କନକ ବ୍ୟୁରୋ: ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା । ଗତବର୍ଷ ତୁଳନାରେ ଚଳିତ ବର୍ଷ ଧାନ ଟାର୍ଗେଟ ଅଧିକ ରଖିଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ମଣ୍ଡି ଖୋଲିବା ବିଳମ୍ବ ଓ ଚାଷୀ ପଞ୍ଜିକରଣକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏସବୁ ଭିତରେ ଗ୍ରାଉଣ୍ଡଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ୍ । ବହୁ ଅପେକ୍ଷା ପରେ ଆସନ୍ତାକାଲିଠୁ ଖୋଲିବ ମଣ୍ଡି । ଖରିଫ୍ ଧାନ କିଣିବେ ରାଜ୍ୟ ସରକାର । ମଣ୍ଡିରୁ ଯେମିତି ଚାଷୀଙ୍କ ଧାନ ଠିକ୍ ସମୟରେ ଉଠିବ ତା ଉପରେ ସରକାର ଗୁରୁତ୍ବ ଦେଇଛନ୍ତି । ଠିକ୍ ସମୟରେ ଗାଡି ପହଞ୍ଚାଇବା ପାଇଁ ମିଲ୍ ମାଲିକଙ୍କୁ କଡା ଦିଆଯାଇଛି ନିର୍ଦ୍ଦେଶ । ଧାନ କିଣା ଉପରେ ତୀକ୍ଷଣ ନଜର ରଖିବାକୁ ଅଧିକାରୀମାନଙ୍କୁ କୁହାଯାଇଛି । କିନ୍ତୁ କଟନି ଛଟନିକୁ ନେଇ ସମବାୟ ମନ୍ତ୍ରୀ ଦେଇଥିବା ପ୍ରତିକ୍ରିୟା ନୂଆ ବିବାଦ ସୃଷ୍ଟି କରିଛି । ଯାହାକୁ ଘେରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ।
କଟନି ଛଟନିକୁ ନେଇ ରାଜନୈତିକ ବୟାନବାଜି ଭିତରେ ଗ୍ରାଉଣ୍ଡଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ୍ । ମଣ୍ଡି ଖୋଲିବା ପୂର୍ବରୁ ମାର୍କେଟ ଧାନ ୟାର୍ଡରେ ଭର୍ତ୍ତି । ମଣ୍ଡିରେ ଗଦା ହୋଇଛି ପ୍ରାୟ ପ୍ରାୟ ୧୫ହଜାରରୁ ଅଧିକ ଧାନ ବସ୍ତା । ଏଥିରୁ ସ୍ପଷ୍ଟ ହେଉଛି ଧାନ ବିକିବା ପାଇଁ କେମିତି ଅପେକ୍ଷା କରିଛନ୍ତି ଚାଷୀ । କିନ୍ତୁ ସମୟ ଗଡି ଚାଲିଥିବାରୁ ଆସୁଥିବା ବର୍ଷା ଓ ଅଭାବୀ ବିକ୍ରିକୁ ନେଇ ଚାଷୀ ଚିନ୍ତାରେ ପଡିଛନ୍ତି । ସମ୍ବଲପୁର କୁଚିଣ୍ଡା ଅଂଚଳର ସ୍ଥିତି ଆହୁରି ଖରାପ । ଜିଲ୍ଲାରେ ୨୮ତାରିଖରେ ଖୋଲିବାକୁ ଧାର୍ଯ୍ୟ ହୋଇଥିଲେ ବି ମଣ୍ଡି ଗୁଡିକର ଭିତ୍ତିଭୂମି ଦୁର୍ବଳ ଅବସ୍ଥାରେ ରହିଛି । ଧାନ ସଂଗ୍ରହ ପାଇଁ ମଣ୍ଡି ଗୁଡିକୁ ଏପର୍ଯ୍ୟନ୍ତ ବ୍ୟବସ୍ଥିତ କରାଯାଇନି ।
ଅଧିକ ପଢ଼ନ୍ତୁ--ଛାଡ଼ପତ୍ରର ଛାତିଥରା କାହାଣୀ :ଚିକିତ୍ସା ଅବହେଳାରୁ ଆଖିବୁଜିଲା ପୁଅ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/24/opening-mandi-2025-11-24-19-25-23.jpg)