କନକ ବ୍ୟୁରୋ : ସାଉଥ ସିନେ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଧନୁଷ ନିଜର ଦମଦାର ଅଭିନୟ ବଳରେ ଫ୍ୟାନ୍ସ ଫଲୋଇଙ୍ଗ୍ ସୃଷ୍ଟି କରିଛନ୍ତି । ସେ ପ୍ରାୟ ଦୁଇ ଦଶନ୍ଧି ଧରି ନିଜ ଅଭିନୟ ମାଧ୍ୟମରେ ଫ୍ୟାନ୍ସମାନଙ୍କୁ ମତୱାଲା କରି ଆସୁଛନ୍ତି । କିନ୍ତୁ ସେ ଥରେ ନିଜର ଗୀତ ମାଧ୍ୟମରେ ମଧ୍ୟ ପ୍ରଶଂସକଙ୍କ ମନୋରଞ୍ଜନ କରିଥିଲେ । ଧନୁଷ ଖାଲି ମାଇକ ଧରି ଗୀତ ଗାଇନଥିଲେ , ସାରା ବିଶ୍ବକୁ ନିଜ ଗୀତ ମାଧ୍ୟମରେ ନଚାଇ ଥିଲେ । ଅଭିନେତା ଗାଇଥିବା ଗୀତ ସେତେବେଳେ ଖୁବ୍ ଲୋକପ୍ରିୟ ହୋଇଥିଲା ଯାହା ରେକର୍ଡ ସ୍ଥାପନ କରିଥିଲା । ତେବେ ଆସନ୍ତୁ ଜାଣିବା ଧନୁଷଙ୍କର ସେହି ଗୀତଟି କ'ଣ ଥିଲା ?
/filters:format(webp)/kanak/media/media_files/2025/08/03/dhanush-2025-08-03-11-59-53.jpg)
ଧନୁଷ ଯେଉଁ ଗୀତ ଦ୍ଵାରା ସାରା ବିଶ୍ବକୁ ନଚାଇଥିଲେ ତାହା ହେଉଛି ‘କୋଲାଭେରୀ ଡି’ । ୨୦୧୨ ମସିହାରେ ଆସିଥିବା ତାମିଲ ସାଇକୋଲୋଜିକାଲ ଥ୍ରୀଲର ଫିଲ୍ମ ‘3’ରେ ଏହି ଗୀତଟି ଥିଲା, ଯାହା ୟୁଟ୍ୟୁବରେ ସେହି ସମୟରେ ଅନେକ ରେକର୍ଡ ସୃଷ୍ଟି କରିଥିଲା । ବଡ଼ କଥା ହେଉଛି ଏହି ଗୀତଟିକୁ ଧନୁଷ କେବଳ ଗାଇ ନଥିଲେ ଲେଖି ମଧ୍ୟ ଥିଲେ । ଏହି ସିନେମାର ନିର୍ଦ୍ଦେଶନା ଧନୁଷଙ୍କ ପୂର୍ବତନ ସ୍ତ୍ରୀ ଐଶ୍ୱର୍ଯ୍ୟା କରିଥିଲେ । ଏଥିରେ ଧନୁଷଙ୍କ ସହିତ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ଶ୍ରୁତି ହାସନ ନଜର ଆସିଥିଲେ । ଫିଲ୍ମରେ ଐଶ୍ୱର୍ଯ୍ୟା ଏପରି ଏକ ଗୀତ ଚାହୁଥିଲେ ଯାହା ପ୍ରେମରେ ବିଫଳ ହୋଇଥିବା ପ୍ରେମିକଙ୍କ ପାଇଁ ଲେଖା ଯାଇଥିବ । ଏହାର ଦାୟିତ୍ୱ ସେ ଧନୁଷଙ୍କୁ ଦେଇଥିଲେ । ଧନୁଷ ତାମିଲ ଏବଂ ଇଂରାଜୀ ମିଶାଇ ମାତ୍ର ୨୦ ମିନିଟରେ କୋଲାଭେରୀ ଡି ଗୀତଟି ଲେଖି ଦେଇଥିଲେ ।
/filters:format(webp)/kanak/media/media_files/2025/08/03/aishwarya-rajinikanth-2025-08-03-12-02-46.jpg)
ଗୀତଟିର ଆରମ୍ଭ ‘ୱାଇ ଦିସ କୋଲାଭେରୀ ଡି’ ଲାଇନରୁ ହୋଇଥାଏ । ଯାହାର ଅର୍ଥ ଥିଲା ପ୍ରେମରେ ବିଫଳ ହୋଇଥିବା ଯୁବକ ପ୍ରେମିକାଙ୍କୁ ପଚାରୁଛନ୍ତି ଯେ ତୁମ ମନରେ ମୋ ପ୍ରତି ଏତେ ରାଗ କାହିଁକି ଅଛି ? ଗୀତର ମ୍ୟୁଜିକ ଅନିରୁଦ୍ଧ ରବିଚନ୍ଦର ଦେଇଥିବା ବେଳେ ଏହାକୁ ୟୁଟ୍ୟୁବରେ ନଭେମ୍ବର ୧୬ , ୨୦୧୧ ରେ ରିଲିଜ୍ କରାଯାଇଥିଲା । ଏହା ସେହି ବର୍ଷର ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିବା ଗୀତ ଥିଲା । ଯାହାର ଚର୍ଚ୍ଚା ଆମେରିକା ଠାରୁ ଆରମ୍ଭ କରି ଜାପାନ ପର୍ଯ୍ୟନ୍ତ ହୋଇଥିଲା । କୋଲାଭରୀ ଡିକୁ ୟୁଟ୍ୟୁବରେ ୫୩୯ ମିଲିୟନ ଭ୍ୟୁଜ୍ (୫୩ କୋଟି) ମିଳିସାରିଛି । କୋଲାଭେରୀ ଡି ରିଲିଜ୍ ହେବା ମାତ୍ରେ ଗୋଟିଏ ସପ୍ତାହରେ ୩.୫ ମିଲିୟନ ଭ୍ୟୁଜ୍ (୩୫ ଲକ୍ଷ) ପାର କରିଥିଲା । ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଏହାକୁ ଖୁବ୍ ସେୟାର କରାଯାଇଥିଲା । ରିଲିଜ୍ ହେବାର ୧୯ ଦିନରେ ହିଁ ଏହାକୁ ୪୧ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ୍ କରିଥିଲେ ।