କନକ ବ୍ୟୁରୋ: ପୂର୍ବରୁ ସାଉଥ୍ ଷ୍ଟାର ଧନୁଷ ବିବାଦରେ ଥିବାବେଳେ ଏବେ ପୁଣି ଥରେ ତାଙ୍କୁ ନେଇ ଚର୍ଚ୍ଚା । କିନ୍ତୁ ଏଥର ନିଜ ଭୁଲ ପାଇଁ ନୁହେଁ ବରଂ ତାଙ୍କ ମ୍ୟାନେଜର ଶ୍ରେୟସଙ୍କ ପାଇଁ । ତାମିଲ ଟିଭି ଅଭିନେତ୍ରୀ ମାନ୍ୟା ଆନନ୍ଦ ଆଣିଛନ୍ତି କାଷ୍ଟିଂ କାଉଚ୍ ଅଭିଯୋଗ । ଏକ ଇଣ୍ଟରଭ୍ୟୁରେ ମାନ୍ୟା କହିଛନ୍ତି, ’ ଧୁନୁଷଙ୍କ ମ୍ୟାନେଜର ଶ୍ରେୟସ୍ ତାଙ୍କୁ ଏକ ନୂଆ ଫିଲ୍ମ ନେଇ କଣ୍ଟାକ୍ଟ କରିଥିଲେ ଏବଂ କମ୍ପ୍ରୋମାଇଜ୍ କରିବା କଥା କହିଥିଲେ । ମାନ୍ୟାଙ୍କ ଏହି କଥା ୟୁଜର୍ସଙ୍କୁ ଚମାକାଇଦେବାକୁ ଯଥେଷ୍ଟ ଥିଲା । ମାନ୍ୟାଙ୍କ କହିବା କଥା, ମୁଁ ଏହି ଫିଲ୍ମ ପାଇଁ ମନା କରିଥିଲି । ତାପରେ ବି ମୋତେ ବାରମ୍ବାର କଲ କରି ଏଥିପାଇଁ ଆପ୍ରୋଚ୍ କରିଥିଲେ । ସ୍କ୍ରିପ୍ଟ ବି ମୋ ପାଖକୁ ପଠାଇଥିଲେ । କିନ୍ତୁ ମୁଁ ମୋ ନିଷ୍ପତ୍ତି ଉପରେ ଅଟଳ ଥିଲି ।
ଅଧିକ ପଢନ୍ତୁ : ଧନୁଷ-ମୃଣାଳଙ୍କ ଡେଟିଂକୁ ନେଇ ଚର୍ଚ୍ଚା : ମୁହଁ ଖୋଲିଲେ ଅଭିନେତ୍ରୀ , କହିଲେ ...
ଶ୍ରେୟସଙ୍କୁ ନେଇ ମାନ୍ୟା ଆହୁରି ବି କହିଛନ୍ତି, ’ଶ୍ରେୟସ୍ ମୋତେ ଫିଲ୍ମ ଅଫର ଦେଲେ । ଆଉ କମିଟମେଣ୍ଟ କରିବାକୁ କହିଲେ । ଏହାର ମାନେ ପଚାରିବାରୁ କହିଲେ ଆଡଜଷ୍ଟ କରିବାକୁ ପଡ଼ିବ । ଏହା ଶୁଣିବା ପରେ ମୁଁ ସଫା ସଫା ମନ କରିଦେଲି । ତା ପରେ ବି ଶ୍ରେୟସ୍ ମାନିଲେନି । କହିଲେ, ତାହେଲେ ଆପଣ ମାନିବେନି ? ଧନୁଷ ସାର୍ କହିଲେ ବି ମାନିବେନି? ଶ୍ରେୟସ୍ ଏହାପରେ ମୋତେ ଅନେକ ଥର କଲା କଲେ । ଧନୁଷଙ୍କ ପ୍ରଡକ୍ସନ୍ କମ୍ପାନି Wunderbar Films ର ଲୋକେସନ୍ ବି ପଠେଇଲେ । କିଛି ଦିନ ପରେ ମୋତେ ଫୋନ୍ କରି ସ୍କ୍ରିପ୍ଟ ପଢ଼ିଲେ କି ନାହିଁ ବୋଲି ପଚାରିଲେ । ମୁଁ ମନାକଲି । ମୁଁ ତାଙ୍କୁ ସଫା ସଫା ଶୁଣେଇଲି , ମୁଁ କେବେବି ଏ ଫିଲ୍ମ କରିବି ନାହିଁ । ମୁଁ ଜଣେ କଳାକାର । ମୁଁ କାମ କରିବି କିନ୍ତୁ ବଦଳରେ ମୋଠାରୁ କିଛି ଆଶା ରଖିବେନି’ । ଇଣ୍ଟରଭ୍ୟୁରେ ମାନ୍ୟା କହଲେ, ଯଦି ସେଦିନ ମୁଁ ଶ୍ରେୟସଙ୍କ କଥା ମାନିଯାଇଥାନ୍ତି ତାହେଲେ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚକୁ ବଳ ମିଳିଯାଇଥାନ୍ତା । କଳକାରମାନଙ୍କୁ ହିଁ ଏହି ପ୍ୟାଟର୍ଣ୍ଣକୁ ଶେଷ କରିବାକୁ ପଡ଼ିବ ।
ମନେ ଅଛି ‘‘Why This Kolaveri Di’’ ? ଧନୁଷଙ୍କ ସୁପରହିଟ୍ ଗୀତ , ଯାହା ସାରା ବିଶ୍ବକୁ ନଚାଇଥିଲା
୩୦ ବର୍ଷୀୟା ମାନ୍ୟା ବଣଥାଇ ପୋଲା ନାମକ ତାମିଲ ଟିଭି ସିରିଏଲ ପାଇଁ ବେଶ୍ ଲୋକପ୍ରିୟ । ତେବେ ମାନ୍ୟାଙ୍କ ଇଣ୍ଟରଭ୍ୟୁ ଭାଇରାଲ ହେବା ପରେ ଶ୍ରେୟସ୍ କି ଧନୁଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ତେବେ ଏହା ଆଗରୁ ବି ଧନୁଷ ଆଉ ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ଅଭିନେତ୍ରୀ ନୟନତାରା ତାଙ୍କ ନିଜର ଏକ ଡକ୍ୟୁମେଣ୍ଟାରୀରେ ଧନୁଷଙ୍କ ଫିଳ୍ମର କିଛି ମିନିଟର କ୍ଲିପ୍ ନେଇ ବ୍ୟବହାର କରିଥିବାରୁ ଏହା ବିରୋଧରେ କୋର୍ଟରେ ମାମଲା ଦାଏର କରିଥିଲେ ଧନୁଷ । ଶେଷରେ ଧନୁଷଙ୍କର ବିଜୟ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/21/dhanush-manager-2025-11-21-08-48-41.jpg)