କନକ ବ୍ୟୁରୋ:  ବହୁ ଅପେକ୍ଷା ପରେ ଆଜିଠୁ ଖୋଲିବ ମଣ୍ଡି । ଖରିଫ୍ ଧାନ କିଣିବେ ରାଜ୍ୟ ସରକାର। ମଣ୍ଡିରୁ ଯେମିତି ଚାଷୀଙ୍କ ଧାନ ଠିକ୍ ସମୟରେ ଉଠିବ ତା ଉପରେ ମୋହନ ମାଝୀଙ୍କ ସରକାର ଗୁରୁତ୍ବ ଦେଇଛନ୍ତି । ଠିକ୍ ସମୟରେ ଗାଡି ପହଞ୍ଚାଇବା ପାଇଁ ମିଲ୍ ମାଲିକଙ୍କୁ କଡା ଦିଆଯାଇଛି ନିର୍ଦ୍ଦେଶ । 

Advertisment

ନଭେମ୍ବର ତୃତୀୟ ସପ୍ତାହରେ ଖୋଲିବ ମଣ୍ଡି : ମନ୍ତ୍ରୀଙ୍କ ବୟାନ ମଣ୍ଡି ଜଗିବେ ବିଜେପି କୃଷକ ମୋର୍ଚ୍ଚା

ଧାନ କିଣା ଉପରେ ତୀକ୍ଷଣ ନଜର ରଖିବାକୁ ଅଧିକାରୀମାନଙ୍କୁ କୁହାଯାଇଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଜମିରେ ଧାନ ଚାଷ ହୋଇଛି । ମଣ୍ଡିରେ ଧାନ ଦେଲେ ଚାଷୀଙ୍କୁ ଇନପୁଟ୍ ସବ୍‌ସିଡି ମଧ୍ୟ ମିଳୁଛି । ଯାହା ଫଳରେ ମଣ୍ଡି ଖୋଲୁଥିବାରୁ ଚାଷୀ ମାନେ ବେଶ୍ ଉତ୍ସାହିତ ଅଛନ୍ତି । ଯେଉଁମାନେ ପଞ୍ଜିକରଣ କରିଛନ୍ତି ସମସ୍ତଙ୍କ ଠାରୁ ଧାନକିଣା ହେବ ବୋଲି କହିଛନ୍ତି । 

 ଷ୍ଟୋରୀ ଅପଡେଟ୍‌ ହେଉଛି..