଷୋଭ ପ୍ରକାଶ କରିଛନ୍ତି ସୁକଦେବ। ଏ ନେଇ ସୁକଦେବଙ୍କ ସହ ବାଇକରେ ଯାତ୍ରା କରି ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଦେବବ୍ରତ ସାନା ।

 ଅଧିକ ପଢନ୍ତୁ : ଚକ୍ରବ୍ୟୂହରେ ବଡ଼ ମାଓନେତା! ସରଣ୍ଡା ଜଙ୍ଗଲରେ ଜୋରଦାର କମ୍ବିଂ ଅପରେସନ

ସୁକଦେବ ଓରଫ ବୁଦ୍ରା କୱାସୀ
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ବାସିନ୍ଦା 
ବଡ଼ିଗେଟା ପଞ୍ଚାୟତ ଟେକଗୁଡ଼ା କଲୋନିର ବାସିନ୍ଦା ବୁଦ୍ରା
୨୦୦୩ରେ ମାଓ ସଙ୍ଗଠନରେ ଯୋଗ ଦେଇଥିଲେ
୨୦୧୬ରେ ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ
୧୩ ବର୍ଷ ଧରି ମାଓ ସଙ୍ଗଠନରେ ସକ୍ରିୟ
ଡିଭିଜନାଲ କମିଟି ସଦସ୍ୟ ଦାୟିତ୍ବ ତୁଲାଇଥିଲେ
ମାଓ ନେତା ହିଡ଼ମାଙ୍କ ସହ ବସ୍ତର ଅଞ୍ଚଳରେ କାମ କରୁଥିଲେ
ହିଡ଼ମାଙ୍କ ସହ ତାଲିମ ନେଇଥିଲେ
ବହୁ ବଡ଼ ବଡ଼ ହିଂସାକାଣ୍ଡରେ ସାମିଲ ଥିଲେ
ଏକେ ୪୭ ବନ୍ଧୁକ ଧରୁଥିଲେ
ମୁଣ୍ଡରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା
ଆତ୍ମସମର୍ପଣ ପରେ ସରକାରୀ ସୁବିଧା ପାଉଛନ୍ତି
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe